ମହା ଖୁଲାସା: ସଲମନଙ୍କ ସବୁ ବ୍ରେକଅପର କାରଣ ତାଙ୍କ ଶରୀରର ଏହି ଅଙ୍ଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
18/12/2018 at 2:07 PM

ମୁମ୍ବାଇ୧୮|୧୨:ସଲମନ ଖାନ୍ଙ୍କୁ ଏବେ ୫୩ ବର୍ଷ ବୟସ । ଆଜି ପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି । କିନ୍ତୁ ସବୁବେଳେ ବିଭିନ୍ନ ନାୟିକାଙ୍କ ସହ ଆଫାୟାର ପାଇଁ ସେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ ତାଙ୍କର କୌଣସି ଆଫାୟାର ବହୁତ ଦିନ ଚାଲିନଥିବା ମଧ୍ୟ ସମସ୍ତେ ଜାଣନ୍ତି । କେବେ ଐଶ୍ବର୍ଯ୍ୟାଙ୍କ ସହ ତ କେବେ କାର୍ଟିନାଙ୍କ ସହ ସେ ଚର୍ଚ୍ଚାରେ ରହିଆସିଛନ୍ତି । କୁହାଯାଏ ଯେ, କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କର ପ୍ରତ୍ୟେକ ଆଫାୟାର ଅଳ୍ପ ଦିନ ମଧ୍ୟରେ ଭାଂଗି ଯାଇଥାଏ । ହେଲେ ଏବେ ନିଜେ ସଲମାନ ତାଙ୍କ ଆଫାୟାର ଭାଂଗିବାର କାରଣ ସେ ନିଜେ ପ୍ରକାଶ କରିଛନ୍ତି ।

ସଲମନ ଖାନ୍ କାହିଁକି ବାହା ହଉ ନାହାଁନ୍ତି , କାହିଁକି ତାଙ୍କର ଆଫାୟାର ଟିକି ପାରୁ ନାହିଁ ଏ ସମ୍ପର୍କରେ ଜାଣିବାକୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ଏବେ ସଲମନ ଖାନ୍ ଏହାପ୍ରକାଶ କରିବା ପରେ ଏହା ପଛରେ କେତେ ସତ୍ୟତା ରହିଛି ତାକୁ ନେଇ ଚାଲିଛି ଚର୍ଚ୍ଚା । ଦୀର୍ଘଦିନରୁ ସିକ୍ରେଟ ହୋଇ ରହିଥିବା ଏହି ତଥ୍ୟ ସଲମନ ବିଗ ବସ-୧୨ର ଏକ ୱିକ୍ଏଣ୍ଡ ସୋ ରେ ପ୍ରକାଶକରିଛନ୍ତି ।

ବିଗ ବସ ୧୨ ଆଉ ୨ ସପ୍ତାହରେ ସରିବାକୁ ଯାଉଛି। ସୋ ରେ ପ୍ରତିଦିନ ନୂଆ ଟ୍ୱିଷ୍ଚ ଦେଖିବାକୁ ମିଳୁଛି। ଏମିତିରେ ୱିକେଣ୍ଡ କା ୱାରରେ ସଲମାନ ଖାନ୍ଙ୍କ ସହ ଶାହରୂଖ ଖାନ ବି ଦେଖାଯାଇଛନ୍ତି।୨କିଙ୍ଗ ଅଫ ଖାନ ମିଶି ଲୋକଙ୍କୁ ଖୁବ ଆମୋଦିତ କରିଥିଲେ। ସୋ ରେ ବହୁତ ମୌଜ ମସ୍ତି ହୋଇଥିଲା।

ଗତ ଶନିବାର ସୋ ମଝିରେ ସଲମନ ଖାନ ନିଜଚାଲରେ ନିଜେ ଫସିଗଲେ। ସେ ନିଜେ ହିଁ କଥା କଥାରେ ନିଜ ସବୁ ବ୍ରେକଅପର କାରଣ କହିଥିଲେ। ତାଙ୍କର ବାରମ୍ୱାର ବ୍ରେକଅପର କାରଣ ଏତେ ଦିନ ପରେ ପଦାକୁ ଆସିଲା। ଫଲରେ ତାଙ୍କ ଫ୍ୟାନଙ୍କର ଅପେକ୍ଷାର ଅନ୍ତ ହୋଇଥିଲା। ଲୋକଙ୍କୁ ନିଜ ନିଜ ପ୍ରଶ୍ନର ଉତ୍ତର ମିଳିଥିଲା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ତାଙ୍କର ବ୍ରେକଅପର କାରଣ କୁଆଡେ ତାଙ୍କର ଦାନ୍ତ। ଏକଥା ଆମେ ନୁହଁ, ବରଂ ନିଜେ ସଲମନ କହିଛନ୍ତି ।
