୨୩ ତାରିଖରେ ଗଣତି : ବିଧାନସଭାରେ ୮୬ ଏବଂ ଲୋକସଭାରେ ୧୬ ଆସନ ପାଇବ ବୋଲି ବିଜେପିର ଦୃଢୋକ୍ତି

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ମେ ୨୩ରେ ଗଣତି । ୧୯ ସିଂହାସନ ଲାଗି ଆସିବ ଫଳ । ଏହା ପୂର୍ବରୁ କେଉଁ ଦଳ କେତେ ଆସନ ଜିତିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ତାଙ୍କ ଦଳ ୮୬ ବିଧାନସଭା ଆସନରେ ନିଶ୍ଚିତ ଜିତୁଛି । ୧୬ ସାଂସଦ ଆସନ ବି ଦଳ ହାତେଇବ । ଏପରିକି ବିଜେଡି ତାଙ୍କ ସହ ସାମିଲ ହେବାକୁ ବାଧ୍ୟ ବୋଲି ପୁରୋହିତ କହିଛନ୍ତି । ସେପଟେ ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ବିଜେଡି ସରକାର କରିବା ସୁନିଶ୍ଚିତ । ନବୀନଙ୍କ ଭାବମୂର୍ତ୍ତି ଦଳକୁ ପୁଣି ସଫଳତା ଆଣିଦେବ । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦଳ କେତେ ସିଟ୍ ଜିତିବ ଆକଳନ କରିନି । କିନ୍ତୁ ପୂର୍ବ ଅପେକ୍ଷା ଭଲ କରିବ ।              

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.