Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

‘ଲକଡାଉନ୍ ପରର ସ୍ଥିତିକୁ ନେଇ ପ୍ରସ୍ତୁତ ରୁହ’, କେନ୍ଦ୍ରମନ୍ତ୍ରୀଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

6/04/2020 at 5:51 PM

ନୂଆଦିଲ୍ଲୀ, ୦୬|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସମସ୍ତ ମନ୍ତ୍ରୀଙ୍କୁ ୨୧ ଦିନିଆ ଲକଡାଉନ ଶେଷ ହେବା ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଏହାସହ ୧୦ଟି ମୁଖ୍ୟ ଅଞ୍ଚଳ ଉପରେ ଫୋକସ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ମୋଦୀ ଆହୁରି ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, କଠିନ ପରିସ୍ଥିତି ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ । ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ହଟସ୍ପଟ୍ ବାବଦରେ ଆଲୋଚନା କରିବେ । ଲକଡାଉନ ପରେ ମଧ୍ୟ ସାମାଜିକ ଦୂରତା କିପରି ରକ୍ଷା କରାଯିବ ତାହା ଉପରେ ବ୍ୟବସ୍ଥା କରାଯିବ । ତଳସ୍ତରକୁ ଯାଇ ସ୍ଥିତି ପରଖିବା ସହ ଆରୋଗ୍ୟ ସେତୁ ଆପକୁ ଗ୍ରାମାଞ୍ଚଳରେ ପହଁଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଲକଡାଉନ ପାଇଁ କୃଷକମାନେ ହଇରାଣ ହେଉଛନ୍ତି । ଶସ୍ୟ ବିକ୍ରି ପାଇଁ ମଣ୍ଡିରେ ଟ୍ରକ୍ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୫ ତାରିଖ ମଧ୍ୟ ରାତ୍ରରୁ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣା କରିଥିଲେ । ଯାହା ଏପ୍ରିଲ ୧୪ ତାରିଖରେ ସମାପ୍ତ ହେବ ।

   Related Posts