ପ୍ରଫୁଲ୍ଲ ଭତରାଙ୍କୁ ମିଳିଲାନି ଟିକେଟ୍, ତାରା ବାହିନୀପତି କହିଲେ ହୋଇଛି ଷଡଯନ୍ତ୍ର

Published By : Prameya-News7 Bureau | March 23, 2019 IST

ଭୁବନେଶ୍ବର ୨୩|୩ : କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ଓଡିଶାର ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବଲାଙ୍ଗୀର ଲୋକସଭା ଆସନରୁ ସମରେନ୍ଦ୍ର ମିଶ୍ର ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଛନ୍ତି ।

ତେବେ ସପ୍ତଗିରି ଉଲ୍ଲାକାଙ୍କୁ ଟିକେଟ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି କଂଗ୍ରେସର ଯିଏ ପ୍ରାର୍ଥୀ ହେବ ତାକୁ ସମର୍ଥନ କରିବୁ । ତେବେ କଂଗ୍ରେସ ଦଳରୁଆଶାୟୀ ପ୍ରାର୍ଥୀ ପ୍ରଫୁଲ୍ଲ ଭତରାଙ୍କୁ ଟିକେଟ୍ ନଦେଇ ଦଳ ସପ୍ତଗିରି ଉଲ୍ଲାକାଙ୍କୁ ଟିକେଟ୍ ଦେଇଛି । ପ୍ରଫୁଲ୍ଲଙ୍କୁ ଟିକେଟ୍ ନମିଳିବା ନେଇ ଷଡଯନ୍ତ୍ର ହୋଇଥିବା ତାରା କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.