ରାଜାର ରୋଜଗାର ନାହିଁ ବୋଲି କେବଳ ବାହା ହେବାକୁ ନିହାରିକା ମନା କରୁଥିଲେ ନା ଆଉ କିଛି ଥିଲା କାରଣ? ଖାଲି ବାହା ହେବାକୁ ମନା କରିଦେବାରୁ ନିହାରିକାଙ୍କୁ ରାଜା ମାରିଦେଲା ନା ଆଉ କିଛି ରହିଛି କାରଣ ?

Published By : Prameya-News7 Bureau | September 21, 2019 IST

ଜଗତସିଂହପୁର୨୧|୯: ରାଜା(କିଶୋର) ଓ ରୂପାଲି(ନିହାରିକା) ପରସ୍ପରକୁ ଗତ ୪ ବର୍ଷ ହେଲା ଭଲ ପାଉଥିଲେ । ସେମାନେ ବିବାହ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇସାରିଥିଲେ । ହେଲେ ହଠାତ ରୂପାଲି ଦେଇଥିବା ପ୍ରତିଶୃତିରୁ ଓହରିବା ଆରମ୍ଭ କରିଥିଲେ । ଏହା ରାଜାକୁ ବ୍ୟତିବ୍ୟସ୍ତ କରିଥିଲା । ନିହାରିକା କାହିଁକି ରାଜାଠୁ ଦୂରେଇଯିବା ଲାଗି ହଠାତ୍‌ ଚାହିଁଲେ ସେ ସମ୍ପର୍କରେ ପୋଲିସ କହୁଛି ଯେ, ରାଜା କିଛି କାମଧନ୍ଦା ନକରୁଥିବା ହେଉଛି ମୁଖ୍ୟ କାରଣ । ନିଜେ ନିହାରିକା ନର୍ସ ଥିବାରୁ ଭଲ ରୋଜଗାର ନଥିଲା । ଏପଟେ ରାଜା କିଛି କାମଧନ୍ଦା କରୁନଥିବାରୁ ବାହା ହେଲେ କେମିତି ଚଳିବେ ବୋଲି ନିହାରିକା ମନରେ ସନ୍ଦେହ ଥିଲା । ସେଥିପାଇଁ ସେ ରାଜାକୁ ବାହା ହେବାକୁ ଚାହୁଁନଥିଲା ।

{"id":160758,"width":586,"height":734}

ହେଲେ ନିହାରିକାଙ୍କ ନିଷ୍ପତ୍ତି କିନ୍ତୁ ରାଜାକୁ ସଇତାନ ସଜାଇବା ଆରମ୍ଭ କରିଥିଲା । ମୋର ଯଦି ହେବୁନି ତାହେଲେ ତତେ ଆଉ କାହାର ହେବାକୁ ଦେବିନି ଥିଓରୀ ରାଜାକୁ ଅନୁପ୍ରାଣିତ କରିଥିଲା । ମିଠାରେ ମିଠାରେ ମାରିଦେଲା ମନର ମୟୂରୀ ପ୍ରେମିକା ନିହାରିକ ଓରଫ ରୂପାଲିକୁ .। ଭୁଲିଗଲା ସବୁ ଭଲ ପାଇବା ଏବଂ ୪ ବର୍ଷର ସୁଖସ୍ମୃତିକୁ ।

{"id":160760,"width":587,"height":697}

 ୮ତାରିଖରେ ନର୍ସିଂ ହୋମରୁ ବାହାରି ରାଜାର ଗାଡିରେ ବସିବା ଯାଏଁ ନିହାରିକା ଜାଣିନଥିଲେ ଯେ, ଯମଦୂତ ସହ ସେ ଯାଉଛନ୍ତି ବୋଲି । ଚାଉଳିଗଞ୍ଜର ଖାଲିଘର ମିଳିବା ପରେ  ନିହାରିକା ବି ଉତତ୍ପୁଲ୍ଲିତ ହୋଇଥିବେ ନିଜର ମନର ମଣିଷକୁ ନିରୋଳାରେ ପାଇ । ହେଲେ ସେ ନିରୋଳାପଣ ହିଁ  ଡାକି ଆଣିଥିଲା ଏକ ନିର୍ଘାତ ପରିଣାମକୁ । ମୃତ୍ୟୁକୁ । ପ୍ରେମିକ ହାତରେ ହତ୍ୟାକୁ ।

{"id":160718}

ହେଲେ ପ୍ରଶ୍ନ ଉଠୁଛି କେବଳ ବାହା ହେବାକୁ ମନା କରିବାରୁ କଣ ନିହାରିକାକୁ ରାଜା ମାରିଦେଲା ଅତି ଜଘନ୍ୟ ଭାବେ ? ଯଦି ଏମିତି ଆଶଙ୍କା ଥିଲା ତାହେଲେ ଏ ସମ୍ପର୍କରେ ନିହାରିକା କେମିତି କିଛି କିଛି ସୁରାକ ପାଇନଥିଲେ । ତାଛଡା ଯାହାକୁ ବାହା ହେବାକୁ ମନା କରିଦେଇଥିଲେ ତା ସାଂଗରେ ନିହାରିକା କେମିତି ଯାଉଥିଲେ ଏକ ନିରୋଳା ନିଭୃତ ସ୍ଥାନକୁ ?

{"id":160565}

ନିହାରିକାଙ୍କୁ ହତ୍ୟା କରିବା ସମ୍ପର୍କରେ ରାଜା ଯାହା ପୋଲିସକୁ କହିଛି ପୋଲିସ ତାକୁ ଗ୍ରହଣ କରି ସେଇ ଅନୁସାରେ ସୂଚନା ଦେଉଛି । କିନ୍ତୁ ପ୍ରକୃତ କାରଣ ଆଉ କିଛି ହୋଇଥାଇପାରେ ବୋଲି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ବଭାବିକ . ସମ୍ଭବତଃ ରାଜାକୁ ରିମାଣ୍ଡରେ ନେବାପରେ ପ୍ରକୃତ କାରଣ ଉନ୍ମୋଚନ କରିପାରେ .।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.