Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ଦେବୋତ୍ତର ବିଭାଗର ନିଷ୍କ୍ରିୟତା ନେଇ ବିଷୋଦଗାର କଲେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ

31/08/2019 at 1:42 PM

ପୁରୀ ୩୧୮: ମଠ ଉଚ୍ଛେଦ ବେଳେ ନିଜ ମଠ ଜମି ସମସ୍ୟା କଥା ଉଠାଇଲେ ଶଙ୍କରାଚାର୍ଯ୍ୟ । ଦେବୋତ୍ତୋର ବିଭାଗର ନିଷ୍କ୍ରିୟତା ଲାଗି ଶଙ୍କରାଚାର୍ଯ୍ୟ ମଠ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏଭଳି ଅରାଜକତା ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସେ ଏହା ବିରୋଧରେ ପଦକ୍ଷେପ ନିଅନ୍ତୁ । ଶଙ୍କରାଚାର୍ଯ୍ୟ ମଠ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନାଁରେ କରାଯିବା ଅବୈଧ । ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ବେଳେ ମୋର ପରାମର୍ଶ ବି ନେଲେ ନାହିଁ । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ  । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ବିନା ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ଉଚିତ୍ ହୋଇ ନାହିଁ । ପୁରୀ ଏକ ଧାର୍ମିକ ସ୍ଥଳ, ସେକ୍ୟୁଲାର କରିବାକୁ ଷଡ଼ଯନ୍ତ୍ର କରା ଯାଉଛି । ଧର୍ମ, ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ପରିଚାଳନା ହେଉ । ପୋପଙ୍କ ସହ ଏଭଳି ଦୁର୍ବ୍ୟବହାର ସମ୍ଭବ କି ଯାହା ଏଠାକାର ଶଙ୍କରାଚାର୍ଯ୍ୟଙ୍କ ସହ ହେଉଛି ।

ରଥଯାତ୍ରା ଓ ଶଙ୍କରାଚାର୍ଯ୍ୟଙ୍କୁ ନେଇ ଅତୀତର ବିବାଦକୁ ଉଠାଇଲେ । ଜଗନ୍ନାଥ ମନ୍ଦିର ଓ ଶଙ୍କରାଚାର୍ଯ୍ୟଙ୍କ ସଂପର୍କର ଇତିହାସ କଣ ସରକାର ଜାଣି ନାହାନ୍ତି । ଏଠାକାର ମହନ୍ତ ମାନଙ୍କ ସ୍ବରକୁ ଉଠାଇବାକୁ ଦିଆଯାଉନି । ବହୁ ପୂର୍ବରୁ ପ୍ରଶାସନିକ ଅଧିକାରୀ ମଠ ସଂପର୍କରେ ନିଷ୍ପତ୍ତି ନେଇ ମୋତେ ପଚାରିଥିଲେ । ମୁଁ କହିଥିଲି ଯେ, ‘ପ୍ରଥମେ ସେମାନଙ୍କ ଲାଗି ସଂପୂର୍ଣ୍ଣ ବ୍ୟବସ୍ଥା କରି ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ହେଉ’ । ଧାର୍ମିକ ସ୍ଥଳରେ ସରକାର ଅବିଚାରିତ ଦଖଲ ନଦେଇ, ଶାସ୍ତ୍ର ଓ ଧର୍ମଗୁରୁଙ୍କ ପରାମର୍ଶରେ କାର୍ଯ୍ୟ କରାଯାଉ ।

   Related Posts