ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେଲା ରିଏଲମି C 25Y, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : ଦେଶର ଅନ୍ୟତମ ସ୍ମାର୍ଟ ଫୋନ ବିକ୍ରେତା କମ୍ପାନୀ ରିଏଲମି ଆଉ ଏକ ଦମଦାର ମୋବାଇଲ ଫୋନ୍‌ର ଭାରତ ପ୍ରବେଶ କରାଇଛି । ରିଏଲମି C25Y ମଡେଲ ମୋବାଇଲ ଲଞ୍ଚ କରିଛି କମ୍ପାନୀ । ଏହି ଫୋନରେ ଦମଦାର ଫିଚର ସାଙ୍ଗକୁ ରହିଛି ଆକର୍ଷଣୀୟ ଲୁକ୍‌ । ଏହା ବ୍ୟତିତ ୫୦ମେଗା ପିକ୍ସେଲ ରିୟର୍ କ୍ୟାମେରା ଓ ୫୦୦୦ mAh ବ୍ୟାଟେରୀ ରହିଛି । ମଙ୍ଗଳବାର ଠାରୁ ଏହା ଭାରତରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଏହି ମୋବାଇଲର ପ୍ରି-ବୁକିଙ୍ଗ ୨୦ ସେପ୍ଟେମ୍ୱରରୁ ଆରମ୍ଭ ହୋଇଥିଲା ଓ ଆଜି ଠାରୁ ଏହା ଫ୍ଲିପ୍‌ କାର୍ଟ, ରିଟେଲ ଷ୍ଟୋର ଏବଂ ରିଏଲମି ସାଇଟରେ ଉପଲବ୍ଧ ହୋଇଛି ।

Realme C25Y With 50MP Main Camera Launched in India, Price Starts at Rs  10,999

ରିଏଲମି C25Y ର ଦାମ

ଏହି ନୂଆଫୋନର ଦାମ କଥା କହିବାକୁ ଗଲେ ଏଥିରେ ୪ ଜିବି Ram ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଫିଚର ରହିଛି । ସ୍ମାର୍ଟଫୋନର ଦାମ୍ ୧୦,୯୯୯ ଟଙ୍କା ରହିଛି । ତେବେ ୪ ଜିବି Ram ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ଫୋନର ଦାମ୍ ୧୧,୯୯୯ ଟଙ୍କା ରଖାଯାଇଛି ।

Realme C25Y With 50MP Triple-Camera, 5,000mAh Battery Launched In India:  Price, Specifications

 ଫିଚର

ଡିସ୍‌ପ୍ଲେ : ୬.୫ ଇଞ୍ଚ୍‌ ମିନି ଡ୍ରପ୍ ଫୁଲ ସ୍କ୍ରିନ, HD ଡିସପ୍ଲେ

ପ୍ରୋସେସର୍: Unisco T610(କ୍ଲକ ସ୍ପିଡ୍‌ 1.8GHz)

ଟ୍ରିପଲ ରିୟର କ୍ୟାମେରା ସେଟଅପ୍ : 50MP(ପ୍ରାଇମେରି ସେନ୍ସର)+2MP(ମାକ୍ରୋ ଲେନ୍ସ)+2MP(ବ୍ଲାକ ଏଣ୍ଡ ହ୍ୱାଇଟ୍)

ଫ୍ରଣ୍ଟ କ୍ୟାମେରା: 8 ମେଗାପିକ୍ସେଲ୍‌

ବ୍ୟାଟେରୀ : 5000ଏମ୍ଏଚ୍

ଖାସ୍‌ ଫିଚର: ୧୮ ୱାଟ୍ ଫାଷ୍ଟ ଚାର୍ଜିଙ୍ଗ ସୁବିଧା

କନେକ୍ଟିଭିଟି: 4G VoLTE ୱାଇଫାଇ, ବ୍ଲୁଟୁଥ, ଜିପିଏସ୍ ଓ ୟୁଏସବି ଟାଇପ୍ ସି ପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.