Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦୀପାବଳି ପୂର୍ବରୁ ଲଞ୍ଚ୍ ହେବ ରିଅଲମିର ଏହି ଦମଦାର୍ ୫ଜି ଫୋନ୍, ଦାମ୍ ବି ବହୁତ କମ୍

19/06/2021 at 9:59 AM

ନୂଆଦିଲ୍ଲୀ, ୧୯/୦୬: ରିଅଲମି ଜିଟି ଅତିଶୀଘ୍ର ବଜାରକୁ ଆସିବ । ଏହି ସ୍ମାର୍ଟଫୋନରୁ ଅପେକ୍ଷା କରିଥିବା ୟୁଜରଙ୍କ ଅପେକ୍ଷାର ଅନ୍ତ ଘଟିଛି । ଦୀପାବଳି ପୂର୍ବରୁ ଏହି ଫୋନ୍ ବଜାରକୁ ଆସିଯିବ ବୋଲି କମ୍ପାନୀ ଘୋଷଣା କରିଛି । ରିଅଲମି ଜିଟି ୫ଜି ନଭେମ୍ବର ୪ ତାରିଖ ପୂର୍ବରୁ ଭାରତରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି ।

ଫୋନ୍‌ର ଫିଚର୍ ଓ ସ୍ପେସିଫିକେସନ୍

ଫୋନରେ ୧୦୮୦ ରେଜ୍ୟୁଲେସନ୍ ସହ ୬.୪୩ ଇଞ୍ଚ୍‌ର ଡିସପ୍ଲେ ରହିଛି । ଯାହା ଆମୋଲେଡ୍ ଡିସପ୍ଲେ ଅଟେ । ଡିସପ୍ଲେର ଆସପେକ୍ଟ ରେସିଓ ୨୦.୯ ଓ ରିଫ୍ରେସ୍ ରେଟ୍ ୧୨୦ ଏଚଜେଡ୍ ଅଟେ । ଫୋନରେ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ୍ ସେନସର୍ ରହିଛି । ଏହି ସ୍ମାର୍ଟଫୋନ୍ ଡ୍ୟାସିଂ ସିଲଭର୍, ଡ୍ୟାସିଂ ବ୍ଲୁ ଓ ରେସିଂ ୟେଲୋ ରଙ୍ଗରେ ଉପଲବ୍ଧ ।

ଫଟୋଗ୍ରାଫି ପାଇଁ ଫୋନରେ ଏଲଇଡି ଫ୍ଲାସ୍ ସହ ତ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିଛି । ୬୪ ମେଗାପିକ୍ସଲ ପ୍ରାଇମେରୀ ସେନସର୍ ସହ ୮ ଏମପିର ଅଲଟ୍ରା ଓ୍ୱାଇଡ୍ ଓ ୨ ମେଗା ପିକ୍ସଲର ମାକ୍ରୋ ସେନସର୍ ରହିଛି । ସେଲଫି ପାଇଁ ଫୋନରେ ୧୬ ମେଗାପିକ୍ସଲ କ୍ୟାମେରା ରହିଛି ।

ଫୋନରେ ୧୨ ଜିବି ଯାଏଁ ରାମ୍ ରହିଥିବା ବେଳେ ଇଣ୍ଟରନାଲ୍ ମେମୋରୀ ରହିଛି ୨୫୬ ଜିବି । ଏହାସହ ୪୫୦୦ ଏମଏଏଚର ବ୍ୟାଟେରୀ ରହିଛି । ଆହୁରି ମଧ୍ୟ, ବ୍ଲୁଟୁଥ୍, ଓ୍ୱାଇଫାଇ, ଜିପିଏସ ଆଦି ପିଚର୍ ମଧ୍ୟ ଫୋନରେ ରହିଛି । ଭାରତରେ ଏହା ୩୫ରୁ ୪୦ ହଜାର ମଧ୍ୟରେ ବିକ୍ରି ଲଞ୍ଚ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।

   Related Posts