ମୋଦି ଓ ନବୀନଙ୍କୁ ରାହୁଲଙ୍କ ଆକ୍ଷେପ ପରେ ଯେଉଁ ପ୍ରତିକ୍ରିୟା ଆସୁଛି ତାକୁ ଶୁଣି ରାଗୁଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ

Published By : Prameya-News7 Bureau | January 28, 2019 IST

ଭୁବନେଶ୍ବର୨୮|୧: ଓଡିଶା ଗସ୍ତରେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସି ବିଜେଡି ବିଜେପି ଭିତରେ ନିଆଁ ଲାଗାଇଛନ୍ତି । ବିଜେଡି ବିଜେପି ମୁଖିଆ  ତିନି ଦିନ ଧରି ରାହୁଲଙ୍କୁ ତାନା ମାରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ରାହୁଲଙ୍କ ଠି  ବକଓ୍ବାସ ଟ୍ୟାଗ ଲାଗାଇଥିବା ବେଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ମଥ୍ୟା ମେସିନ ଟ୍ୟାଗ ଲାଇନ ଯୋଡିଛନ୍ତି । ଯାହକୁ ନେଇ ପ୍ରତିକ୍ରିୟା ଶୀଳ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। … 

{"id":79245}

ରାହୁଲ ତ କହିଦେଲେ କିନ୍ତୁ ରିଆକ୍ସନ ଥମୁନି । ବକଓ୍ବାସ କହିଛନ୍ତି ରାହୁଲ । ଏମିତି କିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାହୁଲ ଓଡିଶା ଆସି ମୋଦି ଏବଂ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଥିଲେ । ଅଭିଯୋଗର ପାହଡ ଲଦିଥିଲେ । ଆଉ କହିଥିଲେ ନବୀନଙ୍କ ରିମୋଟ ମୋଦିଙ୍କ ହାତରେ ରହିଛି। ମୋଦି ରିମୋଟ ଦାବିଲେ ନବୀନ ଉଠବସ ହେଉଛନ୍ତି। ତିନି ଦିନ ପରେ ଦିଲ୍ଲୀ ଯାଇ ଏ ଧାଡିଏ କଥାରେ ଜବାବ ଦେଇଛନ୍ତି ନବୀନ । ରାହୁଲ ଗାନ୍ଧୀ ବକଓ୍ବାସ କରୁଛନ୍ତି ବୋଲି ହସରେ ଉଡ଼ାଇ ଦେଇଛନ୍ତି ନବୀନ । ଶୁଣନ୍ତୁ ଦିଲ୍ଲୀରେ ନବୀନଙ୍କ ଜବାବ

{"id":79246}

ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସିନା କହିଲେ ପୁଣି ଭୁବନେଶ୍ବରରୁ ଆସିଛି ରିଆକ୍ସନ। ନିଜକୁ ବଞ୍ଚାଇବାକୁ ଆଉ ରାସ୍ତା ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏମିତି କହୁଛନ୍ତି ବୋଲି କାଉଣ୍ଟର କରିଛନ୍ତି ପିସିସି ସଭାପତି। ସେପଟେ ରାହୁଲଙ୍କ ରିମୋଟ ଆକ୍ଷେପର ଜବାବ ଦେଇଛନ୍ତି ବିଜେପି ର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ରାହୁଲ ଗାନ୍ଧୀ ହେଉଛନ୍ତି ମିଥ୍ୟା ମେସିନ। ତାଙ୍କ କଥାରେ ବିଶ୍ଦସନିୟତା ନାହିଁ ବୋଲି କହିଛନ୍ତି  ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

{"id":79247}

ନିର୍ବାଚନ ଆଉ ଅଢ଼େଇ ମାସ ଥିବରୁ ରାଜ୍ୟ ରାଜନୀତିରେ ବିଜେଡି ବିଜେପି ଓ କଂଗ୍ରେସ ନିଜର ଦବାଦବା ଦେଖାଇବା​‌ ପାଇଁ ଆକ୍ଷେପ ପ୍ରତ୍ୟାକ୍ଷେପ ରାଜନୀତି ଜୋର ଧରିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.