Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

କୋଭିଡ୍ ସଙ୍କଟରେ ବି ବୃଦ୍ଧିପାଇଛି ରିୟଲ ଇଷ୍ଟେଟ୍ କାରବାର : ବଢିଛି ନୂଆ ଘର ନିର୍ମାଣ ଓ ବିକ୍ରି

12/01/2021 at 3:06 PM

ନୂଆଦିଲ୍ଲୀ, ୧୨/୦୧: ବର୍ଷ ୨୦୨୦ରେ କରୋନା ଜନିତ ସଙ୍କଟ କାରଣରୁ ପ୍ରାୟ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। କିନ୍ତୁ ରିୟଲଇଷ୍ଟେଟ୍ ବା ଜମିବାଡ଼ି କିଣାବାକା କ୍ଷେତ୍ର ଏହି ବର୍ଷ ବେଶ୍ ଭଲ ରହିଥିଲା। ଏହାର କାରଣ ହେଉଛି ୨୦୨୦ରେ ବିକ୍ରି ହୋଇଥିବା ଘର ସଂଖ୍ୟା ନଅ ପ୍ରତିଶତ ହ୍ରାସ ପାଇଥିଲା, ଯାହା ବିଲ୍ଡର ବା ନିର୍ମାଣକାରୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା। ପୂର୍ବ ବର୍ଷର ଚତୁର୍ଥ ତ୍ରୈମାସିକରେ ନୂତନ ଘର ଯୋଗାଣ ଏବଂ ଏହାର ବିକ୍ରିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ଦେଖିବାକୁ ମିଳିଥିଲା । ହାଉସିଂ ବ୍ରୋକର ସଂସ୍ଥା ପ୍ରପଟିଗର୍ ‘ରିଅଲ୍ ଇନ୍ସାଇଟ୍ କ୍ୟୁ-୪ ୨୦୨୦’ ନାମରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଦେଶର ଆଠଟି ପ୍ରମୁଖ ସହରର ହାଉସିଂ ବଜାର ସ୍ଥିତିକୁ ବିଶ୍ଳେଷଣ କରାଯାଇଛି।

ରିପୋର୍ଟ ଅନୁସାରେ, ୩୧ ଡିସେମ୍ୱର ୨୦୨୦ପର୍ଯ୍ୟନ୍ତ ଏହି ସହର ଗୁଡ଼ିକରେ ବିକ୍ରି ହୋଇପାରିନଥିବା ଫ୍ଲାଟ୍ ସଂଖ୍ୟା ୭.୧୮ ଲକ୍ଷ ଥିଲା। ଏହି ସହର ଗୁଡ଼ିକରେ ପୂର୍ବ ବର୍ଷ ଡିସେମ୍ୱର ମାସରେ ୭.୯୨ ବିକ୍ରି ହୋଇପାରିନଥିବା ଫ୍ଲାଟ୍ ରହିଥିଲା। ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ୱର କ୍ୱାର୍ଟର ମଧ୍ୟରେ ଫ୍ଲାଟ୍ ଗୁଡ଼ିକର ବିକ୍ରି ୬୮ ପ୍ରତିଶତ ବୃଦ୍ଧି ପାଇ ୫୮,୯୧୪ ୟୁନିଟ୍ରେ ପହଞ୍ଚିଥିଲା। ଏହି ସମୟରେ ପଡ଼ୁଥିବା ପର୍ବ ପର୍ବାଣିରେ ରିହାତି କରାଣରୁ ବିକ୍ରି ବୃଦ୍ଧି ପାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ସମ୍ପୂର୍ଣ୍ଣ କାମ ଶେଷ ହୋଇଥିବା ଘର ଗୁଡ଼ିକର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ତେବେ ଘର କାମ ଶେଷ କରିବାକୁ ନିଆଯାଇଥିବା ସମୟ ଦୃଷ୍ଟିରୁ ହାଇଦ୍ରାବାଦରେ ପରିସ୍ଥିତି ସର୍ବୋତ୍ତମ ରହିଛି । ଏଥି ସହିତ ଦିଲ୍ଲୀ-ଏନସିଆରରେ ସବୁଠାରୁ ଖରାପ ପରିସ୍ଥିତି ରହିଥିବା ଦେଖିବାକୁ ମିଳିଛି ।

   Related Posts