ଫନି କ୍ଷତିଗ୍ରସ୍ତ୧୪ ଜିଲ୍ଲାରେ ଛାତ ଘର ଯୋଗାଇ ଦେବାକୁ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର, ତାଲିକାରେ ବାସ୍ତବ ହିତାଧୀକାରୀ ଙ୍କ ନାଁ ନଥିବା ଅଭିଯୋଗ
21/10/2019 at 9:22 PM

ଭୁବନେଶ୍ୱର ୨୧।୧୦ – ୧୪ ଜିଲ୍ଲାରେ ଛାତ ଘର ଯୋଗାଇ ଦେବାକୁ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ତାଲିକାରେ କିନ୍ତୁ ନାହାନ୍ତି ବାସ୍ତବ ହିତାଧୀକାରୀ । ଥିଲା ବାଲା ବଡ ବଡିଆ ଓ କୋଠା ଘର ଥିବା ଲୋକ ଏମିତିକି ସରପଞ୍ଜଙ୍କ ସ୍ବାମୀଙ୍କ ନାଁ ବି ରହିଛି ସରକାରଙ୍କ ତାଲିକାରେ । ଆଉ ପ୍ରକୃତ ହିତାଧୀକାରୀ ଏବେ ଚାହିଁ ରହିଛନ୍ତି । ସବୁଠୁ ବେଶୀ ଫନି କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କାକଟ ପୁର ବ୍ଲକରେ ଦେଖିବାକୁ ମିଳିଛି ବଡ଼ କେଳେଙ୍କାରୀ । ଆଉ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଫନି ପ୍ରଭାବିତଙ୍କ ଘର ଯୋଗାଣରେ ବ୍ୟାପକ କେଳେଙ୍କାରୀ । ଏ ହେଉଛନ୍ତି ଭାବଦାସ । ଘର କାକଟପୁର ବ୍ଲକର ଓଲଙ୍ଗର । ଫନି ପରେ ଭଙ୍ଗା ଘରେ ଜୀବନ ବିତୁଛି । ହେଲେ ତାଙ୍କ ନା ସରକାରଙ୍କ ଆବାସ ତାଲିକାରେ ନାହିଁ । କେବଳ ଭାବ ନୁହଁନ୍ତି ଭାବଙ୍କ ପରି ଲତାହରଣ ପଞ୍ଚାୟତ ବାଲିସାହି ଗାଁର ବ୍ରହ୍ମାନନ୍ଦ ଦାସ, ଅମଣିଆ ପାଟଣାର ନିଳିମା ଦାସଙ୍କର ବି ସେଇ ସମାନ ଅବସ୍ଥା । ଫନୀ ସହାୟତା ପ୍ରଦାନ ତାଲିକରେ ବଡ ବଡିଆ ନାଁ କୁ ନେଇ ଦେଖାଦେଇଛି ବିବାଦ । ସାଧାରଣ ଗରିବ- ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବା ବେଳେ କିଭଳି ଛାତ ଥିବା ଲୋକେ.ସରକାରୀ ଚାକିରିଆ. ରାଜନେତା. ସରପଞ୍ଚ ସ୍ବାମୀଙ୍କ ନାମ ତାଲିକାରେ ଅଛି ।

ଫନି କ୍ଷତିଗ୍ରସ୍ତ ୧୪ ଜିଲ୍ଲା ଲାଗି ୧୨ ଲକ୍ଷ ୭୫ ହଜାର ଲୋକଙ୍କୁ ଘର ଯୋଗାଇ ଦେବାକୁ ସରକାର ତାଲିକା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଓ୍ବେବ ସାଇଟରେ ବି ତାଲିକା ଅପଲୋଡ ହୋଇଛି । ହିତାଧିକାରୀ ତାଲିକାରେ ବହୁ ଥିଲାବାଲା, ସରକାରୀ ଚାକିରିଆ ଓ ସରପଞ୍ଚଙ୍କ ସ୍ବାମୀ । ଆଉ ବାଦ ପଡିଛନ୍ତି ପ୍ରକୃତ ହିତାଧିକାରୀ । ରାଜ୍ୟ ସରକାର ଦଳୀୟ ଆଧାରରେ ଆବାସ ତାଲିକା ତିଆରି କରିଥିବା ଅଭିଯୋଗ କରିଛନ୍ତି । ସେପଟେ ଜବାବରେ ସରକାରୀ ଦଳର ଯୁକ୍ତି ଏହା କେବଳ ତାଲିକା । ଘର ଦିଆଯିବା ପୂର୍ବରୁ ଯାଞ୍ଚ ହେବ ଓ ଅଯୋଗ୍ୟଙ୍କ ନାଁ କଟାଯିବ ।

ଯେଉଁ ତାଲିକା ସରପଞ୍ଚ ଦେଲେ ଓ ବ୍ଲକ ଅଧିକାରୀ ତାକୁ ଯାଞ୍ଚ ନକରି ମଞ୍ଜୁର କରିଛନ୍ତି କି? ଆଉ ଏହା ବିନାଯାଞ୍ଚରେ କେନ୍ଦ୍ର ଓ୍ବେବସାଇଡରେ ଅପଲୋଡ ହୋଇଛି କି । ଥରେ ତାଲିକା କେନ୍ଦ୍ରକୁ ଯିବା ପରେ ତାହା ଫାଇନାଲ ବୋଲି ଧରାଯାଏ । ତେବେ ଏହି ତାଲିକାରେ ସ୍ବଚ୍ଛତା ରହିଲା କେଉଁଠି ?