ମୋତେ ଫସାଇ ଦିଆଯାଇଛି-ବିଜୟ କେତନ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ୱର ୩୧।୧୨ :  ଭିଜିଲାନ୍ସ  ହାତରେ ଗିରଫ ହୋଇଥିବା ଆଇଏଏସ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ଆଜି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି । ଆଜି ତାଙ୍କୁ ଭିଜିଲାନ୍ ସ କୋର୍ଟରେ ହାଜର କରାଯିବା ସମୟରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କିଛି ବରିଷ୍ଠ ଅଧିକାରୀଙ୍କ ଚକ୍ରାନ୍ତର ସେ ଶିକାର ହୋଇଛନ୍ତି।  ପାୱାର କରିଡରର ଚକ୍ରାନ୍ତ କରି ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି ।  ୧ ଲକ୍ଷ ଟଙ୍କା ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ।  ମୋ ସରକାର ଲାଗୁ ହେବା ପରେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଏହା ଥିଲା ପ୍ରଥମ ଘଟଣା।  'ମୋ ସରକାର'କୁ ଆସିଥିବା ଅଭିଯୋଗ ଆଧାରରରେ ତାଙ୍କୁ ଭିଜିଲା୍ ସ ଧରିଥିଲା।  ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଆଜି ଭିଜିଲାନ୍ ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା ।

ସୂଚନା ଯୋଗ୍ୟ ୨୦୦୯ ବ୍ୟାଚ୍‌ର IAS ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ଜଣାଯାଇଛି । ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଏହାସହିତ ମଧ୍ୟ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଥିଲା । ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.