ଭାରତରେ Realme ଲଞ୍ଚ୍ କଲା ୱେୟାର୍‌ଲେସ୍ ଚାର୍ଜର୍ : ଦାମ୍ ମାତ୍ର ୮୯୯ ଟଙ୍କା

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ ୦୧/୦୮ : କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ Realme ୱେୟାରଲେସ ଚାର୍ଜିଙ୍ଗ ସପୋର୍ଟ କରୁଥିବା ଡିଭାଇସର ଚାହିଦାକୁ ଦୃଷ୍ଟିରେ ରଖି ଭାରତ 10W ୱେୟାରଲେସ ଚାର୍ଜର ଲଞ୍ଚ କରିଛି | କମ୍ପାନୀ ଚାର୍ଜରର ଦାମ ମଧ୍ୟ ସୁହାଇଲା ଭଳି ରଖିଛି | ଚାର୍ଜରର ମୂଲ୍ୟ ୮୯୯ ଟଙ୍କା ରଖାଯାଇଛି | ଗ୍ରାହକ Realme.com ୱେବସାଇଟରୁ ଏହି ଚାର୍ଜର କିଣିପାରିବେ | ଏହି ଚାର୍ଜର ସାହାଯ୍ୟରେ ୟୁଜର୍ସ କେବଳ ସ୍ମାର୍ଟଫୋନ ନୁହେଁ ବରଂ ଅନ୍ୟାନ୍ୟ ଡିଭାଇସକୁ ମଧ୍ୟ ୱେୟାରଲେସ ତରିକାରେ ଚାର୍ଜ କରିପାରିବେ | ଅର୍ଥାତ ଏହା ସ୍ମାର୍ଟଫୋନ ସମେତ ଅନ୍ୟାନ୍ୟ ଡିଭାଇସକୁ ମଧ୍ୟ ସପୋର୍ଟ କରିବାର ସକ୍ଷମ | ଏହା କେବଳ ଗ୍ରେ କଲରରେ ଉପଲବ୍ଧ |

{"id":308516,"sizeSlug":"large"}

ଦେଖିବାକୁ ଏହି ଚାର୍ଜର ବହୁତ ଆକର୍ଷଣୀୟ | ଏହାର ଡିଜାଇନ ଗୋଲାକାର | ଏଥିରେ Realme ସ୍ପେସାମ ମେଟ ସଫ୍ଟ ପେଣ୍ଟ ବ୍ୟବହାର କରିଛି | ଫଳରେ ଏଥିରେ ଦାଗ ହେବନାହିଁ | ଚାର୍ଜରର ଠିକ ମଝିରେ କମ୍ପାନୀର ଲୋଗୋ ଅଛି | ଏହା ପାକେଟ ସାଇଜର ଚାର୍ଜର ଏବଂ ୯ ଏମଏମ ପତଳା | ଆପଣ ଏହାକୁ ଯୁଆଡେ ଗଲେ ବି ସହଜରେ ନେଇପାରିବେ |

{"id":308517,"sizeSlug":"large"}

ଡିଭାଇସ ଡେମେଜ ନ ହେବା ପାଇଁ ଇକସିଡେଣ୍ଟାଲ ସ୍ଲିପ ଅଫ ଉପଯୋଗ କରାଯାଇଛି | ଫୁଲ ଚାର୍ଜ ହେବାପରେ ଏହା ମନକୁ ବନ୍ଦ ହୋଇଯାଏ | ସିକ୍ୟୁରିଟି ପାଇଁ ଏଥିରେ ମଲ୍ଟିପଲ ଫିଚର ଦିଆଯାଇଛି | ଏହି ୱେୟାରଲେସ ଚାର୍ଜର Realme Buds Air କୁ ବହୁତ ସ୍ପିଡ଼ରେ ଚାର୍ଜ କରିପାରେ ଯାହା QI ପ୍ରୋଟୋକଲ ସପୋର୍ଟ ସହ ଆସିଥାଏ | ଅନ୍ୟ ଡିଭାଇସ କନେକ୍ଟ ପାଇଁ ୟୁଏସବି ପୋର୍ଟ ମଧ୍ୟ ଦିଆଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.