ଶତ୍ରୁକୁ ପୂଜା କରନ୍ତି ମହାରାଜ କଂସ: ନିବାସ ଆଗରେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି
7/01/2020 at 2:14 PM

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । କମ୍ପୁଛି ମଥୁରା । ମହାକଂସଙ୍କ ରାଜୁତିରେ ଆତଯାତ ସମସ୍ତେ । ପରମଶତ୍ରୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ମହାରାଜ ଆୟୋଜନ କରିଛନ୍ତି ଧନୁଯାତ୍ରା । ମଞ୍ଚରେ କୃଷ୍ଣଙ୍କ ନାଁ ଧରିଲେ କଂସ ମହାରାଜ ରାଗରେ ପଞ୍ଚମ । କିନ୍ତୁ ସେହି କଂସ ଶତ୍ରୁଙ୍କୁ ପୂଜା କରନ୍ତି। ତାଙ୍କ ନିବାସରେ ଶୋଭା ପାଆନ୍ତି ରାଧାକୃଷ୍ଣ । ପ୍ରବେଶ ପଥରେ ଶ୍ରୀକୃଷ୍ଣ ଓ ରାଧାଙ୍କ ଯୁଗଳ ମୂର୍ତ୍ତି । ମହାରାଜ କଂସଙ୍କ ଏହି କତାଟି ଆଚମ୍ବିତ କରେ । କିନ୍ତୁ ଏହା ସତ୍ୟ ।

ଏହା ଆମେ କହୁନୁ, କହୁଛି ଏକ ମହାନ ପରମ୍ପରାର ମୂଖ୍ୟ ଆକର୍ଷଣ ଚରିତ୍ରଟିର ଆଚରଣ । ସେ ଧନୁଯାତ୍ରା ମଞ୍ଚ ଉପରେ ମହାରାଜ କଂସ, କିନ୍ତୁ ମଞ୍ଚରୁ ଓହ୍ଲାଇଲା ପରେ , ମୁକୁଟ ଆଉ ବେଶ ପରିପାଟି ଉତାରିଲା ପରେ ପୁଣି ଭୁବନେଶ୍ୱର ପ୍ରଧାନ ପାଲଟି ଯାଉଥିବା ପ୍ରକୃତ ଚରିତ୍ରର କଥା । ଲୋକପ୍ରିୟ ବରଗଡ ଧନୁଯାତ୍ରାରେ ମଞ୍ଚ ଉପରେ ଅଭିନୟ କରୁଥିବା କଂସ ମହାରାଜ ବାସ୍ତବରେ କେମିତି ଆସନ୍ତୁ ଜାଣିବା।

ବରଗଡ ଧନୁଯାତ୍ରାର ସପ୍ତମ ଦିନରେ କଂସ ମହାରାଜ ତାଙ୍କ ଘରକୁ ଧାଇଁ ଆସିଛନ୍ତି। ଅନେକ ଦିନ ଧରି ମଥୁରା ନଗରରେ ରହୁଥିବା କଂସ ନିଜ ଗାଁକୁ ଆସିବାର କାରଣ ହେଉଛି ତାଙ୍କ ନାତୀ। ବାସ୍ତବରେ ସେ ନିଜ ନାତୀଙ୍କୁ ଭେଟିବା ପାଇଁ ଚାଲିଆସିଛନ୍ତି। ନାତୀ ସହ ଖେଲିବେ ଟିକେ । ଗାଁରେ ପାଦ ଦେଉ ଦେଉ କଂସ ମହାରାଜଙ୍କ ପଛରେ ଗାଁ ଲୋକେ ମଧ୍ୟ ଧାଇଁଆସିଥିଲେ।

କାରଣ କଳାକାର ଭୁବନେଶ୍ବର ପ୍ରଧାନ ଅନେକ ସମ୍ମାନ ଲାଭ କରିଛନ୍ତି। ମଞ୍ଚ ଉପରର କଂସ ପ୍ରକୃତ ଜୀବନରେ ଖୁବ ଭଲ। ନିଜ ଗାଁରେ ସେ ଖୁବ ମାନ ସମ୍ମାନ ସହ ବଞ୍ଚନ୍ତି। ମଞ୍ଚ ଉପରେ ତାଙ୍କ କ୍ରୋଧ ଦେଖିବାକୁ ମିଳେ ହେଲେ ବାସ୍ତବରେ ସେ ଜଣେ ଭଲ ଲୋକ। ଗାଁ ଲୋକେ ତାଙ୍କ ସହ ନିଜ ସମସ୍ୟା ବିଷୟରେ କଥା ବର୍ତ୍ତା କରନ୍ତି।

କଂସ ମହାରାଜ ଘରେ ପ୍ରବେଶ କରି ପ୍ରଥମେ ଦୁର୍ଗାଦେବୀଙ୍କୁ ପ୍ରଣାମ କରିଥିଲେ। ଏକ ସାକ୍ଷାତକାରରେ କଂସ ନିଜେ କହିଛନ୍ତି ଯେ, ମଞ୍ଚ ଉପରେ ସେ ଦ୍ବାପର ଯୁଗର କଂସ ଭୂମିକାରେ ଅଭିନୟ କରନ୍ତି ସତ ହେଲେ କଳି ଯୁଗରେ ପ୍ରକୃତରେ ଶ୍ରୀକୃଷ୍ଣ ହିଁ ତାଙ୍କର ଇଷ୍ଟଦେବ। ଏଥିପାଇଁ ତାଙ୍କ ଘର ସମ୍ମୁଖରେ ଶ୍ରୀକୃଷ୍ଣ ଓ ରାଧାଙ୍କର ମୂର୍ତ୍ତି ରହିଛି।

ମଞ୍ଚ ଉପରେ ସେ ଦୂରାଚାରୀ କିନ୍ତୁ କଂସ ପରିପାଟି ଓହ୍ଲାଇଲା ପରେ ସେ ଭାରି ସଂସ୍କାରି । ଘରେ ପ୍ରବେଶ କରିବା ସମୟରେ ତାଙ୍କର ଦୁଇ ପୁଅ ଆସି ପ୍ରଣାମ କରି ଆଶୀର୍ବାଦ ନେଇଥିଲେ। ତାପରେ ତାଙ୍କ ପତ୍ନୀ ଓ ଦୁଇ ବୋହୂ ଆସି ତାଙ୍କ ପାଦ ଧୋଇ ଦେଇ ପ୍ରଣାମ କଲେ । ଦୀର୍ଘ ଦିନ ପରେ ଘରକୁ ଫେରିଥିବାରୁ ପରିବାର ସଦସ୍ୟ ବେଶ ଖୁସି ହୋଇଥିଲେ।

ଦ୍ବାପର ଯୁଗର କଂସ କଳି ଯୁଗରେ ଜଣେ ସଂସ୍କାରି ମଣିଷ। ଘରକୁ ନାତି ପାଇଁ ଆସିଛନ୍ତି କଂସ ମହାରାଜ। ଏଥିପାଇଁ ନାତିଙ୍କୁ ଗୀତ ଶୁଣାଇ ଗେହ୍ଲା କରୁଛନ୍ତି କଂସ ମହାରାଜ। ଏହା ଦେଖିଲେ,ଏହି ମଣିଷ ଯେ ମଞ୍ଚ ଉପରେ ନିଜ ଭଣଜାଙ୍କୁ ମାରିବାକୁ ଉଦ୍ୟମ କରନ୍ତି ତାହା ବିଶ୍ବାସ କରିହୁଏନି। କଳା କାହ୍ନୁ କହି ଅତି ଆନନ୍ଦରେ ନିଜ କୋଳରେ ସେ ନାତିଙ୍କୁ ଗେହ୍ଲା କରୁଥିଲେ। ଦୀର୍ଘ ଦିନ ଧରି ନାତୀଙ୍କୁ ନଦେଖିଥିବାରୁ ଗାଁକୁ ଦୌଡିଆସିଥିଲେ କଂସ ମହାରାଜ।

ଖୁବ ଶ୍ରଦ୍ଧା ସହ ନାତୀଙ୍କୁ କୋଳେଇଥିଲେ କଂସ ମହାରାଜ। ପ୍ରକୃତ ଜୀବନରେ କଂସ ମହାରାଜ ଖୁବ ସ୍ନେହି ହେଲେ ମଞ୍ଚ ଉପରେ ସେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ବିଷୟରେ ଚିନ୍ତା କରନ୍ତି। କାରଣ ସେ ଧନୁଯାତ୍ରାର କଂସ ମହାରାଜ । ଅଭିନୟ ଆଉ ପ୍ରକୃତ ଚରିତ୍ର ତ ଭିନ୍ନ ହେବ ହିଁ ହେବ , ତାହା ସ୍ୱଭାବିକ । ମହାରାଜା କଂସଙ୍କ ବିକଟାଳ ହସ , ଭୁବନେଶ୍ୱରଙ୍କ ନାତୀ ଖେଳାଇବାର ବାତ୍ସଲ୍ୟ । ମହାରାଜ କଂସ ଆଉ ଭୁବନେଶ୍ବରଙ୍କ ମଧ୍ୟରେ ସେହି ପାର୍ଥକ୍ୟ ।