Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଏହି କାରଣ ଯୋଗୁଁ ବର ଓ କନ୍ୟାଙ୍କୁ ଲଗାଯାଇଥାଏ ହଳଦୀ

17/01/2019 at 5:02 PM

ବିବାହ କାର୍ଯ୍ୟରେ ଅନେକ ରୀତି ନୀତି ପାଳନ ହୋଇଥାଏ। ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ରୀତି ହୋଇନଥିଲେ ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ। ତେବେ କାହିଁକି ବର ଓ କନ୍ୟାଙ୍କୁ ହଳଦୀ ବୋଳି ହେବାକୁ ପଡିଥାଏ ଜାଣନ୍ତୁ ତା’ର କାରଣ –   

ପ୍ରାଚୀନ ଯୁଗରେ ବିଉଟି ପାର୍ଲର, ସେଲୋନ କିମ୍ୱା କସମେଟିକ ବିଉଟି ଟ୍ରିଟମେଣ୍ଟର ସୁବିଧା ନଥିଲା। ତେଣୁ ବିବାହ ପୂର୍ବରୁ ବର କନ୍ୟା ସୁନ୍ଦର ଦେଖା ଯିବା ପାଇଁ ହଳଦୀର ବ୍ୟବହାର କରାଯାଉଥିଲା। ହଳଦୀ ଚେହେରାର ସୌନ୍ଦର୍ଯ୍ୟତା ବଢାଏ ଏବଂ ହଳଦୀରେ ଥିବା ଔଷଧିୀୟ ଗୁଣ ମୁହଁରେ ଥିବା ଜୀବାଣୁ ଦୂର କରିଥାଏ। ହଳଦୀ ଲଗାଇଲେ ତ୍ୱଚା ଗ୍ଲୋ କରେ। ଏହି କାରଣ ଯୋଗୁଁ ହଳଦୀ କେବଳ ମୁହଁରେ ନୁହଁ, ଦେହରେ ମଧ୍ୟ ଲଗାଯାଏ। ବିବାହରେ ବର କନ୍ୟା ଅଧିକ ସୁନ୍ଦର ଦେଖାଯିବା ପାଇଁ ହଳଦୀ ଲଗାଇବା ପରମ୍ପରା ରହିଆସିଛି।

 ହଳଦୀକୁ ଆଣ୍ଟିସେପ୍ଟିକ ଭାବେ ମଧ୍ୟ ବ୍ୟବହାର କରାଯାଏ। ହଳଦୀ ଲଗାଇଲେ ଚେହେରାରେ ଥିବା ଦାଗ ଦୂର ହୁଏ। ବିବାହ ଦିନ ବର କନ୍ୟା ସୁନ୍ଦର ଦେଖାଯିବା ଆବଶ୍ୟକ  । ହଳଦୀ ଶରୀର ଏବଂ ତ୍ବଚାକୁ ଡିଟକ୍ସିକେଟ ମଧ୍ୟ କରେ। ହଳଦୀକୁ ଦେହରେ ଲଗାଇ ସ୍ନାନ କରିବା ଦ୍ବାରା ତ୍ବଚାରେ ଥିବା ମୃତ କୋଷଗୁଡିକ ବାହାରିଯାଏ। ଫଳରେ ତ୍ବାଚାରେ ଚମକ ଆସିଥାଏ ।

ହଳଦୀର ରଂଗ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅନୁସାରେ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ । ଯେ କୌଣସି କାର୍ଯ୍ୟର ଆରମ୍ଭରେ ହଳଦୀକୁ ବ୍ୟବହାର କରାଯାଏ । ତେଣୁ ନୂତନ ବୈବାହିକ ଜୀବନର ଶୁଭାରମ୍ଭ ମଧ୍ୟ ହଳଦୀରୁ ଆରମ୍ଭ କରିବା ପରଂପରା ରହିଛି ।  ନବ ଦମ୍ପତ୍ତିଙ୍କ ପାଇଁ ହଳଦୀଆ ରଂଗ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି ।  ଏହି କାରଣରୁ ବିବାହ ପୂର୍ବରୁ ବର ଓ କନ୍ୟାଙ୍କୁ ହଳଦୀ ଲଗାଯାଏ। ଅନେକ ଜାଗାରେ ହଳଦୀଆ ରଂଗର ପରିଧାନରେ ବାହା ହେବାର ପରମ୍ପରା ରହିଛି।      

   Related Posts