Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କାହିଁକି ବିଚାରପତିଙ୍କ ପତ୍ନୀ ଓ ପୁଅକୁ ଗୁଳି କଲା କନେଷ୍ଟବଳ ; ଜାଣନ୍ତୁ

14/10/2018 at 3:47 PM

ଗୁଡ଼ଗାଓଁ ୧୪/୧୦: ଅଙ୍ଗରକ୍ଷୀ କନେଷ୍ଟବଳ ଗୁଳିରେ ଆହତ ହୋଇଥିବା ଗୁଡ଼ଗାଓଁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ପତ୍ନୀ ରେଣୁ ଶର୍ମାଙ୍କ ମୃତ୍ୟୁ ପରେ କିଛି ସମୟ ତଳେ ପୁଅ ଧ୍ରୁବ ଶର୍ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି | ରେଣୁ ଶର୍ମାଙ୍କୁ ଦୁଇଟି ଗୁଳି ବାଜିଥିବା ବେଳେ ଧ୍ରୁବଙ୍କୁ ୩ଟି ଗୁଳି ବାଜିଥିଲା | ଗୁରୁତର ଅବସ୍ଥାରେ ଉଭୟ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଦୁଇଜଣଙ୍କର ମୃତ୍ୟୁ ଖବର ପହଂଚିବା ପରେ ହାଇକୋର୍ଟ ସମେତ ଅନ୍ୟାନ୍ୟ ବିଭିନ୍ନ କୋର୍ଟର ବିଚାରପତି, ବରିଷ୍ଠ ପୋଲିସ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ମେଦାନ୍ତ ହସ୍ପିଟାଲ ଓ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପହଂଚି ବିଚାରପତି କୃଷ୍ଣକାନ୍ତଙ୍କୁ ଆଶ୍ୱାସନା ପ୍ରଦାନ କରିଛନ୍ତି |
ସୂଚନାଯୋଗ୍ୟ ଯେ, ଗତକାଲି ଗୁଡ଼ଗାଓଁ ସେକ୍ଟର ୪୯ ସ୍ଥିତ ଅର୍କଡିଆ ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ହେଡ଼ କନେଷ୍ଟବଳ ମହୀପାଲ ବିଚାରପତି କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ଉପରକୁ ଗୁଳି ଚଳାଇଥିଲା | ଗୁଳି ଚଳାଇବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଛାଡି ସେମାନଙ୍କୁ ଯେଉଁ କାରରେ ମହୀପାଲ ମାର୍କେଟକୁ ନେଇ ଯାଇଥିଲା ସେହି କାରରେ ଫେରାର ହୋଇଯାଇଥିଲା | ତେବେ ସମଗ୍ର ଅଂଚଳକୁ ନାକାବନ୍ଦୀ କରି ପୋଲିସ ମହୀପାଲକୁ ଗିରଫ କରିଥିଲା | ଗତକାଲିଠାରୁ ଗିରଫ ହୋଇଥିବା ମହୀପାଲ ଏପର୍ଯ୍ୟନ୍ତ ବିଚାରପତିଙ୍କ ପତ୍ନୀ ଓ ପୁଅକୁ ଗୁଳି ମାରିବା ପଛର ନିର୍ଦ୍ଧିଷ୍ଟ କାରଣ କହିନାହିଁ | ତେବେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମହୀପାଲର ଟ୍ରାକ ରେକର୍ଡ ବାହାର କରିବାରେ ସକ୍ଷମ ହୋଇଛି |
ମହୀପାଲର ନିଜ ଗାଁ ଦକ୍ଷିଣ ହରିୟାଣାର ମହେନ୍ଦ୍ରଗଡ ଥାନା ଅନ୍ତର୍ଗତ ଭୂଗାରକାରେ ପହଂଚି ସମସ୍ତ ତଥ୍ୟ ହାସଲ କରିଛି | କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଘଟଣା ଧର୍ମ ପରିବର୍ତ୍ତନକୁ ନେଇ ଘଟିଥିବା ଅନୁମାନ କରାଯାଉଛି | ଏହା ମଧ୍ୟ ଜଣାପଡିଛି ଯେ, ଗତ ମାସେ ଦୁଇ ମାସ ହେଲା ରେଣୁ ଶର୍ମା ଓ ଧ୍ରୁବଙ୍କ ସହିତ ମହୀପାଲର ବିଭିନ୍ନ ସମୟରେ ଧର୍ମ ପରିବର୍ତ୍ତନ ଘଟଣାକୁ ନେଇ ଝଗଡା ହୋଇଆସୁଥିଲା | ଧର୍ମ ପରିବର୍ତ୍ତନ କରିବା ପାଇଁ ମହୀପାଲ ବିଚାରପତିଙ୍କ ପତ୍ନୀ ରେଣୁଙ୍କ ଉପରେ ଚାପ ପକାଉଥିଲା | ଏଥିରେ ଅସଫଳ ହେବାରୁ ସେ ଏଭଳି ଅଭଦ୍ର ବ୍ୟବହାର କରୁଥିଲା | ତେବେ ପ୍ରତ୍ୟେକ ଥର ଝଗଡା ପରେ ମହୀପାଲ କ୍ଷମା ମାଗିନେଉଥିଲା |
ମହୀପାଲ ଦୀର୍ଘଦିନ ହେଲା ହରିୟାଣାର ଏକ ଧର୍ମ ପରିବର୍ତ୍ତନକାରୀ ରାକେଟ ସହ ସମ୍ପୃକ୍ତ ଥିବା କ୍ରାଇମବ୍ରାଞ୍ଚ ଜାଣିପାରିଛି | ମହୀପାଲ ସମ୍ପୃକ୍ତ ଥିବା ଧର୍ମ ପରିବର୍ତନ ରାକେଟର ମୁଖ୍ୟ ବିଜେନ୍ଦ୍ର ସିଂଙ୍କ ମା, ତାର ପତ୍ନୀ ଏବଂ ଜଣେ ସିଆରପିଏଫ ଯବାନଙ୍କ ସମେତ ୮ଜଣଙ୍କୁ ୨୦୧୫ ମସିହାରେ ପୋଲିସ ଗିରଫ କରିଥିଲା | ତେବେ ମହୀପାଲ ଏଥିରେ ହସ୍ତକ୍ଷେପ କରି ପୋଲିସ ଠାରୁ ସେମାନଙ୍କୁ ମୁକୁଳେଇଥିଲେ |
ଧର୍ମ ପରିବର୍ତନକାରୀ ରାକେଟ ସହ ମହୀପାଲର ସମ୍ପୃକ୍ତି ଯୋଗୁଁ ମହୀପାଲର ମା ସରିତା ମଧ୍ୟ ଅସନ୍ତୁଷ୍ଟ ଥିଲେ | ବାରମ୍ବାର ବୁଝେଇବା ସତ୍ୱେ ମହୀପାଲ ଏଥିରୁ ନିବୃତ୍ତ ନହେବା ଯୋଗୁଁ ସେ ଘର ଛାଡି ନିଜ ଭାଇ ପାଖକୁ ଚାଲିଯାଇଥିଲା | ମହୀପାଲଙ୍କ ପିତାଙ୍କ ଦେହାନ୍ତ ହୋଇସାରିଛି | ମହୀପାଲ ବିବାହିତା ଏବଂ ତାର ଦୁଇଟି କନ୍ୟା ସନ୍ତାନ ଅଛନ୍ତି | ମହୀପାଳର ସ୍ତ୍ରୀ ରିନୁ ଜଣେ ସାଧାରଣ ଗୃହିଣୀ | ପତ୍ନୀ ଓ ଛୁଆଙ୍କ ସହ ମହୀପାଳ ଗୁଡ଼ଗାଁ ପୋଲିସ ଲାଇନରେ ରହୁଥିଲା | ତେବେ ମହୀପାଲଙ୍କ ଏହି ଧର୍ମନ୍ତରଣ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସ୍ତ୍ରୀ ରିନୁ ଛୁଆଙ୍କୁ ନେଇ ଦୁଇ ମାସ ହେଲା ନିଜ ଗାଁକୁ ଚାଲିଯାଇଛନ୍ତି |
କେବଳ ଦକ୍ଷିଣ ହରିୟାଣା ନୁହେଁ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମହୀପାଲ ସମ୍ପୃକ୍ତ ଥିବା ଧର୍ମାନ୍ତୀକରଣ ରାକେଟ ସେମାନଙ୍କ ଅପରେସନ ଚଳାଇଛନ୍ତି | ଏହି ଗୁଳିକାଣ୍ଡ ଘଟଣା ପରେ ପୋଲିସ ମହୀପାଲର ଗୁରୁ ବିଜେନ୍ଦ୍ର ସିଂ ଓ ଗୁରୁମା କୁ ଖୋଜୁଛି | ପୋଲିସ ମଧ୍ୟ ଅନୁସନ୍ଧାନ ଚଳାଇଛି ଯେ, ମହୀପାଳ ଜଜ କୃଷ୍ଣକାନ୍ତଙ୍କୁ ଧର୍ମାନ୍ତୀକରଣ ପାଇଁ କେବେ ଚାପ ପକାଇଥିଲା କି ନାହିଁ | ଏଥି ସହିତ ଅନ୍ୟାୟ ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ପୋଲିସ ଅନୁସନ୍ଧାନ ଜାରି ରଖିଛି | ତେବେ ମହୀପାଳର ଗାଁ ଲୋକେ ମହୀପାଳ ଉପରେ ସନ୍ତୁଷ୍ଟ ନଥିବା ପୋଲିସ ଜାଣିପାରିଛି | ଏପଟେ ପୋଲିସର ସମସ୍ତ ଉଦ୍ୟମ ସତ୍ୱେ ମହୀପାଲ କୌଣସି ସଠିକ କଥା କହୁନଥିବାରୁ ପୋଲିସ ପାଇଁ ମୁଣ୍ଡବଥାର କାରଣ ହୋଇଛି | ମହୀପାଳକୁ ରିମାଣ୍ଡରେ ନେବା ପରେ ଅଧିକ ପଚରାଉଚୁରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି |

   Related Posts