ଦୁଃଖରେ ସାରା ବଲିଉଡ୍‌, ଶୋକରେ ଫ୍ୟାନ୍ସ… ସମସ୍ତଙ୍କ ଆଖିରେ ଲୁହ ଦେଇଗଲେ ଋଷି କପୁର

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ଲଗାତାର ଦ୍ବିତୀୟ ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି । ବୁଧବାର ଦିନ ଇରଫାନ ଖାନଙ୍କ ବିୟୋଗର ଦୁଃଖ ଶେଷ ହୋଇ ନଥିବା ବେଳେ ଯେ ଗୁରୁବାର ଦିନ ଅନ୍ୟ ଜଣେ ଭେଟେରାନ ଅଭିନେତା ବିଦାୟ ନେଇଛନ୍ତି । ଗୁରୁବାର ମୁମ୍ବାଇର ଏକ ଡାକ୍ତରଖାନାରେ ଋଷି କପୁର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।ଦେଶର ଅନେକ ନେତା ରାଜନେତାଙ୍କ ସମେତ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଋଷି କପୁର କ୍ୟାନସର ରୋଗରେ ପୀଡିତ ଥିଲେ ଏବଂ ଗୁରୁବାର ୬୭ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଋଷି କପୁରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମସ୍ତେ ଗୋଟିଏ ସ୍ୱରରେ କହୁଛନ୍ତି ଯେ ଋଷି କପୁରଙ୍କ ବିୟୋଗ ଦେଶ ପାଇଁ ଏକ ବଡ ଝଟକା, ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି ।

wp:html /wp:html

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଅଭିନେତା ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

wp:html /wp:html

ବଲିଉଡ୍ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ ଋଷି କପୁରଙ୍କ ମୃତ୍ୟୁକୁ ନେଇ ତାଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି ଯେ ଋଷି କପୁରଙ୍କ ପରଲୋକ ତାଙ୍କୁ ଗଭୀର ଆଘାତ ଦେଇଛି । ସେ ଜଣେ ମହାନ ଅଭିନେତା ଏବଂ ଭଲ ମଣିଷ ଥିଲେ ।

wp:html /wp:html

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ବିଟ୍ କରି ଲେଖିଛନ୍ତି ଯେ, ଫିଲ୍ମ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ । ତାଙ୍କ ବିୟୋଗରେ ଦେଶ ଜଣେ ମହାନ ଅଭିନେତାଙ୍କୁ ହରାଇଲା ।

wp:html /wp:html

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଋଷି କପୁରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ଏହି ସପ୍ତାହ ଭାରତୀୟ ସିନେମା ପାଇଁ ବହୁତ କ୍ଷତି ପହଞ୍ଚାଇବାକୁ ଯାଉଛି । ଅନ୍ୟ ଜଣେ କିମ୍ବଦନ୍ତୀ ଋଷି କପୁର ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଉଜ୍ବଳ ଅଭିନେତା ଯିଏ ପ୍ରତ୍ୟେକ ପୀଢି ପାଇଁ ପ୍ରେରଣା ଥିଲେ ।

wp:html /wp:html

ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଋଷି କପୁରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଋଷି କପୁରଙ୍କ ହଠାତ୍ ବିଦାୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ସେ ଜଣେ ଉଜ୍ବଳ ଅଭିନେତା ତଥା ଜଣେ ଉଜ୍ବଳ ମଣିଷ ଥିଲେ । ତାଙ୍କ ପରିବାର ପ୍ରତି ସମବେଦନା ।

wp:html /wp:html

ବଲିଉଡ ଅଭିନେତା ଆମୀର ଖାନ ଋଷି କପୁରଙ୍କ ମୃତ୍ୟୁ ବିଷୟରେ ଲେଖିଛନ୍ତି ଯେ, ଆଜି ଆମେ ଜଣେ ମହାନଙ୍କୁ ହରାଇଛୁ । ଜଣେ ଉଜ୍ଜ୍ୱଳ ଅଭିନେତା, ଜଣେ ମହାନ ମଣିଷ ଏବଂ ସିନେମାର ପ୍ରକୃତ ପୁଅ ଆଜି ଆମ ସହିତ ନାହାଁନ୍ତି ।

wp:html /wp:html

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଟ୍ବିଟ୍ କରି ଲେଖିଛନ୍ତି ଯେ, ଲାଗୁଛି ଯେ ଆମେ ଏକ ଦୁଃସ୍ବପ୍ନ ମଧ୍ୟରେ ଅଛୁ, ଋଷି କପୁରଙ୍କ ବିୟୋଗ ଏକ ବଡ ଧକ୍କା ଦେଇଛି । ଏହା ହୃଦୟ ବିଦାରକ ଅଟେ । ସେ ମହାନ, ଜଣେ ଉଜ୍ବଳ ବନ୍ଧୁ ଥିଲେ ।

wp:html /wp:html

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷି କପୁରଙ୍କ ସହ ନିଜର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ଯେ, ହୃଦୟ ଭାରି କାରଣ ଆଜି ଏକ ଶତାବ୍ଦୀ ଶେଷ ହୋଇଛି ।

wp:html
/wp:html

ଋଷି କପୁରଙ୍କ ଦେହାନ୍ତ ପରେ ସ୍ୱର କୋକିଳା ଲତା ମଙ୍ଗେଶକର ମଧ୍ୟ ଭାବପ୍ରବଣ ହୋଇଥିଲେ ।

wp:html /wp:html

ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଟ୍ବିଟ୍ କରି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପାଇଁ ଶୋକପ୍ରକାଶ କରିଛନ୍ତି ।

wp:html /wp:html

ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ଟ୍ବିଟରରେ ଋଷି କପୁରଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଛନ୍ତି ।

wp:html /wp:html

ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ମଧ୍ୟ ତାଙ୍କ ଟ୍ବିଟର ଆକାଉଣ୍ଟରେ ଶୋକ ପ୍ରକାଶ କରି ଲେଖିଛନ୍ତି , ସେ ମୋ ପିଲାଦିନ ଥିଲା ।

wp:html /wp:html

ଅଭିନେତ୍ରୀ ସୋନମ କପୁର ମଧ୍ୟ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ଫଟୋ ସେୟାର କରିଛନ୍ତି ।

wp:html
/wp:html

ବଲିଉଡର ସବୁଠୁ ବଡ ପରିବାର କପୁର ପରିବାରର ଚିରାଗ ଋଷି କପୁର ତାଙ୍କ ପରିବାରର ପଥ ଅନୁସରଣ କରି ଫିଲ୍ମରେ ଭାଗ୍ୟ ପରୀକ୍ଷା କରିଥିଲେ । ସେ ୧୯୭୩ମସିହାରେ ବବି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରିଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.