Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

ମାଲକାନଗିରି ସରକାରୀ ଡାକ୍ତରଖାନାର ୩ ନର୍ସ ଚିକିତ୍ସା କରିବା ବଦଳରେ ପ୍ରସ୍ତୁତ କରୁଥିଲେ ଟିକ୍‌ଟିକ୍ ଭିଡିଓ, ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା

26/06/2019 at 5:15 PM

ମାଲକାନଗିରି ୨୬|୬: ଭାରତରେ ଟିକଟକ୍‌ର ଲୋକପ୍ରିୟତା ଖୁବ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖି ଟିକଟିକରେ ନିଜ ଲୁକାଇତ ପ୍ରତିଭା ଦେଖାଇବାକୁ ବ୍ୟସ୍ତ । ତେବେ ୟାରି ଭିତରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡ଼ି ଟିକ୍‌ଟକ୍‌ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ । ଡ୍ରେସ୍‌ କୋଡ଼ରେ ଥିବା ଏହି ନର୍ସମାନଙ୍କ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଭିଯୋଗ ପରେ ଆକ୍ସନକୁ ଆସିଛନ୍ତି ସିଡିଏମଓ ।

ଟିକ୍‌ଟିକ୍‌ ମାୟାରେ ବାୟା ‘ସିଷ୍ଟର’ । ସ୍ଥାନ-କାଳ-ପାତ୍ର ଭୁଲି ମାତିଥିଲେ ମସ୍ତିରେ । ହସ୍ପିଟାଲ ଡ୍ରେସ କୋଡ଼ରେ ଥିବା ଏହି ନର୍ସମାନେ ଏମିତି ମସ୍ତିରେ ମାତିଛନ୍ତି ପୁଣି, ହସ୍ପିଟାଲର ଏସଏନସିୟୁ ଭିତରେ । ଇଏ ହେଉଛି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚିତ୍ର । ଯେଉଁଠି ଏସଏନସିୟୁ ଭିତରେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡ଼ି ଏମିତି ଟିକ୍‌ଟିକ୍‌ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ ଏଇ ନର୍ସମାନେ ।

ନିଜ ଲୁକାଇତ ପ୍ରତିଭାକୁ ଟିକ୍‌ଟିକ୍‌ ମାଧ୍ୟମରେ ଦୁନିଆକୁ ଦେଖାଇବାକୁ ଚେଷ୍ଟା କରୁଥିଲେ । ଏମାନଙ୍କ ଯେଉଁ ପ୍ରତିଭାକୁ ଦେଖି ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗରିବ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ସେମାନେ ତାକୁ ଛାଡ଼ି ଟିକ୍‌ଟିକ୍‌ ଭିଡିଓ ବନାଇବାରେ ବ୍ୟସ୍ତ ଅଛନ୍ତି । ତାହା ପୁଣି ଏସଏନସିୟୁ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଭିତରେ । ନବଜାତକଙ୍କୁ ଜରୁରୀକାଳିନ ଚିକିତ୍ସାସେବା ଯୋଗାଇଦେବାକୁ ଥିବା ଏହି ନର୍ସମାନଙ୍କ ଏଭଳି ଅବହେଳାର ଚିତ୍ର ଦେଖିବା ପରେ  ଜିଲ୍ଲାବାସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଟିକ୍‌ଟକ୍‌ ଭିଡିଓରେ ମଡେଲିଂ କରୁଥିବା ଏହି ୩ଜଣ ହେଉଛନ୍ତି ଜିଲ୍ଲା ସଦର ଚିକିତ୍ସାଳୟର ମହିଳା ସ୍ବାସ୍ଥ୍ୟ କର୍ମୀ ନନ୍ଦିନୀ ରାୟ, ରୁବି ରାୟ ଏବଂ ତାପସୀ ବିଶ୍ବାସ । ହସ୍ପିଟାଲ ଭିତରେ ଏଭଳି ଆଚରଣ ପ୍ରଦର୍ଶନ କରିଥିବା ଏହି ନର୍ସମାନଙ୍କ ଟିକ୍‌ଟକ୍‌ ଭିଡିଓ ଦେଖିବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ମାଲକାନଗିରି ସିଡିଏମଓ । ସଂପୃକ୍ତ ନର୍ସମାନଙ୍କୁ ଡାକି ଜେରା କରିବା ପରେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଟିକ୍‌ଟକ୍‌ ମାଧ୍ୟମରେ ନିଜ ଟାଲେଣ୍ଟ୍‌ ଦେଖାଇବାକୁ କେହି ବିରୋଧ କରୁନାହାନ୍ତି । ହେଲେ ହସ୍ପିଟାଲ ଭିତରେ କାର୍ଯ୍ୟରତ ଥିବା ବେଳେ ଶିଶୁଙ୍କ ଚିକିତ୍ସାରେ ଅବହେଳା କରି ଏମିତି ଟିକ୍‌ଟକ୍‌ ଭିଡିଓ ବନାଇବାକୁ ନେଇ ଯେ କେହି ବି ପ୍ରଶ୍ନ ଉଠାଇବ । ନିଜ ମସ୍ତି ପାଇଁ ରୋଗୀସେବାରେ ଅବହେଳାକୁ କୌଣସି ମତେ ବରଦାସ୍ତ କରାଯାଇପାରିବ ନାହିଁ ।

   Related Posts