ଫିଲ୍ମରେ ଯୋଡି ଭାବେ ନଜର ଆସୁଥିବା ଏହି ୧୦ ଜଣ ଷ୍ଟାର ବାସ୍ତବ ଜୀବନରେ ମଧ୍ୟ ପତୀ ପତ୍ନୀ

Published By : Prameya-News7 Bureau | September 05, 2019 IST

ମୁମ୍ବାଇ୫|୯: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଯୋଡି ଅଛନ୍ତି ଯେଉଁମାନଙ୍କ ବିଷୟରେ ଅଧିକାଂଶ ଦର୍ଶକ ଜାଣିନଥାନ୍ତି। ସେମାନେ ରିଲ ଲାଇଫ ସହ ରିଅଲ ଲାଇଫରେ ମଧ୍ୟ ସ୍ବାମୀ ସ୍ତ୍ରୀ। ତେବେ ବଲିଉଡର ଏମିତି କିଛି କପଲଙ୍କ ବିଷୟରେ ଜାଣନ୍ତୁ ଯିଏ ପରଦା ପଛରେ ପ୍ରକୃତରେ ପତୀ ପତ୍ନୀ।

{"id":153272,"width":577,"height":422}

ବଲିଉଡ ଅଭିନେତା କୁମୁଦ ମିଶ୍ରା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କ ପତ୍ନୀ ଆୟଶା ରଜା ମଧ୍ୟ ଫିଲ୍ମରେ ନଜର ଆସନ୍ତି। ଏମିତି ଅନେକ ଫିଲ୍ମ ଅଛି ଯେଉଁଥିରେ ଉଭୟ ପତୀ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ସେମାନେ ରିଅଲ ଲାଇଫରେ ସ୍ବାମୀ ସ୍ତ୍ରୀ ବୋଲି ଅଧିକାଂଶ ଲୋକେ ଜାଣିନାହାନ୍ତି।

{"id":153273}

ମୁରଲି ଶର୍ମା ଓ ଅଶ୍ବିନୀ କାଲସେକର ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି। ଉଭୟ ବାସ୍ତବ ଜୀବନରେ ମଧ୍ୟ ପତୀ ପତ୍ନୀ। ଗୋଲମାଲ ଫିଲ୍ମର ସିରିଜରେ ଏକା ସହ ଅଭିନୟ କରିଥିଲେ ଏହି ଯୋଡି। ବଲିଉଡ ସହ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରନ୍ତି ଏହି ଷ୍ଟାର।

{"id":153274}

କେକେ ମେନନ୍‌ ଓ ନିବେଦିତା ଭଟ୍ଟାଚାର୍ଯ୍ୟ ବାସ୍ତବରେ ସ୍ବାମୀ ସ୍ତ୍ରୀ। ଅନେକ ଫିଲ୍ମରେ ଏକା ସହ ଅଭିନୟ କରିଛନ୍ତି ଏହି ଯୋଡି। ଉଭୟଙ୍କ ଅଭିନୟ ଦ୍ବାରା ସେମାନେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। କେକେ ଅଧିକାଂଶ ନେଗେଟିଭ ରୋଲରେ ଅଭିନୟ କରି ଲୋକଙ୍କ ଦିଲରେ ରାଜ କରନ୍ତି।

{"id":153276}

ହାସ୍ୟ କଳାକାର ଭାବେ ନଜର ଆସୁଥିବା ମନୋଜ ପାହୱା ସିରିଅସ ଭୂମିକାରେ ଅଭିନୟ କଲେ ମଧ୍ୟ ଲୋକେ ପସନ୍ଦ କରନ୍ତି। ମନୋଜ ପାହୱା ନିଜ ସ୍ତ୍ରୀ ସୀମା ପାହୱାଙ୍କ ସହ ଅନେକ ଫିଲ୍ମରେ ଏକା ସହ ନଜର ଆସିଛନ୍ତି। ହେଲେ ଅଧିକାଂଶ ଦର୍ଶକ ଜାଣିନାହାନ୍ତି ଯେ, ସେମାନେ ବାସ୍ତବରେ ପତୀ ପତ୍ନୀ। ନାଟକ ରିହର୍ଶଲ କରୁଥିବା ବେଳେ ଉଭୟ ପ୍ରେମରେ ପଡିଥିଲେ ।

{"id":153277}

ବଲିଉଡର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପାଇ ଓ ପତ୍ନୀ ନେହା ଏକା ସହ ଅନେକ ଫିଲ୍ମରେ ସ୍ବାମୀ ସ୍ତ୍ରୀ ଭାବେ ଅଭିନୟ କରିଛନ୍ତି। ଏହି ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି। ମନୋଜ ଓ ସୀମା ରିଲ ଲାଇଫ ବ୍ୟତୀତ ରିଅଲ ଲାଇଫରେ ପତୀ ପତ୍ନୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.