ରିଅଲ୍ ବ୍ଲାକ ଟାଇଗର୍ ରବୀନ୍ଦ୍ର କୌଶିକ୍- ଭାରତୀୟ ଜାସୁସ୍ ପାକିସ୍ତାନ ସେନାରେ ଥିଲେ ମେଜର୍
26/10/2019 at 5:07 PM

ନୂଆଦିଲ୍ଲୀ – ସମସ୍ତେ ଟାଇଗର୍ ଜିନ୍ଦା ହେ ସିନେମା ଦେଖିଥିବେ ଏହା ଏକ ଗୁପ୍ତଚରର କାହାଣୀ ଉପରେ ପର୍ଯ୍ୟବେସିତ । ଏବେର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭଲ୍ କିପରି ପାକିସ୍ତାନରେ ରହି ଭାରତ ପାଇଁ ଗୁଇନ୍ଦା କାମ କରୁଥିଲେ ,ସେ ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଭାରତର ଗୁଇନ୍ଦା ସଂସ୍ଥା ର RAW ବା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ୱାଙ୍ଗର ସେହି ବୀରମାନ ଯେଉଁମାନେ ଦେଶ ପାଇଁ ଅନେକ କିଛି କରିଥାଆନ୍ତି । ବେଳେ ବେଳେ ଏଥିପାଇଁ ପ୍ରାଣବଳୀ ଦେବାକୁ ପଡିଥାଏ । ଏପରି ଜଣେ ରିଅଲ୍ ବ୍ଲାକ୍ ଟାଇଗର ହେଉଛନ୍ତି – ରବୀନ୍ଦ୍ର କୌଶିକ୍ ।
ରବୀନ୍ଦ୍ର କୌଶକି ଏମିତି ଜଣେ ଦେଶ ଭକ୍ତ ଯିଏ ଦେଶ ପାଇଁ ନିଜ ପ୍ରାଣ ଉତ୍ସଗ କରିଛନ୍ତି ।
ସମୟ ରଥ ଚକ୍ର ତଳେ ଅନେକ କିଛି ବିଲୀନ ହୋଇଯାଏ । ଏପରି ଗୁପ୍ତଚରମାନେ ବି ଅଜଣା ହୋଇ ରହିଯାଆନ୍ତି। ଏପରି ଜଣେ ଗୁପ୍ତଚର ବା ଜାସୁସ୍(spy) ହେଉଛନ୍ତି ରବୀନ୍ଦ୍ର କୌଶିକ୍ ।
ରବୀନ୍ଦ୍ର କୌଶିକ୍ ଥିଲେ ର’ ର ଏଜେଣ୍ଟ । ଅନ୍ୟ ଜଣଙ୍କ ସୂଚନା ପାଇଁ ସେ ଧରା ପଡିଥିଲେ । ୧୧ ଏପ୍ରିଲ ୧୯୫୨ ମସିହାରେ ରବୀନ୍ଦ୍ରଙ୍କ ଜନ୍ମ ରାଜସ୍ଥାନର ଗଙ୍ଗନଗରରେ ହୋଇଥିଲା । ସେ ବହୁତ ଭଲ ଅଭିନେତା ଥିଲେ । ଅନେକ ନାଟକରେ ସେ ଜୀବନ୍ତ ଅଭିନୟ କରିପାରୁଥିଲେ । ଇକୋନମିକସ୍ ଟାଇମସ୍ର ସୂଚନା ଅନୁସାରେ ରବୀନ୍ଦ୍ର କୌଶିକ୍ ସବୁଠାରୁ ଭଲ ଗୁପ୍ତଚରଙ୍କ ମଧ୍ୟରେ ଜଣେ । ସେ ପାକିସ୍ତାନ ସେନାର ଅତି ଉଚ୍ଚ ରାଙ୍କ ପର୍ଯ୍ୟନ୍ତ ଯାଇ ପାରିଥିଲେ ।
ର ଅଧିକାରୀମାନେ ଏକ ନାଟରରେ ରବୀନ୍ଦ୍ର କୌଶିକ୍ଙ୍କର ଅଭିନୟକୁ ଦେଖିଥିଲେ। ସେ ନିଖୁଣ ଅଭିନୟ କରିପାରୁଥିବାରୁ ସେମାନେତଙ୍କୁ ଭାରତର ଗୁପ୍ତଚର କରିବାପାଇଁ କହିଥିଲେ । ପାକିସ୍ତାନ ସୀମାରେ ତାଙ୍କର ଘର ହୋଇଥିବାରୁ ସେ ସେହି ପରି ଭାଷା ମଧ୍ୟ କହିପାରୁଥିଲେ। ଏହାପରେ ରବୀନ୍ଦ୍ରଙ୍କୁ ଊର୍ଦ୍ଧୁ ଶିଖାଯାଇଥିଲା । ପରେ ପାକିସ୍ତାନର ବିଭନ୍ନ ବହି ଓ ଧର୍ମଶାସ୍ତ୍ରରେ ତାଙ୍କୁ ପାରଙ୍ଗମ କରାଯାଇଥିଲା ।
ତାଙ୍କର ନୂଆ ନାମ ରଖାଯାଇଥିଲା । ନବି ଅହମ୍ମଦ ଶକିର୍ । ପାକିସ୍ତାନରେ ସେ କରାଚୀ ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗରେ ନାମ ଲେଖାଇଥିଲେ । ଏହାପରେ ସେ ପାକିସ୍ତାନ ସେନାରେ ଜଣେ କମିଶନଡ୍ ଅଫିସର୍ ଭାବେ ଯୋଗ ଦେଇଥିଲେ ।
ତାଙ୍କୁ ମେଜର୍ ରାଙ୍କ ପର୍ଯ୍ୟନ୍ତ ପଦୋନ୍ନତି ଦିଆଯାଇଥିଲା । ସେତେବେଳେ ଯୋଗା ଯୋଗ କରିବାରେ ବହୁ ବାଧାବିଘ୍ନ ଥିବା ସତ୍ତ୍ୱେ ପାକିସ୍ତାନ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେ ଭାରତୀୟ ଗୁଇନ୍ଦା ବିଭାଗକୁ ଦେଇଥିଲେ ।
ସେ ପାକିସ୍ତାନରେ ଅମାନତ୍ ନାମକ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ଗୋଟିଏ ପୁଅ ଥିଲା। ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଭାରତୀୟ ସେନା ଓ ଗୁଇନ୍ଦା ବିଭାଗକୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ତାଙ୍କୁ ଇନ୍ଦିରା ଗାନ୍ଧୀ ସେହି ସମୟରେ ଦି ବ୍ଲାକ୍ ଡାଇଗର୍ ପଦବୀରେ ସମ୍ମାନିତ କରିଥିଲେ ।
ପରେ ଇନାୟତ ମସିହା ନାମକ ଗୁପ୍ତଚର ତାଙ୍କୁ ଦେଖା କରିବାକୁ ଯାଇଥିଲେ । ମାତ୍ର ସେ ପାକିସ୍ତାନ ସେନା ହାତରେ ଧରା ପଡିଥିଲେ। ତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦିଆଯିବାରୁ ସେ କୌଶିକଙ୍କ କଥା କହି ଦେଇଥିଲେ । ପାକିସ୍ତାନ ସେନା ଆଚମ୍ବିତ ହୋଇଯାଇଥିଲା । ଭାରତର ଜଣେ ଗୁପ୍ତଚର ପାକିସ୍ତାନ ସେନାରେ ମେଜର ରାଙ୍କରେ ରହିଛନ୍ତି ।
ରବୀନ୍ଦ୍ର କୌଶିକ୍ଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଥିଲା । ପରେ କୋହଳ କରାଯାଇ ଏହାକି ଆଜୀବନ କାରାଦଣ୍ଡାଦେଶ କରାଗଲା । ସେ ୧୮ ବର୍ଷ ପାକିସ୍ତାନ ଜେଲ୍ରେ ରହିଥିଲେ । ପ୍ରଥମ ୨ ବର୍ଷ ତାଙ୍କୁ ସିଆଲ୍କୋଟ୍ରେ ନାନା ପ୍ରକାରର ନିର୍ଯ୍ୟାତନା ଦିଆଯାଇଥିଲା ପରେ ମିନଓ୍ୱାଲିକୁ ତାଙ୍କୁ ପଠାଇ ଦିଆଯାଇଥିଲା । ଏହା ଭିତରେ ବି ସେ ଗୁପ୍ତରେ ଏକ ଚିଠି ତାଙ୍କ ଘର ଲୋକଙ୍କ ପାଖକୁ ପଠାଇ ଦେଇଥିଲେ । ଏଥିରେ ତାଙ୍କ ନିର୍ଯ୍ୟାତନାର କାହାଣୀ ଓ ଖରାପ ସ୍ୱାସ୍ଥ୍ୟବସ୍ଥା କଥା ଲେଖାଥିଲା । ୨୦୦୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ଛାତିରେ ସଂକ୍ରମଣ ଓ ଯକ୍ଷ୍ମା (ଟିବି) ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କ ପତ୍ନୀଙ୍କର କୌଣସି ଖୋଜ ଖବର ମିଳି ନଥିଲା । ତାଙ୍କ ପୁଅର ୨୦୧୨-୧୩ ମସିହାରେ ଆଶ୍ଚର୍ଯ୍ୟ ଜନକ ଭାବେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଥିଲା । ହେଲେ ସେ ରିଅଲ୍ ଲାଇଫ୍ ହୀରୋ ବ୍ଲାକ ଟାଇଗର୍ ରବୀନ୍ଦ୍ର କୌଶିକ୍ ।