Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣପତିଙ୍କ ବିସର୍ଜନ କାହିଁକି କରାଯାଏ, ମହାଭାରତ ସହ ଜଡିତ ଏହାର ରହସ୍ୟ …ଜାଣନ୍ତୁ କଣ

13/09/2019 at 5:35 PM

ଭାରତରେ ଗଣେଶ ଚତୁର୍ଥୀ ଦିନ ବେଶ ଧୁମ୍‌ଧାମରେ ପାଳନ କରାଯାଏ। ରୀତିନୀତି ସହ ଭଗବାନଙ୍କ ସ୍ଥାପନା କରାଯାଏ। ଅନନ୍ତ ଚତୁଦର୍ଶି ଯାଏଁ ଗଣେଶ ଭଗବାନଙ୍କୁ ପୂଜା କରାଯାଏ। ତାପରେ ଭଗବାନଙ୍କ ବିର୍ସଜନ ଖୁବ ଧୁମଧାମରେ ପାଳନ କରାଯାଏ। ଏହା ସହ ଭଗବାନଙ୍କୁ ଶୀଘ୍ର ଆସିବା ପାଇଁ କୁହାଯାଏ। ଗଣପତି ବାବାଙ୍କ ବିସର୍ଜନ ସମସ୍ତେ କରନ୍ତି ସତ ହେଲେ ଏହାର ରହସ୍ୟ ଅଧିକାଂଶ ଲୋକେ ଜାଣିନଥାନ୍ତି।

ଗଣେଶଙ୍କ ବିସର୍ଜନ ପରଂପରା ମହାଭାରତ ସହ ଜଡିତ। ଶାସ୍ତ୍ରରେ ଦେବ ଦେବୀଙ୍କ  ମୂର୍ତ୍ତି ବିସର୍ଜନ ସମ୍ପର୍କରେ ଅଲଗା କାରଣ ରହିଛି। ତେବେ ଏକ ପୌରାଣିକ ଉପକଥା  ଅନୁସାରେ ଗଣେଶ ଚତୁର୍ଥୀ ଦିନରୁ ଶ୍ରୀ ବେଦବ୍ୟାସ ମହାଭାରତ ରଚନା ପ୍ରାରମ୍ଭ କରିଥିଲେ। ବ୍ୟାସଦେବ ମହାଭାରତ ଡାକୁଥିବାବେଳେ ଗଣେଶ ଏହା ଲେଖୁଥିଲେ। ବ୍ୟାସଦେବ ଆଖି ବନ୍ଦ କରି ଲଗାତାର ଦଶ ଦିନ ପର୍ଯ୍ୟନ୍ତ ଏକାଧାରରେ ମହାବାରତର ଗୋଟିଏ ପରେ ଗୋଟିେ ପର୍ବ ଡାକିଚାଲିଥିଲେ ଆଉ ଗଣେଶ ଏହାକୁ ଲଗାତାର ଲେଖିଥିଲେ।

ଦଶ ଦିନ ପରେ ଯେତେବେଳେ ବ୍ୟାସଦେବ ୧୮ ଖଣ୍ଡ ମହାଭାରତ କଥା ସାରି ଆଖି ଖୋଲିଲେ ସେତେବେଳେ ଗଣେଶଙ୍କ ଶରୀରର ତାପମାତ୍ରା ବଢିଯାଇଥିଲା। ଏଥିପାଇଁ ବ୍ୟାସଦେବ ଗଣେଶଙ୍କ ଶରୀରକୁ ଥଣ୍ଡାକରିବା ଲାଗି ତାଙ୍କୁ ପଖୋରୀରେ ବୁଡାଇଥିଲେ। ଫଳରେ ଗଣେଶଙ୍କ ଶରୀରର ତାପମାତ୍ରା ସ୍ବଭାବିକ ହୋଇଥିଲା।  ଏଥିପାଇଁ ଅନନ୍ତ ଚତୁଦର୍ଶି ଦିନରେ ଗଣେଶଙ୍କ ବିସର୍ଜନ କରାଯାଏ।

   Related Posts