ଜୀବନସାଥୀଙ୍କ ସହ ଉତ୍ତମ ସମ୍ପର୍କ କିପରି ତୁଲାଇବେ ଜାଣନ୍ତୁ

Published By : Prameya-News7 Bureau | December 03, 2019 IST

ସମ୍ପର୍କ ତୁଲାଇବା କଷ୍ଟସାଧ୍ୟ ମଧ୍ୟ ହୋଇପାରେ ଏବଂ ନହୋଇପାରେ ମଧ୍ୟ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ କାନ୍ଥର କେଉଁ ପଟେ ଛିଡ଼ା ହୋଇଛନ୍ତି। ଯଦି ଆପଣ ଏକୁଟିଆ ଏବଂ ଦୁଃଖୀ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ।

{"id":193211,"sizeSlug":"large"}

କିନ୍ତୁ ଯଦି ଆପଣ ଯଦି ପୂର୍ବରୁ ଏକ ନିଜ ସୁମଧୁର ସମ୍ପର୍କର ଆନନ୍ଦ ଉଠାଉଛନ୍ତି ତେବେ ଆପଣଙ୍କୁ ଜାଣିବାକୁ ହେବ ଏହି ସମ୍ପର୍କ କିପରି ନ ଭାଙ୍ଗିବ।

{"id":193212,"sizeSlug":"large"}

ସର୍ବପ୍ରଥମେ ଏହା ଜାଣି ନିଅନ୍ତୁ ଯେ ନିଜ ଖୁସି ନିଜ ହାତରେ ହିଁ ରହିଥାଏ। ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଏହା ଆଶା କରି ଭୁଲ୍ କରି ବସନ୍ତି ଯେ ଆମ ଜୀବନସାଥୀ ହିଁ ଆମକୁ ବୁଝିବେ,ଦୟା ଦେଖାଇବେ ଏବଂ ଏକୁଟିଆପଣକୁ ଦୂର କରିବେ। କିନ୍ତୁ କୁହାଯାଏ ଯେ ଖୁସି ନିଜ ଭିତରୁ ହିଁ ସୃଷ୍ଟି ହୋଇଥାଏ। ଆପଣ ଶପିଂ କରିବାକୁ ଯାଆନ୍ତୁ କିମ୍ବା ଆଉ ଅନ୍ୟ ଉପାୟରେ ନିଜର ଧ୍ୟାନ ହଟାଇବାକୁ ଉଦ୍ୟମ କରନ୍ତୁ,କିନ୍ତୁ ଏସବୁ ଅଳ୍ପ ସମୟ ପାଇଁ ହୋଇଥାଏ। ଯେତେବେଳେ ଯାଏଁ ଆପଣ ନିଜ ମନରୁ ଖୁସି ହୋଇନାହାନ୍ତି ଆପଣ ନିଜ ଆଖପାଖର ଲୋକଙ୍କୁ ଖୁସି କରି ପାରିବେ ନାହିଁ। କୁହାଯାଏ ଗୋଟିଏ ଖାଲି ଡବାରୁ ଆପଣ କିଛି ବାହାର କରି ପାରିବେ ନାହିଁ।

{"id":193213,"sizeSlug":"large"}

ଆଉ ଏକ ସାଧାରଣ ଭୁଲ୍ ଯାହା ପ୍ରାୟ ଲୋକେ କରିଥାଆନ୍ତି,ତାହା ହେଲା ସବୁବେଳେ ନିଜ ପାଖ ଲୋକଙ୍କ ଉପରେ ନିୟନ୍ତ୍ରଣ ରଖିବାର କଥା ଭାବିଥାଆନ୍ତି। ଏହା ଭୁଲ୍ ଅଟେ। ଯଦି ଆପଣ ନିଜ ଜୀବନସାଥୀଙ୍କ ଉପରେ ଭରସା କରିଥାଆନ୍ତି ତେବେ ତାଙ୍କୁ ମଧ୍ୟ ନିଜ ଜୀବନ,ନିଜ ଇଚ୍ଛାରେ ବଞ୍ଚିବାର ସୁଯୋଗ ମିଳିବା ଉଚିତ୍ ଏବଂ ଆପଣ ତାଙ୍କୁ ଏହା କରିବାକୁ ଦେବା ଉଚିତ୍। ଅନ୍ୟ ଉପରେ କଟକଣା ଲଗାଇବା ଭୁଲ୍। ନିଜକୁ ଟିକେ ପଚାରନ୍ତୁ,ଆପଣ ଚାହିଁବେ କି କେହି ଆପଣଙ୍କ ପସନ୍ଦର ଜିନିଷକୁ ରୋକନ୍ତୁ। ଅଧିକାଂଶ ମାମଲାରେ ଏହାର ଉତ୍ତର ନା ହେବ। ସମ୍ପର୍କକୁ ଘନିଷ୍ଠ କରିବା ପାଇଁ ଦୟା,ପ୍ରେମ ଏବଂ ଭରସାର ବାତାବରଣ ରହିବା ଆବଶ୍ୟକ।

{"id":193214,"sizeSlug":"large"}

ଏଥିପାଇଁ ଆପଣଙ୍କୁ ବି ଟିକେ ପରିଶ୍ରମ କରିବାକୁ ପଡ଼ିବ। ନିଜ ଜୀବନସାଥୀଙ୍କୁ ମଧ୍ୟ ବୁଝିବାକୁ ଉଦ୍ୟମ କରନ୍ତୁ। ଏହା ଜାଣିବାକୁ ଉଦ୍ୟମ କରନ୍ତୁ ଯେ ତାଙ୍କୁ କ’ଣ ଭଲ ଲାଗେ,କ’ଣ ପାଇଁ ଭଲ ଲାଗେନାହିଁ ଏବଂ କୌଣସି ଝଗଡ଼ାରେ ପଡ଼ନ୍ତୁ ନାହିଁ। କୌଣସି ସମ୍ପର୍କ ପରଫେକ୍ଟ ହୋଇନଥାଏ। କିନ୍ତୁ ପରସ୍ପର ସହିତ ସମ୍ପର୍କ ତୁଲାଇବା ପାଇଁ କୌଣସି ଗୋଟିଏ ନିଶ୍ଚିତ ଲକ୍ଷ୍ୟ ଆଡ଼କୁ ମୁହଁନ୍ତୁ,ଏହା ନିଶ୍ଚିତ ରୋମାଣ୍ଟିକ୍ ହେବ। କନେ ରଖନ୍ତୁ ଯେ ଯଦି ପ୍ରକୃତରେ ଏହି ସମ୍ପର୍କ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ତେବେ ଏଥିପାଇଁ ମଜବୁତ ମୂଳଦୁଆ ସୃଷ୍ଟି କରିବାର କାମ ଦୃଢ଼ସଂକଳ୍ପବଦ୍ଧ ହେଲେ ହୋଇପାରିବ। ସମ୍ପର୍କ ତୁଲାଇବା ପାଇଁ ୫୦/୫୦ ଦାୟିତ୍ବ ହୋଇନଥାଏ,ବରଂ ଏହା ୧୦୦/୧୦୦ ହୋଇଥାଏ।

{"id":193215,"sizeSlug":"large"}

କୌଣସି ସମ୍ପର୍କରେ ଭୁଲ୍ ବୁଝାମଣା ଆମକୁ ଶିଖିବାର ସୁଯୋଗ ଦେଇଥାଏ। କିନ୍ତୁ ଏହା ବାହାନାରେ ପରସ୍ପରକୁ ନୀଚା ଦେଖାଇବାର ଉଦ୍ୟମ ଭୁଲରେ ମଧ୍ୟ କରନ୍ତୁ ନାହିଁ। କୌଣସି ବାହାର ବ୍ୟକ୍ତିଙ୍କୁ ଏଥିରେ ପଶିବାକୁ ଦିଅନ୍ତୁ ନାହିଁ। ଏକ ମଜବୁତ ସମ୍ପର୍କ ପାଇଁ ପରସ୍ପର ସହିତ କଥାବାର୍ତ୍ତା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ନିଜ ଜୀବନସାଥୀଙ୍କୁ ଉପହାର ଏବଂ ସରପ୍ରାଇଜ ଦେବା ଜରିଆରେ ଆପଣ ନିଜ ପ୍ରେମ ଏବଂ ରୋମାଞ୍ଚକୁ ବଜାୟ ରଖି ପାରିବେ।

{"id":193216,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.