Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଜଙ୍ଗଲରେ ପଶୁଙ୍କ ସହ ରହିବାକୁ ପସନ୍ଦ କରନ୍ତି ଆଫ୍ରିକାର ଏହି ଯୁବକ, ଖାଦ୍ୟ ବଦଳରେ ଖାଆନ୍ତି ଘାସ

4/08/2021 at 2:09 PM

ଆଫ୍ରିକା ୦୪/୦୮ : ଛୋଟବେଳେ ଆପଣ ନିଶ୍ଚୟ ଟିଭିରେ ମୋଗଲି କାର୍ଟୁନକୁ ଅନେକ ଥର ଦେଖିଥିବେ । ଯିଏ ପିଲାଦିନେ ଜଙ୍ଗଲରେ ପଶୁଙ୍କ ସହିତ ବସବାସ କରେ । ତାହାର ଅଙ୍ଗଭଙ୍ଗୀ ଏବଂ ଲକ୍ଷଣଗୁଡ଼ିକ ପଶୁମାନଙ୍କ ଭଲି ଥିଲା । ଏହାସହ ମୋଗଲି ପଶୁମାନଙ୍କର ଭାଷା ବି  ବୁଝିପାରୁଥିଲା । ତାଙ୍କ ପରି ଜଙ୍ଗଲରେ ମିଳୁଥିବା ଖାଦ୍ୟ ଖାଇ ବଞ୍ଚୁଥିଲା । ତେବେ ଏଠି କିନ୍ତୁ ଚିତ୍ର ଅଲଗା । ଏଠାରେ ଜଣେ ଯୁବକ କୌଣସି କାରଣରୁ ଜଙ୍ଗଲରେ ରହିଯାଇଥିଲେ । ଫରେ ତାଙ୍କ ଅଙ୍ଗଭଙ୍ଗୀ ସବୁ ପଶୁମାନଙ୍କ ଭଳି ହୋଇଯାଇଛି । ସେ ଆଫ୍ରିକାର ଜଣେ ଯୁବକ ଏଲ୍ଲି । ଏଥିପାଇଁ ଅଲିଙ୍କୁ ରିଅଲ୍ ଲାଇଫ୍ ମୋଗଲି କୁହାଯାଉଛି ।

ସୂଚନା ଅନୁଯାୟୀ ଏଲିଙ୍କ ମାଆଙ୍କର ୫ ଥର ଗର୍ଭପାତ ପରେ ଜନ୍ମ ହୋଇଥିଲେ ଏଲି । ଏଥିପାଇଁ ପରିବାର ଲୋକେ ଏଲିଙ୍କୁ ଖୁବ୍ ବହୁତ ଯତ୍ନ ନିଅନ୍ତି । ହେଲେ ଆରମ୍ଭରୁ ସେ ଅନ୍ୟ ପିଲାମାନଙ୍କଠାରୁ ଅଲଗା ରହୁଥିଲେ। ସେ କେବେ ସ୍କୁଲ ଯାଇ ନାହାନ୍ତି  କି ଗାଁରେ ତାଙ୍କର କେହି ବନ୍ଧୁ ନାହାନ୍ତି । ସେଠାରେ ଥିବା ଲୋକଙ୍କଠାରୁ ଦୂରେଇ ଯାଇ ଜଙ୍ଗଲରେ ରହୁଥିଲେ । ଫଳରେ ଗ୍ରାମବାସୀ ଏଲି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏଣେତେଣେ ଖରାପ କଥା କହି ହଇରାଣ କରି ରଖୁଛନ୍ତି । ଏଲିଙ୍କ ମାଆଙ୍କ କହିବା ଅନୁଯାୟୀ  ଏଲି ନିଜ ନାଁ ନିଜେ ପାଟିରେ ଉଚ୍ଚାରଣ କରିପାରେନି । ସେ ତା ମାଙ୍କ ହାତରୁ ଖାଦ୍ୟ ଖାଏ । ସେ ଘର ଖାଦ୍ୟ ପସନ୍ଦ କରେ ନାହିଁ କେବଳ କଦଳୀ ଓ ଘାସ ଖାଇବାକୁ ପସନ୍ଦ କରେ । କେବଳ ସେତିକି ନୁହେଁ ସେ କିଛି ବୁଝିପାରେ ନାହିଁ ।

ଏଲିକୁ ଘରକୁ ଯବା ପାଇଁ ପସନ୍ଦ କରେ ନାହିଁ । ଯେତେବେଳେ ଏଲି ସୁଯୋଗ ପାଇଥାଏ ସେ ଘରୁ ଦୌଉଡି ଜଙ୍ଗଲକୁ ପଳାଇଥାଏ । ହେଲେ ପରିବାର ଲୋକ ମଧ୍ୟ ତାଙ୍କ ପଛରେ ଯାଇ ଜଙ୍ଗଲରେ ପହଞ୍ଚି ଯାଇଥାନ୍ତି । ଜଙ୍ଗଲରେ ଥିବା ଗଛ ଉପରେ ଲୁଚି ଯାଇଥାଏ ।  ଯଦି ପରିବାର ସଦସ୍ୟ ତାଙ୍କ ପଛରେ ନ ଆସନ୍ତି ତାହାଲେ ସେ ଅନେକ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ରୁହନ୍ତି । କୁହାଯାଏ ଯେ କି ଏଲି ଦୁନିଆର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଠାରୁ ଦ୍ରୁତ ଗତିରେ ଦୌଡିଥାଏ । ତାଙ୍କୁ ଧରିବା ପାଇଁ ଲୋକଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ । ଆଫ୍ରିମାକ୍ସ ଟିଭି ମଧ୍ୟ ଏଲି ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ।

   Related Posts