ପୁଲୱାମା ହମଲାର ଅସଲୀ କାରଣ ସାମ୍ନାକୁ ଆସିଲା, ଏହି କାରଣରୁ ସେନାଙ୍କ ଉପରେ କରାଗଲା ଆତଙ୍କୀ ହମଲା
19/02/2019 at 4:18 PM

ପୁଲୱାମା ଆତଙ୍କବାଦୀ ହମଲା ବିଷୟରେ ନୂଆ ସୂଚନା ଆସିବାରେ ଲାଗିଛି। ଘଟଣା ବିଷୟରେ ଆଜି ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିଲା କିନ୍ତୁ ଏବେ ଯାଇ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଆତଙ୍କୀ ଘଟଣାର କାରଣ ପ୍ରକାଶ ହୋଇଛି। ପୁଲୱାମାରେ ଆତଙ୍କବାଦୀଙ୍କର ପ୍ରଥମ ହମଲା ନଥିଲା। ଏହା ପୂର୍ବରୁ ହମଲା କରିବା ପାଇଁ ୩ଥର ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।

ଆତଙ୍କବାଦୀମାନେ ଆର୍ମି କ୍ୟାମ୍ପରେ ହମଲା କରିବାର ଉଦ୍ୟମ କରିଥିଲେ। କେବଳ ସେତିକି ନୁହଁ ବାରୁଦ ସୁରଙ୍ଗ ବିଛାଇ ହମଲା କରିବାର ଯୋଜନା କରିଥିଲେ।ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଘଠନ ଜୈସ-ଏ-ମହମ୍ମଦଙ୍କ ମୁଖ୍ୟ ମସୁଦ ଅଜହର ତାଙ୍କ ପୁତୁରା ଉସ୍ମାନ ହୈଦର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ହମଲା କରାଇଛି। ୨୦୧୮ ମସିହାରେ ଗୋଟେ ଏନକାଉଣ୍ଟରରେ ଉସ୍ମାନଙ୍କ ମୃତ୍ୟୁ ହୋଇଥିଲା।
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021