କମ୍ୟୁନିଟି ଟ୍ରାନ୍ସମିଶନ ରୋକିବା ପାଇଁ ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ, ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫୦୪ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କରୋନା ସଂକ୍ରମଣ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କ୍ୟାବିନେଟ୍ ସଚିବ ରାଜୀବ ଗୌବା ନିର୍ଦ୍ଦେଶ ଦେଇଛନ୍ତି । କମ୍ୟୁନିଟି ଟ୍ରାନ୍ସମିଶନ ବା ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ସଚିବ ସୂଚନା ଦେଇଛନ୍ତି ।

ରାଜୀବ କହିଛନ୍ତି ଯେ, ଲକଡାଉନ ଅନେକାଂଶରେ ସଫଳ ହୋଇଛି । ଏବସୁଦ୍ଧା ଦେଶରେ ଗୋଷ୍ଠୀ ସଂକ୍ରମଣର ମାମଲା ଆସିନାହିଁ । ଦେଶ କରୋନା ବିରୋଧରେ ଭଲ ଜବାବ ଦେଇଛି । ଆଗାମି କିଛି ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । କମ୍ୟୁନିଟି ଟ୍ରାନ୍ସମିଶନକୁ ରୋକିବା ପାଇଁ ଭଲ ପଦକ୍ଷେପ ଓ ପ୍ରୟାସ ଜରୁରୀ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ସେ କହିଛନ୍ତି ।
ଏହାସହ ଜିଲ୍ଲା ସ୍ତରରେ ରାପିଡ୍ ଆକ୍ସନ ଟିମକୁ ପ୍ରସ୍ତୁତ ରଖିବା ପାଇଁ ରାଜୀବ ପରାମର୍ଶ ଦେଇଛନ୍ତି । ଏହାସହ ଅତିଶୀଘ୍ରୀ ସନ୍ଦିଗ୍ଧଙ୍କ ଯାଞ୍ଚ ଓ ଟେଷ୍ଟ୍ କରିବା ପାଇଁ ସେ କହିଛନ୍ତି ।

ଏତତ୍ ବ୍ୟତୀତ ଜିଲ୍ଲପାଳମାନେ ଜିଲ୍ଲାସ୍ତରରେ ସମସ୍ତ ମାମଲା ଉପରେ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଇସୋଲେସନ ଓ କ୍ୱାରେଣ୍ଟାଇନକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି ।
ସୂଚନାଯୋଗ୍ୟ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୭୭ରେ ପହଁଚିଥିବା ବେଳେ ମୃତକଙ୍କ ସଂଖ୍ୟା ୮୩ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.