କେନ୍ଦ୍ରରେ ଏଥର ଆରମ୍ଭ ହେଲା ରିୟଲ ଗୁଜରାଟ ମଡେଲ ସରକାର ନା ବାଜପେୟୀ ମଡେଲ ତାକୁ ନେଇ ତର୍ଜ୍ଜମା

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ୩୧|୫: କେନ୍ଦ୍ରରେ ଏଥର ଆରମ୍ଭ ହେଲା ରିୟଲ ଗୁଜରାଟ ମଡେଲ ସରକାର। ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ତାଙ୍କର ଘନିଷ୍ଠ ତଥା ବିଜେପି ସଭାପତି ଅମିତ ଶାହା ନେଇଛନ୍ତି ଗୃହ ମନ୍ତ୍ରଣାଳୟ । ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆଉ ନିର୍ମଳା ସୀତାରମଣ ହୋଇଛନ୍ତି ଅର୍ଥମନ୍ତ୍ରୀ ।ନିଜେ ପ୍ରଧାନମନ୍ତ୍ରୀ  ପରମାଣୁ ଶକ୍ତି ଓ ଅନ୍ତରୀକ୍ଷ ତଥା ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପାଖରେ ରଖିଛନ୍ତି। 

{"id":118190}

ମୋଦି ପ୍ରଧାନମନ୍ତ୍ରୀ ଓ ଶାହା ହେଲେ ଗୃହମନ୍ତ୍ରୀ। କିଏ କହୁଛି ଗୁଜରାଟ ମଡେଲ। କିଏ କହୁଛି ବାଜପେୟୀ ମଡେଲ। ମୋଦି ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଗୁଜରାଟ ଗୃହମନ୍ତ୍ରୀ ଥିଲେ ଅମିତ ଶାହା। ଏବେ ମୋଦି ସେହି ଫର୍ମୁଲା ରିପିଟ କରିଛନ୍ତି ।ସେହିଭଳି ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଆଡଭାନି ଥିଲେ ଗୃହମନ୍ତ୍ରୀ ।ଏବେ ପୁଣି ସମାନ ଢଙ୍ଗରେ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି ମୋଦି ।ପାୱାର ହାୟାର୍‌କିରେ ନମ୍ବର ଟୁ ହୋଇଛନ୍ତି ଶାହା। ଗତ ଥର ଗୃହମନ୍ତ୍ରୀ ଥିବା ରାଜନାଥ ସିଂହ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।  ଆଉ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ହୋଇଛନ୍ତି ଅର୍ଥମନ୍ତ୍ରୀ। ମୋଦିଙ୍କ ମନ୍ତ୍ରିମଣ୍ଡଳର ୫୭ ମନ୍ତ୍ରୀଙ୍କର ଆଜି ବିଭାଗ ବଣ୍ଟନ ହୋଇଛି। ଏବଂ ମନ୍ତ୍ରୀମାନେ ଆଜି ଦାୟିତ୍ବ ମଧ୍ୟ ନେଇଛନ୍ତି।

{"id":118191}

ଯେଉଁମନ୍ତ୍ରୀମାନେ ପୁଣି ନିଜ ବିଭାଗ ଫେରି ପାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ନୀତିନ ଗଡକରି, , ପିୟୂଷ ଗୋୟାଲ, ପ୍ରକାଶ ଜାଭଡେକର, ରବିଶଙ୍କର ପ୍ରସାଦ, ହରସିମ୍ରତ କୌର, ଧର୍ମେନ୍ଦ୍ର ପ୍ରଧାନ ଓ ରାମବିଳାଶ । ସେହିପରି ଡି.ଭି. ସଦାନନ୍ଦ ଗୌଡାଙ୍କୁ ସାର ଓ ରସାୟନ ନରେନ୍ଦ୍ର ସିଂ ତୋମରଙ୍କୁ କୃଷି ଓ କୃଷକ କଲ୍ୟାଣ ଦାୟିତ୍ବ ଦିଆଯାଇଛି।

{"id":118193}

ବୈଦେଶିକ ବିଭାଗ ମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଛି ଏସ୍‌. ଜୟଶଙ୍କରଙ୍କୁ । ସ୍ବାସ୍ଥ୍ୟଗତ କାରଣକୁ ଏଥର ସୁଷମା ସ୍ବରାଜ ଲେକସଭା ନିର୍ବାଚନ ଲଢିନଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବା ପରେ ଶେଷ ମୁହୁର୍ତ୍ତରେ ପୂର୍ବତନ ବୈଦେଶିକ ସଚିବ ଏସ୍‌. ଜୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ସେହିପରି ଗୁରୁତ୍ବପୂର୍ଣ୍ଣ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମିଳିଛି ରମେଶ ପୋଖରୀୱାଲ ନିଶାଙ୍କଙ୍କୁ ।ତେବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ ଅର୍ଜୁନ ମୁଣ୍ଡାଙ୍କୁ ନୂଆ ଦାୟିତ୍ବ ମିଳିଛି । ଆଗରୁ  ଏହି ବିଭାଗର ମନ୍ତ୍ରୀ ଥିଲେ ଜୁଏଲ ଓରାମ ।

{"id":118194}

ଡକ୍ଟର ହର୍ଷବର୍ଦ୍ଧନଙ୍କୁ ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି । ମୁଖତାର ଆବ୍ବାସ ନକଭିଙ୍କୁ ସଂଖ୍ୟାଲଘୁ ମନ୍ତ୍ରାଳୟ, ଗିରିରାଜ ସିଂଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ପ୍ରହଲ୍ଳାଦ ଜୋଶୀଙ୍କୁ ସଂସଦୀୟ ବ୍ୟାପରା, ଖଣି ଓ କୋଇଲା ମନ୍ତ୍ରୀ, ଡକ୍ଟର ମହେନ୍ଦ୍ର ପାଣ୍ଡେଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀ, ଡକ୍ଟର ଅରବିନ୍ଦ ସାଓ୍ଵନ୍ତଙ୍କୁ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି ।

{"id":118195}

ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜଳ ସଂପଦ ବିଭାଗ ମିଳିଛି ।  ସେହିପରି କିରଣ ରିଜିଜୁଙ୍କୁ କ୍ରୀଡା ଓ ଯୁବ ବ୍ୟାପାର, ହରଦୀପ ସିଂଙ୍କୁ ବେସାମରିକ ବିମାନ ଚଳାଚଳ, ମନସୁଖ ମାଣ୍ଡବ୍ୟଙ୍କୁ ଜାହାଜ ଚଳାଚଳ ମନ୍ତ୍ରାଳୟ  ଓ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବ ମିଳିଛି । ଓଡ଼ିଶାର ପ୍ରତାପ ଷଡଙ୍ଗୀଙ୍କୁ MSME, ପ୍ରାଣୀ ଓ ଗୋ, ମତ୍ସ୍ୟ ସଂପଦ ମନ୍ତ୍ରୀ ଓ ଅନୁରାଗ ଠାକୁରଙ୍କୁ ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ, ସାଧ୍ବୀ ନିରଞ୍ଜନ ଜ୍ୟୋତିଙ୍କୁ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.