ରୋଜ ଡେ’ରୁ ଭାଲାଣ୍ଟାଇନ ସପ୍ତାହର ଆରମ୍ଭ, ଜାଣନ୍ତୁ ବିଭିନ୍ନ ରଂଗର ଗୋଲାପର ମହତ୍ୱ

Published By : Prameya-News7 Bureau | February 07, 2019 IST

ଗୋଲାପ ପ୍ରେମର ପ୍ରତୀକ । ପେବୃଆରୀ ମାସ ମଧ୍ୟ ପ୍ରମର ପ୍ରତୀକ । ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବ ତା ପୁଣି ଗୋଲାପ ବିନା .. ଏହା ଅସମ୍ଭବ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭ ଫେବୃଆରୀକୁ ରୋଜ ଡେ ଭାବେ ପାଳନ କରାଯଆଏ।

{"id":82740,"width":586,"height":440}

ରୋଜ ଡେରେ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରାଯାଏ। କିଛି ନ କହି ମଧ୍ୟ ଗୋଲାପ ଫୁଲ ମାଧ୍ୟମରେ ନିଜ ପ୍ରେମର ଭାବନାକୁ ସାମ୍ନା ବ୍ୟକ୍ତିକୁ ଜଣାଇ ହୁଏ। କିନ୍ତୁ ଗୋଲାପ ଫୁଲ ଦେବା ପୂର୍ବରୁ ଭିନ୍ନ ରଂଗର ଗୋଲାପ ବିଷୟରେ ଜାଣିବା ଉଚିତ୍‌। କାରଣ ଭାଲେନଣ୍ଟାଇନ ଡେ କେବଳ ପ୍ରେମିକ ବା ପ୍ରେମିକାଙ୍କ ପାଇଁ ପାଳନ କରାଯାଏ ନାହିଁ। ଏହି ଦିନ ମା ବାପାଙ୍କ ପାଇଁ ଥିବା ଭଲ ପାଇବା, ଗୁରୁଙ୍କ ପାଇଁ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ, ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହଁ ଓ ସାଂଗ ସାଥିଙ୍କର ନିଜ ଜୀବନରେ ମହତ୍ୱକୁ ମଧ୍ୟ ପ୍ରକାଶ କରାଯାଏ। ସେଥିପାଇଁ ଭଲପାଇବାର ପ୍ରତୀକ ଗୋଲାପ ଏଇ ସମସ୍ତଙ୍କୁ ଦେଇ ହେବ । କେବଳ ରଂଗ ଅଲଗା ଅଲଗା ।  

{"id":82741,"width":596,"height":396}

ଲାଲ ରଂଗର ଗୋଲାପ (ରେଡ୍‌ ରୋଜ୍‌)

{"id":82735,"width":591,"height":591}

ଗୋଲାପ ଫୁଲ ମଧ୍ୟରୁ ଲାଲ ରଂଗ ଗୋଲାପ ସବୁଠୁ ଅଧିକ ଉପଲବ୍ଧ ହୋଇଥାଏ। ଲାଲ ଗୋଲାପ ରୋମାନ୍ସ ଏବଂ ଗଭୀର ଭାବନାକୁ ପ୍ରକାଶ କରିଥାଏ। ଲାଲ ଗୋଲାପ ପ୍ରେମ ସହ ଜଡିତ। ଆଇ ଲଭ ୟୁ କହିବାର ସବୁଠୁ ସୁବିଧା ଉପାୟ ଲାଲ ଗୋଲାପ ହୋଇଥାଏ। ଏହା ଦ୍ୱାରା ନିଜ ପ୍ରେମ ଭାବନା ପ୍ରକାଶ କରାଯାଏ।

ହଳଦିଆ ରଂଗର ଗୋଲାପ (ୟେଲୋ ରୋଜ୍‌)

{"id":82736}

ହଳଦିଆ ରଂଗର ଗୋଲାପ ସାଂଗ ସାଥିଙ୍କୁ ଦିଆଯାଏ। ଏହି ରଂଗର ଗୋଲାପ ବନ୍ଧୁତା ପ୍ରକାଶ କରିବା ପାଇଁ ଦିଆଯାଏ। ତେବେ ଏହାର କାରଣ ହେଲା ଯେ ହଳଦିଆ ରଂଗକୁ ଶୁଭ, ତାଜାପଣ ଓ ସଂପର୍କ ଭଲ ହେବା ପାଇଁ ଉତ୍ସାହିତ କରେ ବୋଲି ବିଶ୍ବାସ ରହିଛି। ହଳଦିଆ ରଂଗ ମଧ୍ୟ ଖୁସିର ପ୍ରତୀକ। ମିତ୍ରତାର ସଂପର୍କକୁ ପ୍ରକାଶ କରିବା ପାଇଁ ହଳଦିଆ ଫୁଲ ଦିଆଯାଏ।

ଧଳା ରଂଗର ଗୋଲାପ (ହ୍ୱାଇଟ୍‌ ରୋଜ୍‌)

{"id":82737,"width":590,"height":616}

 ସାଂଗ ସାଥିଙ୍କ ସହ ଝଗଡା ହେଲେ ଧଳା ଫୁଲ ଦେଇ ସଂପର୍କରେ ହୋଇଥିବା କଳହକୁ ଭୁଲି ନୂଆ ଆରମ୍ଭ କରିବା ପାଇଁ ଧଳା ଫୁଲ ଦିଆଯାଏ। ଧଳା ରଂଗର ଗୋଲାପକୁ ବିନମ୍ରତାର ପ୍ରତୀକ ବୋଲି କୁହାଯାଏ।  

ଗୋଲାପି ରଂଗର ଗୋଲାପ (ପିଙ୍କ ରୋଜ୍‌)

{"id":82738,"width":588,"height":588}

ଗୋଲାପି ରଂଗର ଗୋଲାପ ଅନ୍ୟ ପାଇଁ କୃତଜ୍ଞ ଓ ଧନ୍ୟବାଦ ଭାବକୁ ପ୍ରକାଶ କରିଥାଏ। କୌଣସି ସଂପର୍କ ପାଇଁ ଥିବା ଭଲ ପାଇବା ଓ ମମ୍ମାନକୁ ପ୍ରକାଶ କରିବାକୁ ହେଲେ ଧଳା ରଂଗର ଗୋଲାପ ଦିଆଯାଏ।

ଚନ୍ଦନ ରଂଗର ଗୋଲାପ (ଲାଭେନଣ୍ଡର ରୋଜ୍‌)

{"id":82739,"width":597,"height":669}

ଜଦି କାହାକୁ କେବେ ପ୍ରଥମ ଥର ଦେଖାରେ ଭଲ ପାଆନ୍ତି (ଲଭ ଏଟ ଫାଷ୍ଟ ସାଇଟ) ତେବେ ଏହି ଭାବନାକୁ ପ୍ରକାଶ କରିବା ପାଇଁ ଚନ୍ଦନ ରଂଗର ଗୋଲାପ ଦିଆଯାଏ। ଏହି ରଂଗର ଗୋଲାପ ସହଜରେ ମିଳେ ନାହିଁ। ଏହି ରଂଗର ଗୋଲାପ ପାଇଁ ବହୁତ ଚେଷ୍ଟା କରିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.