ବ୍ରହ୍ମପୁର ପିଚିପିଚା ନଗରକୁ ଗଲେ ବାରିହୋଇପଡ଼େ ଆମ ଯୋଜନା ସବୁ ତୃଣମୂଳ ସ୍ତରରେ କେତେ ସଫଳ, ପଢନ୍ତୁ ପୂରା ରିପୋର୍ଟ

Published By : Prameya-News7 Bureau | August 26, 2019 IST

ବ୍ରହ୍ମପୁର୨୬|୮: ଗରିବ ଗୁରୁବାଙ୍କୁ ଘର ଖଣ୍ଡେ ଯୋଗାଇଦେବାକୁ ସରକାର କେତେ କଣ ଯୋଜନା କରିଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ।ବ୍ରହ୍ମପୁର ମହାନଗର ନିଗମ ୪ ନମ୍ବର ୱାର୍ଡରେ ଥିବା ପିଚିପିଚା ନଗରକୁ ଗଲେ ବାରିହୋଇପଡ଼େ ଆମ ଯୋଜନା ସବୁ କେତେ ସଫଳ ? କେତେ ଉପକୃତ ହୁଅନ୍ତି ଗିରବ ହିତାଧିକାରୀ ? ଅଭିଯୋଗ କଲେ ବି ଫଳ ଘର ଶୂନ ।

{"id":149281}

ବ୍ରହ୍ମପୁର ମହାନଗର ନିଗମର ୪ନମ୍ବର ୱାର୍ଡରେ ଥିବା  ପିଚିପିଚାନଗରର ଇଏ ହେଉଛି ଦୃଶ୍ୟ । ଦେଖନ୍ତୁ କେମିତି ରହୁଛନ୍ତି ଏଠାକାର ବାସିନ୍ଦା । ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ବର୍ଷା ଦିନ ପାଇଁ ଅବସ୍ଥା ଆହୁରି ଖରାପ । ପିଲା ଛୁଆଙ୍କୁ ଧରି ପାଣି କାଦୁଅରେ ନାହିଁ ନଥିବା ହୀନସ୍ତା ହେଉଛନ୍ତି ଏମାନେ ।

{"id":149284}

୩୦ ବର୍ଷ ହେଲାଣି  ଏମିତି ଅବସ୍ଥାରେ ରହିଛନ୍ତି ପିଚିପିଚାନଗର ବାସିନ୍ଦା । ରାଜୀବ ଆବାସିକ ଯୋଜନାରେ ଘର ଖଣ୍ଡିଏ ମିଳିବ ବୋଲି ଆଶା ଥିଲା । ହେଲେ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଯାଇଛି ଯେମିତି । ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଗୁହାରୀ ଜଣାଇଛନ୍ତି । ଆନ୍ଦୋଳନ ବି କରିଛନ୍ତି । ହେଲେ ଫଳ ଘର ଶୂନ ।  

{"id":149282}

କାହିଁକି ପିଚିପିଚାନଗରର ୩୧ ପରିବାର  ଯୋଜନାରୁ ବାଦ୍ ପଡିଛନ୍ତି ?  ରାଜୀବ ଆବାସିକ ଯୋଜନାରେ ତ ନିର୍ମାଣ ହୋଇଛି ଅନେକ ଘର। କାହିଁକି ଏସବୁ ଘର କାହାକୁ ଯୋଗାଯାଇନି ? ଏସବୁ ଘର ଏବେ ଭୂତ କୋଠୀ ପରିଣତ ହେଲାଣି । ଅସାମାଜିକଙ୍କ ଆଡ୍ଡା ବି ଜମୁଛି ଏଠାରେ । ହେଲେ ହିତାଧିକାରୀଙ୍କୁ ଦିଆନଯିବାର କାରଣ କଣ ? କେନ୍ଦ୍ର ସରକାରଙ୍କ ଠାରୁ କ୍ଳିୟରାନ୍ସ୍  ଆସିଲେ ଯୋଜନାରେ ସାମିଲ୍ କରାଯିବ ବୋଲି କହିଛନ୍ତି ବି.ଏମ୍.ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍।

{"id":149283}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.