ଜନ୍ମ ପରେ ଇଞ୍ଜେକ୍ସନ ଲଗାଇବାରୁ ଶିଶୁର ହାତରେ ଗମ୍ଭୀର ସଂକ୍ରମଣ : ବିଷରେ କଳା ପଡ଼ିଗଲା ହାତ

Published By : Prameya-News7 Bureau | September 10, 2020 IST

ଭୋପାଳ ୧୦/୯: ଜନ୍ମ ପରେ ଜଣେ ନବଜାତ ଶିଶୁକୁ ଇଞ୍ଜେକସନ ଲଗାଯିବାରୁ ତାକୁ ଜ୍ବର ଆସିଯାଇଥିଲା। କିଛି ଦିନ ପରେ ପରିବାର ଲୋକେ ଶିଶୁକୁ ଦେଖିବାରୁ ତାର ହାତ କଳା ପଡ଼ିଯାଇଥିଲା। ଏବିଷୟରେ କୁହାଯାଉଛି ଯେ ତାକୁ ଏକ୍ସପାୟରଡ ଇଞ୍ଜେକ୍ସନ ଲଗାଯାଇଥିଲା ଯାହା ଦ୍ବାରା ହାତରେ ବିଷ ବ୍ୟାପି ଯାଇଥିଲା। ଏହି ଘଟଣାଟି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର।

ବିଦିଶା ଜିଲ୍ଲା ହସ୍ପିଟାଲରେ ଅଗଷ୍ଟ ୨୪ତାରିଖରେ ଏହି ଶିଶୁର ଜନ୍ମ  ହୋଇଥିଲା। ଜନ୍ମ ପରେ ଏହି ଶିଶୁର ଚିକିତ୍ସା ସମୟରେ ହାତରେ କୌଣସି ଏକ ଇଞ୍ଜେକ୍ସନ ଲାଗିବା ପରେ ହାତ କଳା ପଡ଼ି ଯାଇଥିଲା। ହସ୍ପିଟାଲର କର୍ମଚାରୀ ଶିଶୁକୁ ଏନଆଇସିୟୁରେ ଭର୍ତ୍ତି କରି ଦେଇଥିଲେ।

ଶିଶୁର ବାପା କହିଛନ୍ତି ଯେ ତାଙ୍କ ପତ୍ନୀ ମିଥଳେଶ ଅଗଷ୍ଟ ୨୪ତାରିଖରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ପରେ କୌଣସି ଏକ ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କୁ ଜ୍ବର ଆସିଯାଇଥିଲା। ସେତେବେଳେ ଶିଶୁକୁ ଏନଆଇସିୟୁରେ ଭର୍ତ୍ତି କରି ଦିଆଯାଇଥିଲା।

ପରିବାର ଲୋକେ ବାରମ୍ବାର ପଚାରିବା ସତ୍ବେ ସେମାନେ ତାଙ୍କୁ ତାଙ୍କ ଶିଶୁକୁ ଦେଖାଇନଥିଲେ। ୫/୭ଦିନ ପରେ ପରିବାର ଲୋକେ ତାଙ୍କ ଉପରେ ଚାପ ପକାଇବାରୁ ତାଙ୍କୁ କୁହାଯାଇଥିଲା ଯେ ଶିଶୁକୁ କମଳା ନେହେରୁ ହସ୍ପିଟାଲ ରେଫର କରି ଦିଆଯାଇଥିଲା।

ପରିବାର ଲୋକେ ତୁରନ୍ତ ହସ୍ପିଟାଲ ପହଞ୍ଚିଥିଲେ। ସେଠାକୁ ଯାଇ ଶିଶୁ ଆଇସିୟୁରେ ଭର୍ତ୍ତି ଥିବା ଜାଣି ପାରିଥିଲେ। ପରିବାର ଲୋକେ ଶିଶୁର ହାତ ଦେଖିବାରୁ ଶିଶୁର ଡାହାଣ ହାତ ପୂରାପୂରି କଳା ପଡ଼ି ଯାଇଥିଲା । ଡାକ୍ତର ପରିବାର ଲୋକଙ୍କୁ କହିଥିଲେ ଯେ ଶିଶୁର ହାତରେ ଗମ୍ଭୀର ସଂକ୍ରମଣ ହୋଇଛି ଯାହା ଦ୍ବାରା ହାତକୁ ଅପରେସନ କରି କଟାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.