ମହିଳା ସଂରକ୍ଷଣ କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ କେବଳ ଗୋଟେ ସୁଆଙ୍ଗ ବୋଲି କହିଲେ ଧର୍ମେନ୍ଦ୍ର, ନିରଞ୍ଜନ କହିଲେ ହାସ୍ୟାସ୍ପଦ

Published By : Prameya-News7 Bureau | December 06, 2018 IST

ନୂଆଦିଲ୍ଲୀ ୬|୧୨: ମହିଳା ସଂରକ୍ଷଣକୁ ନେଇ ବିଜେଡି ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିଳା ସଂରକ୍ଷଣକୁ ନେଇ ଗତ ଦଶନ୍ଧି ହେଲା ସବୁ ଦଳର ମତ ବହୁତ ସଷ୍ଟ ଅଛି ।  ତେବେ ଏନେଇ ବିଜେଡିର  ଆଭିମୁଖ୍ୟ କଣ ତାହା ପାର୍ଲାମେଣ୍ଟରେ ହୋଇଥିବା ବିଗତ ଆଲୋଚନାରୁ ଜଣା ପଡିସାରିଛି । ଏହାକୁ ନେଇକୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି ବୋଲି ସେ କହିବା ସହ ବାହାଘର ବେଳେ ବାଇଗଣ ରୁଆରୁ ଏହା କେବଳ ରାଜନୈତିକ ପଇନ୍ତରାବାଜି  ବୋଲି ସ୍ପଷ୍ଟ ହୋଇଥିବା ସେ କହିଛନ୍ତି ।  କୁନ୍ଦୁଲି ଓ ବେଲଟିକିରିରେ ଯୋଉଁ ସରକାରଙ୍କ ନାକ ତଳେ ନାରୀ ନିର୍ଯ୍ୟାତିତ ।  ସେ ସରକାର ମହିଳାଙ୍କ କଥା କହିବା କେବଳ ସୁଆଙ୍ଗ ଛଡା ଆଉକିଛି ନୁହେଁ ବୋଲି ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି । ସେହିଭଳି ମହିଳା ସଂରକ୍ଷଣ ନେଇ ବିଜେଡିର ଆଭିମୁଖ୍ୟ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ହାସ୍ୟସ୍ପଦ କଥା ।୩୩ ପ୍ରତିଶତ ପ୍ରସଙ୍ଗରେ ବହୁ ଆଗରୁ କଂଗ୍ରେସ କହି ଆସୁଛି । ଗୋଟିଏ ହାଉସ୍‌ରେ ଏହି ବିଲ୍‌ ପାସ୍‌ ହୋଇସାରିଛି।ନିର୍ବାଚନ ପାଖେଇ ଆସିବାରୁ ବିଜେଡି ଏକଥା କହୁଛି ।୧୮ ବର୍ଷ ଧରି ଥିଲେ କେଉଁଠି, ଏବେ ନିଦ ଭାଙ୍ଗୁଛି ।ମହିଳ| ଭୋଟକୁ ଆଣିବାକୁ ଏକଥା କରୁଛନ୍ତି ।କଂଗ୍ରେସ ଏକଥା ଆରମ୍ଭ କରିଛି, ଏବେ ସମର୍ଥନ କରିବ କଣ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକମହିଳା ସଂରକ୍ଷଣ କ୍ଷେତ୍ରରେ ଏକଜୁଟ ହେବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.