ମନ୍ଦିରରେ ଘଣ୍ଟି କାହିଁକି ବଜାଯାଏ ଜାଣନ୍ତୁ

Published By : Prameya-News7 Bureau | March 29, 2019 IST

ପ୍ରତ୍ୟେକ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପୂର୍ବରୁ ଭକ୍ତମାନେ ଘଣ୍ଟି ବଜାଇ ପ୍ରବେଶ କରନ୍ତି। କିନ୍ତୁ ଅଧିକାଂଶ ଲୋକ ଘଣ୍ଟି ବଜାଇବାର ସଠିକ୍‌ କାରଣ ଜାଣିନଥାନ୍ତି। ସକାଳେ ଭକ୍ତମାନେ ମନ୍ଦିରରେ ପୂଜା-ପାଠ କରିବା ସମୟରେ ଘଣ୍ଟି ବଜାଯାଏ। ମନ୍ଦିରରେ ଶେଷ ଘଣ୍ଟି ବାଜିବାର କାରଣ ମଧ୍ୟ ଅଛି।

{"id":98187,"width":591,"height":393}

ମନ୍ଦିରରେ ଘଣ୍ଟି ବଜାଇଲେ ଦେବୀ ଦେବତାଙ୍କ ମୂର୍ତ୍ତରେ ଚେତନା ଜାଗୃତ ହୋଇଥାଏ। ଏହା ଦ୍ୱାରା ଭକ୍ତଙ୍କ ପୂଜା-ପାଠ ଅଧିକ ଲାଭଦାୟକ ହୋଇଥାଏ ବୋଲି ବିଶ୍ୱାସ ଅଛି। ପୁରାଣ ଅନୁସାରେ ମନ୍ଦିରରେ ଘଣ୍ଟି ବଜାଇଲେ ମଣିଷର ବହୁ ଜନ୍ମର ପାପ ନଷ୍ଟ ହୋଇଥାଏ। ଏହି କାରଣରୁ ମନ୍ଦିରର ପ୍ରବେଶ ଦ୍ୱାରରେ ଘଣ୍ଟି ଲଗା ଯାଇଥାଏ।

{"id":98188}

କେବଳ ସେତିକି ନୁହଁ ମନ୍ଦିରରେ ଘଣ୍ଟି ବଜାଇବା ଶୁଭ ବୋଲି କୁହାଯାଏ। ମନ୍ଦିର ବାହାରେ ଥିବା ଘଣ୍ଟିକୁ କାଳର ପ୍ରତୀକ ବୋଲି କୁହାଯାଏ। ଏହା ପଛରେ ବୌଜ୍ଞାନିକ କାରଣ ମଧ୍ୟ ଅଛି। ବୌଜ୍ଞାନିକଙ୍କ ଅନୁସାରେ ଘଣ୍ଟି ବଜାଇବା ସମୟରେ ପରିବେଶରେ କମ୍ପନ ସୃଷ୍ଟି ହୋଇଥାଏ ଯାହା ବାୟୁମଣ୍ଡଳ ଦ୍ୱାରା ଅନେକ ଦୂର ଯାଏଁ ଯାଇଥାଏ। । ଏହା ଦ୍ୱାରା ପରିବେଶରେ ଥିବା ଜୀବାଣୁ, ବୀଜାଣୁ ନଷ୍ଟ ହୋଇଥାନ୍ତି। ଫଳରେ ମନ୍ଦିର ଓ ଆଖପାଖର ପରିବେଶ ଶୁଦ୍ଧ ହୋଇଥାଏ।

{"id":98189,"width":573,"height":430}

ଯେଉଁ ସ୍ଥାନରୁ ଘଣ୍ଟି ବଜାଇବାର ଶବ୍ଦ ଆସେ ସେଠାର ପରିବେଶ ସବୁବେଳେ ଶୁଦ୍ଧ ଓ ପବିତ୍ର ରହେ। ଘଣ୍ଟି ବାଜିବା ଶବ୍ଦରୁ ନକରାତ୍ମକ ଶକ୍ତି ମଧ୍ୟ ଦୂରାଏ। ଫଳରେ ମଣିଷ ଜୀବନରେ ସୁଖ ସମୃଦ୍ଧି ଆସିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.