ବିଜେଡି ବିଧାୟକଙ୍କୁ ସିବିଆଇର ସମନ : ନିରଞ୍ଜନ କହିଲେ ନୋଟିସ୍ ପଠାଇ ପ୍ରକ୍ରିୟାକୁ କରାଯାଉଛି ବିଳମ୍ବ, ବିଜେଡି କହିଲା ପଞ୍ଜୁରୀ ଭିତରର ଶୁଆ
30/01/2019 at 1:26 PM

ଭୁବନେଶ୍ବର ୩୦|୧: ଶାସକ ବିଧାୟକଙ୍କୁ ସିବିଆଇ ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ପାଇଁ କଂଗ୍ରେସର ଦାବି ଥିଲା । ଦୋଷୀଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ କରିବା କଥା । ନୋଟିସ୍ ପଠାଇ ପ୍ରକ୍ରିୟାକୁ ବିଳମ୍ବ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ ।
ସେହିପରି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ସିବିଆଇ ପଞ୍ଜୁରୀ ଭିତରର ଶୁଆ ଭଳି କାମ କରୁଛି । ଗତଥର ଶାହଙ୍କ ଗସ୍ତ ବେଳେ ଏମିତି ସିବିଆଇ ନୋଟିସ୍ ଆସିଥିଲା । ଏଥର ବି ଅନୁରୂପ ନୋଟିସ୍ ଆସିଛି । କେନ୍ଦ୍ର ସିବିଆଇକୁ ଅସ୍ତ୍ର ରୂପେ ବ୍ୟବହାର କରୁଛି । ଏହା କେନ୍ଦ୍ରର ପୁରୁଣା ଅଭ୍ୟାସ । ବିଜେପିର ଦୁଇ ନେତାଙ୍କୁ ରାଜ୍ୟ ପୋଲିସ ନୋଟିସ୍ ଦେବା ଆଇନ ସଙ୍ଗତ । ୨ ନେତାଙ୍କ ବିରୋଧରେ ତଦନ୍ତ ପକ୍ରିୟା ପୂର୍ବରୁ ଜାରି ରହିଛି । ସିବିଆଇ ନୋଟିସର କୌଣସି ସଂପର୍କ ନାହିଁ ।