ଅଣ୍ଡା ଖୋଳପା ଫିଙ୍ଗିବା ପୂର୍ବରୁ ପଢ଼ନ୍ତୁ ଏହି କଥା : ଆଉ ହେବ ନାହିଁ ଫିଙ୍ଗିବାକୁ ମନ

Published By : Prameya-News7 Bureau | October 15, 2019 IST

ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଣ୍ଡା ଯେତିକି ଲାଭଦାୟକ ହୋଇଥାଏ,ଏହାର ଖୋଳପା ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାକୁ ଖାଇବା ଜିନିଷରେ ବ୍ୟବହାର କରିବା ସହ ପ୍ରସାଧନ ସାମଗ୍ରୀ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଅଣ୍ଡା କେବଳ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଲାଭଦାୟକ ହୋଇନଥାଏ ବରଂ ଏହାର ଖୋଳପା ମଧ୍ୟ ଲାଭଦାୟକ ହୋଇଥାଏ। ଅଣ୍ଡା ଖୋଳପାରେ ହୋଇଥିବା ଫେସ୍ ମାସ୍କ ଅର୍ଥାତ୍ ଫେସ୍ ସ୍କ୍ରବ ତ୍ବଚାରେ ଚମକ ଆଣିବାର କାମ କରିଥାଏ। ଏହା ସହିତ ସ୍କିନ୍ ରାସେସ ମଧ୍ୟ ଠିକ୍ କରିଥାଏ। ତେବେ ଆସନ୍ତୁ ଜାଣିବା ଅଣ୍ଡାର ଖୋଳପାରୁ ହେଉଥିବା ଫାଇଦା ବିଷୟରେ

{"id":170331,"width":580,"height":383}
wp:list
  • ତ୍ବଚାରେ ଚମକ : ଏହାର ଧଳା ଅଂଶରେ ଏକ ଚାମଚ ଅଣ୍ଡା ଖୋଳପାର ପାଉଡର ମିଶାଇ ତ୍ବଚାରେ ଲଗାଇବା ଉଚିତ୍। ଏହା ପରେ ୨-୩ମିନଟ୍  ହାତରେ ହାଲୁକା ମସାଜ କରି ଏହାକୁ ରହିବାକୁ ଦିଅନ୍ତୁ।
  • ଚମକ ପାଇଁ : ଏଲୋବେରା ଜେଲ୍ ତଥା ଏକ ଚାମଚ ଅଣ୍ଡାର ଖୋଳପାକୁ ମିଶାଇ ତ୍ବଚାରେ ଲଗାଇବା ଉଚିତ୍। ଏହାକୁ ଭଲ ଭାବେ ମସାଜ କରିବା ଉଚିତ୍। ଏହା ଦ୍ବାରା ତ୍ବଚାରେ ଥିବା ମୃତ କୋଷ ବାହାରି ଯାଇଥାଏ ଏବଂ ତ୍ବଚାରେ ଚମକ ଆସିଥାଏ।
  • ଦାଗହୀନ ତ୍ବଚା : ତ୍ବଚାରେ ଥିବା ଦାଗ,ଚିହ୍ନକୁ ଦୂର କରିବା ପାଇଁ ୩ଚାମଚ ଅଣ୍ଡା ଖୋଳପାର ପାଉଡର ଏବଂ ଏକ ଚାମଚ ମହୁ ମିଶାଇ ନିଜ ତ୍ବଚାରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ।
  • ଧଳା ଦାନ୍ତ: ଧଳା ଦାନ୍ତ ମଧ୍ୟ ସୌନ୍ଦର୍ଯ୍ୟର ଅନ୍ୟ ଏକ କାରକ ହୋଇଥାଏ। ଧଳା ଦାନ୍ତ ପାଇବା ପାଇଁ ଅଣ୍ଡା ଖୋଳପାର ପାଉଡରରେ କ୍ରସଡ କୋଲ୍ ପାଉଡର ମିଶାଇ ବ୍ରଶ୍ କରନ୍ତୁ।
  • ତ୍ବଚାକୁ ପରିଷ୍କାର କରିଥାଏ : ଅଣ୍ଡାରେ ହୋଇଥିବା ଫେସ୍ ମାସ୍କ ତ୍ବଚାର ଭିତରକୁ ଯାଇ ସଫା କରିବାରେ ସହାୟକ ହୋଇଥାଏ। ଫେସ୍ ମାସ୍କ ପ୍ରସ୍ତୁତ କରିବା ପାଇଁ ଅଣ୍ଡାର ଧଳା ଅଂଶ ,ଏକ ଚାମଚ ଚିନି,ଏକ ଚାମଚ ଅଣ୍ଡା ଖୋଳପାର ପାଉଡର ମିଶାନ୍ତୁ। ତ୍ବଚାରେ ଭଲ ଭାବେ ଲଗାନ୍ତୁ ଏବଂ ଅଳ୍ପ ସମୟ ପରେ ଧୋଇ ଦିଅନ୍ତୁ।
/wp:list {"id":170332,"width":591,"height":444}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.