ନକଲି ଶିକ୍ଷୟତ୍ରୀ ମାମଲାରେ ଆସିଲା ନୂତନ ମୋଡ, ସାମ୍ନାକୁ ଆସିଲେ ପ୍ରକୃତ ଅନାମିକା ଶୁକ୍ଳା, କହିଲେ...

Published By : Prameya-News7 Bureau | June 09, 2020 IST

ଗୋଣ୍ଡା ୦୯।୦୬: ଏକ ସଙ୍ଗେ ୨୫ ସ୍କୁଲରେ ଜାଲିଆତି କାଗଜପତ୍ର ଜରିଆରେ ଚାକିରି କରି ଏକ କୋଟି ଟଙ୍କାରୁ ଅଧିକ ଆୟ କରିବା ମାମଲାରେ ପ୍ରକୃତ ଅନାମିକା ଶୁକ୍ଳା ସାମ୍ନାକୁ ଆସିଛନ୍ତି। ଅନାମିକା ଶୁଳ୍କା ମଙ୍ଗଳବାର ଗୋଣ୍ଡାର ବିଏସଏ ଇନ୍ଦ୍ରଜିତ ପ୍ରଜାପତିଙ୍କ ସମ୍ମୁଖରେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହ ଉପସ୍ଥିତ ହୋଇଛନ୍ତି। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ମୋର ଶିକ୍ଷାଗତ କାଗଜପତ୍ର ଜରିଆରେ ଅନେକ ଲୋକ ଚାକିରି କରୁଛନ୍ତି। ମୁଁ ହିଁ ପ୍ରକୃତ ଅନାମିକ ଶୁକ୍ଳା। ମୁଁ ନିଜର ସମସ୍ତ ଶିକ୍ଷାଗତ କାଗଜପତ୍ର ସହିତ ଗୋଣ୍ଡା ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଛି। ମୋ କାଗଜପତ୍ରର ଦୁରୁପଯୋଗ କରାଯାଇଛି। ମୁଁ ନିର୍ଦ୍ଦୋଷ ବୋଲି କହିଛନ୍ତି ଅନାମିକା ଶୁକ୍ଳା।

ବିଏସଏ ସମସ୍ତ କାଗଜପତ୍ର ଦେଖି ତାଙ୍କୁ କୋତଓ୍ଵାଲି ପଠାଇଛନ୍ତି ଯେଉଁଠି ସେ ନିଜର ଶିକ୍ଷାଗତ ଯୋଗ୍ୟତାର ଦୁରୁପଯୋଗ କରାଯାଉଥିବା ମାମଲା ରୁଜୁ କରିଛନ୍ତି। ଶୁକ୍ଳା କହିଛନ୍ତି, ସେ କେଉଁଠି ବି ଚାକିରିରେ ଯୋଗ ଦେଇ ନାହାନ୍ତି। କିନ୍ତୁ ମୋର ଶିକ୍ଷାଗତ କାଗଜପତ୍ରର ଅସଦବ୍ୟବହାର ହେଉଛି।

{"id":283796,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଅନାମିକା ଶୁକ୍ଳା ଗୋଣ୍ଡାର ଭୁଲଇଡିହିର ନିବାସୀ। ସେ ଗୋଣ୍ଡାରେ ରହି ପଢା ପୂରା କରିଛନ୍ତି। ପଢାରେ ସର୍ବଦା ପ୍ରଥମରେ ରହୁଥିବା ଅନାମିକ ଶୁକ୍ଳା ଏବେ ଏହାର ପରିଣାମ ଭୋଗୁଛନ୍ତି।  ଗୋଣ୍ଡାର ବିଏସଏ ଡ. ଇନ୍ଦ୍ରଜିତ ପ୍ରଜାପତିଙ୍କ ସମ୍ମୁଖରେ ସେ କହିଛନ୍ତି ୨୦୧୭ରେ ସେ ଚାକିରି ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କର ପିଲା ଛୋଟ ହୋଇଥିବାରୁ ଚାକିରିରେ ଯୋଗ ଦେଇପାରିନଥିଲେ। ବିଏସଏ କହିଛନ୍ତି ଅନାମିକ ଶୁକ୍ଳାଙ୍କ ପକ୍ଷରୁ ଅଭିଯୋଗ ଆସିଛି। ତାଙ୍କ ଶିକ୍ଷାଗତ କାଗଜପତ୍ରକୁ ନକଲ କରି ଦୁରୁପଯୋଗ କରାଯାଇଛି।

ମେଧାବୀ ଥିଲେ ଅନାମିକା

ଅନାମିକା ୨୦୦୭ରେ କସ୍ତୁରବା ବାଳିକା ଇଣ୍ଟର କଲେଜରୁ ଦଶମରେ ପାସ୍ କରିଥିଲେ। ଦଶମ ବୋର୍ଡ ପରୀକ୍ଷାରେ ତାଙ୍କୁ ୮୦.୧୬ ପ୍ରତିଶତ ନମ୍ବର ମିଳିଥିଲା। ଏହା ପରେ ୨୦୦୯ରେ ମାଧବ ଜଙ୍ଗ ବହାଦୂର କଲେଜରୁ ଯୁକ୍ତ ୨ରେ ୭୮.୭ ପ୍ରତିଶତ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ରଘୁକୂଳ ମହିଳା ବିଦ୍ୟାପୀଠରୁ ୨୦୧୨ରେ ୫୫.୧୬ ମାର୍କ ସହ ଯୁକ୍ତ ୩ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୨୦୧୪ରେ ଆଦର୍ଶ କନ୍ୟା ସ୍ନାତକୋତ୍ତର ମହାବିଦ୍ୟାଳୟ ଜିୟାପୁର ଟାଣ୍ଡା ଆମ୍ବେଦରନଗରରେ ୨୦୧୪ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିରେ ତାଙ୍କୁ ୭୬.୫ ପ୍ରତିଶତ ନମ୍ବର ମିଳିଥିଲା। ୨୦୧୫ରେ ଦେଇଥିବା ଟିଇଟି ପରୀକ୍ଷାରେ୬୦ ପ୍ରତିଶତ ଅଙ୍କ ସହିତ ଉତ୍ତୀର୍ଣ୍ଣ ହୋଇଥିଲେ।

ପୋଲିସ ତାଙ୍କ ନାମରେ ଚାକିରି କରୁଥିବା ଯୁବତୀଙ୍କ କରିଛି ଗିରଫ

ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ ପୋଲିସ ଜଣେ ଯୁବତୀଙ୍କୁ ଗିରଫ କରିଛି। ଯିଏ ପ୍ରଥମେ ନିଜର ନାମ ଅନାମିକା ଶୁକ୍ଳା, ପୁଣି ଅନାମିକା ସିଂହ, ଏହା ପରେ ପ୍ରିୟା ଜାଟଓ୍ଵା, ରୀନା ଶୁକ୍ଳା ଆଦି କହୁଥିଲେ। ଶନିବାର କାସଗଞ୍ଜ ପୋଲିସ ତାଙ୍କୁ ଗିରଫ କରିଛି। ଅନାମିକା ଶୁକ୍ଳା ନାମରେ ଏହି ଯୁବତୀ ଜଣକ ଏଠାରେ କସ୍ତୁରବା ବିଦ୍ୟାଳୟ ଫରିଦପୁରରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ ପୂର୍ଣ୍ଣକାଳୀନ କାର୍ଯ୍ୟ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.