ଇମ୍ରାନଙ୍କୁ ଛୋଟ ନେତାର ଆଖ୍ୟା ଦେଲା ଭାରତ, ସାଉଦି କ୍ରାଉନ ଦେଇଥିବା ବିମାନ ଖରାପହେବାରୁ ପାକିସ୍ତାନ ଫେରିପାରିଲେନି ଇମ୍ରାନ

Published By : Prameya-News7 Bureau | September 28, 2019 IST

ନ୍ୟୁୟର୍କ ୨୮|୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କୁ ଜାତିସଂଘରେ ଭାରତର କଡ଼ାଜବାବ । ଇମ୍ରାନ ୫୦ ମିନିଟ୍‌ ଧରି ଜାତିସଂଘରେ ରଖିଥିବା ଅଭିଭାଷଣ ଦକ୍ଷିଣଏସିଆ ସମେତ ସାରା ବିଶ୍ବରେ ଅସ୍ଥିରତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଦିଆଯାଇଛି ବୋଲି ଭାରତ ପକ୍ଷରୁକୁହାଯାଇଛି ।ଜଣେ ରାଷ୍ଟ୍ରମୁଖ୍ୟଙ୍କ ମୁହଁରେ ଏପରି କଥା ଶୋଭା ପାଏନାହିଁ ।ଏପରି ମନ୍ତବ୍ୟ ରାଷ୍ଟ୍ରନୀତିଜ୍ଞଙ୍କ ପାଇଁ ନୁହେଁ ବରଂ ଅସ୍ଥିରତା ସୃଷ୍ଟିକାରୀ ବୋଲି ଭାରତ ପକ୍ଷରୁ କୁହାଯାଇଛି ।….

{"id":163818}

ଜଣେ ରାଷ୍ଟ୍ରନୀତିଜ୍ଞଙ୍କ ମୁହଁରେ ଶୋଭାପାଏନି ଏପରି କଥା ।ଭାରତ ବିରୋଧରେ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ।ଆତଙ୍କବାଦ ସଂପର୍କରେ କହି ଧାର୍ମିକ ପ୍ରସଙ୍ଗକୁ ଟାଣିଲେ ।କାଶ୍ମୀରରେଯେଉଁଭଳି ସ୍ଥିତି ଉପୁଜିଛି ସେଥିରେ ସାରାଦୁନିଆର ୧୩୦ କୋଟିମୁସଲିମ ଚରମପନ୍ଥୀ ହୋଇଯିବେ ବୋଲିକହିଛନ୍ତି ଇମ୍ରାନଖାନ୍‌ ।

{"id":163819}

ତେବେ ଇମ୍ରାନ ଏସବୁ କଥା କହିବା ପରେ ଭାରତ ରଖିଛି ଏହାର କଡ଼ାଜବାବ।ଜାତିସଂଘରେ ଭାରତର ପ୍ରଥମ ସଚିବ ବିଦିଶା ମୈତ୍ର କହିଛନ୍ତିଯେ ଇମ୍ରାନ ଖାନ ଜାତିସଂଘ ସାଧାରଣପରିଷଦ ଭଳିମଞ୍ଚର ଭୁଲ୍‌ ବ୍ୟବହାରକରିଛନ୍ତି ।ପାକିସ୍ତାନ ବିଶ୍ବର ଏକମାତ୍ର ଦେଶ ଯିଏକି ଆତଙ୍କବାଦୀଙ୍କୁ ପେନସନ ଦିଏ ।ଆଉଏହିଆତଙ୍କବାଦୀମାନେ ଜାତିସଂଘର ଟେରୋରିଷ୍ଟ ତାଲିକାରେ ଅଛନ୍ତି ।…

{"id":163820}

ମାନବାଧିକାରର କଥା କହୁଥିବା ପାକିସ୍ତାନ ପ୍ରଥମେ ଦେଖିବା ଆବଶ୍ୟକ ଯେ ସେଠାରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୨୩ ପ୍ରତିଶତରୁ ହ୍ରାସପାଇ ୩ ପ୍ରତିଶତରେ ପହଞ୍ଚିଛି ।୧୯୭୧ରେ ପାକିସ୍ତାନ ନିଜରଲୋକଙ୍କ ସହିତ କଣକରିଥିଲା ତାହା ଭୁଲିଯିବା କଥାନୁହେଁ ।

{"id":163821}

ଇମ୍ରାନ ଏକଥା ମାନିବେ ନାହିଁଯେ ସେ ନିଜେ ଓସାମାବିନ ଲାଡେନର ଜଣେ ବଡ଼ ସମର୍ଥକ । ଭାରତୀୟ ନାଗରିକମାନେ ସେମାନଙ୍କ ପକ୍ଷରୁ ଆଉ କେହି କହୁ ତାହା ଚାହାନ୍ତିନାହିଁ । ଯେଉଁମାନେ ଘୃଣାର ବିଚାରଧାରାରୁ ଆତଙ୍କବାଦର ଶିଳ୍ପ ଗଢ଼ିଛନ୍ତି ସେମାନଙ୍କଠାରୁ ଆମେ ଉପଦେଶ ଚାହୁଁ ନାହୁଁ ।

{"id":163822}

ପାକିସ୍ତାନ ପ୍ରଧାନମନ୍ତ୍ରୀ ଯେଉଁଭଳି ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ଆଗେଇ ଆସିଲେ ତାହା ଜଣେ ରାଷ୍ଟ୍ରନେତା ନୁହେଁ ଛୋଟନେତା କହିଥାନ୍ତି ।…

{"id":163823}

ଇମ୍ରାନ ନ୍ୟୁୟର୍କରେ କଂଗ୍ରେସ ନାଁ ନେଇ କାଶ୍ମୀରରେଗରିବଲୋକଙ୍କୁ ୫୦ ଦିନ ଧରି ଘରେ ବନ୍ଦ କରିରଖାଯାଇଥିବା କହିଥିଲେ । ଆଉ ରାଜନୈତିକ ବନ୍ଦୀମାନଙ୍କର ଅବସ୍ଥା କଣ ହେଉଥିବ ତାହା କିଛି ଜଣାପଡ଼ୁନାହିଁ । ତେବେ ଇମ୍ରାନଙ୍କ ପକ୍ଷରୁ କୁହାଯାଇଥିବା ଏହି କଥା କଂଗ୍ରେସକୁ ଅଡୁଆରେ ପକାଇଥିବାବେଳେ ବିଜେପି ଏନେଇ ତାକୁ ଟାର୍ଗେଟ୍‌ କରିଛି ।…

{"id":163824}

ଜାତିସଂଘ ସାଧାରଣପରିଷଦ ବୈଠକରେ ବିଷ ଓଗାଳିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନ୍ୟୁୟର୍କରେ ହଟହଟା ହେବାକୁ ପଡ଼ିଛି। ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ସେ ସ୍ବତନ୍ତ୍ର ବିମାନରେ ଯାଇ ପାରିନଥିଲେ ।

{"id":163826}

ସାଉଦି କ୍ରାଉନପ୍ରିନ୍ସ ତାଙ୍କୁ ଯେଉଁ ବିମାନଦେଇଥିଲେ ସେଥିରେ ଫେରିବାବେଳେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଏଥିଯୋଗୁଁ ବିମାନ ଅଳ୍ପ ସମୟ ଉଡ଼ାଣ କରିଥିବାବେଳେ ନ୍ୟୁୟର୍କ ଫେରିଆସିଥିଲା । ଆଉ ଇମ୍ରାନଙ୍କୁ ହୋଟେଲରେ ରାତି କଟାଇବାକୁ ପଡ଼ିଥିଲା ।…

{"id":163825}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.