ଦଳରୁ ବହିଷ୍କାର ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରକାଶ ବେହେରା ଏବଂ ଯୋଗେଶ ସିଂ

Published By : Prameya-News7 Bureau | January 17, 2019 IST

ଭୁବନେଶ୍ବର ୧୭|୧: କଂଗ୍ରେସ ପକ୍ଷରୁ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଏବଂ ଯୋଗେଶ ସିଂ । ପ୍ରକାଶ କହିଛନ୍ତି ସେ ଦଳ ବିରୋଧରେ କିଛି କହିନାହାନ୍ତି । ରାଜ୍ୟ କଂଗ୍ରେସ ପକ୍ଷରୁ କଣ ନିଷ୍ପତ୍ତି ନିଆଯିବ ତାଙ୍କୁ କିଛି ଜଣାଯାଇନାହିଁ ବୋଲି ସେ କହିଛନ୍ତି । ଯଦି ଏହା ବହିଷ୍କାର ପ୍ରସଙ୍ଗ ସତ ହୋଇଥାଏ ତେବେ ତାହା ଦୁଃଖଦାୟକ ବୋଲି କହିଲେ ପ୍ରକାଶ ବେହେରା ।

ସେହିପରି ବିଧାୟକ ଯୋଗେଶ ସିଂ କହିଛନ୍ତି ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । ଦଳ ଯଦି କାର୍ଯ୍ୟାନୁଷ୍ଠାନ ନେବ ତାଙ୍କର କିଛି କହିବାର ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.