ବିଜେପୁରକୁ ମୁଖ୍ୟମନ୍ତ୍ରୀ ଅନେକ କିଛି ଦେଇସାରିଛନ୍ତି, ବଳକା କାମ ପ୍ରତି ଧ୍ୟାନ ଦେବି : ରୀତା ସାହୁ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ରିପିଟି କରିଛି ବିଜେଡି । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

୨୦୧୮ ଉପନିର୍ବାଚନରେ ରୀତା ବିଜେଡି ଟିକେଟରେ ବିଜେପୁର ଉପନିର୍ବାଚନ ଜିତିଥିଲେ । ସୁବଳ ସାହୁଙ୍କ ପରଲୋକ ପରେ କିଛି ମାସ ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଯାଇଥିଲେ ରୀତା ସାହୁ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ । ଦୁଇଟି ଆସନରୁ ଜିତିଥିବାରୁ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଏବେ ଏହି ସ୍ଥାନରେ ଦଳ ରୀତାଙ୍କୁ ପ୍ରାର୍ଥୀ କରିଛି ।

ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜେପୁରବାସୀଙ୍କ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ହୋଇ ରହିବେ । ବିଜେପୁର ନିର୍ବାଚନମଣ୍ଡଳି ସବୁବେଳେ ତାଙ୍କ ଫୋକସରରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବା ପରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାକୁ ସେ କୃତଜ୍ଞ । ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅନେକ କିଛି ଦେଇ ସାରିଛନ୍ତି, ଯାହା ବଳକା ରହିଛି ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି ରୀତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.