ଆକ୍ସନ ପରେ ରିଆକ୍ସନ- ବିଧାୟକଙ୍କ ଅଭିଯୋଗରେ ଶିକ୍ଷକଙ୍କୁ ନିଲମ୍ବନ ପରେ ଶିକ୍ଷକ ସଂଘର ଦାବି, ବିଧାୟକ କ୍ଷମା ମାଗନ୍ତୁ - ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଅଡି ବସିଲେ

Published By : Prameya-News7 Bureau | October 21, 2019 IST

ନବରଙ୍ଗପୁର ୨୧।୧୦ - ଡାବୁଗାଁ ବିଧାୟକ ଜିଲ୍ଲା ପରିଷଦ ବୈଠକରେ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବାପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନ ମୋଡ଼କୁ ଆସିଥିଲା । ରାତିଅଧିଆ ୩ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା ।ଆଉ ଏବେ ଆରମ୍ଭ ହୋଇଛି ଶିକ୍ଷ ମାନଙ୍କ ପ୍ରତି ହୋଇଥିବା ଆକ୍ସନର ରିଆକ୍ସନ। ନିଲମ୍ବିତ ୩ ଶିକ୍ଷକଙ୍କ  ନିଲମ୍ବନ ପ୍ରତ୍ୟାହାର କରାଯାଉ ନଚେତ୍ ବିଧାୟକ କ୍ଷମା ମାଗନ୍ତୁ ବେ।ଲି ଅଡି ବସିଛି ଶିକ୍ଷକ ସଂଘ ।

ଆକ୍ସନ ପରେ ରିଆକ୍ସନ । ଡାବୁଗାଁ ବିଧାୟକ ମନେ।ହର ରନ୍ଧାରୀଙ୍କ ଅଫିସରଙ୍କୁ ବିଷେଦଗାର ଘଟଣାର ନୂଆ ମେ।ଡ । ଆଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଭୋଜନରେ ଅନିୟମିତତା ଦେଖି ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ବିଧାୟକ । ଏହା ପରେ ଆକ୍ସନୁ ଆସିଥିଲା ଜିଲ୍ଲା ପ୍ରଶାସନ । ତୁରନ୍ତ ଆଶ୍ରମ ସ୍କୁଲର ୩ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ବିଧାୟକ ସିନା ଖୁସ ହୋଇଗଲେ କିନ୍ତୁ TRW ବିଭାଗର ତିନି ଜଣ ଶିକ୍ଷକଙ୍କ ନିଲମ୍ବନ ପରେ ଏବେ ବିଭାଗର ଶିକ୍ଷକ ମାନଙ୍କ ମଧ୍ୟରେ ଆରମ୍ଭ ହେ।ଇଛି ବିଦ୍ର।ହ । ବିଧାୟକ ଓ ଜିଲ୍ଲା ପ୍ରଶାସନ ବିରୋଧରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ୮୦ ରୁ ଅଧିକ ଶିକ୍ଷକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ବିଧାୟକଙ୍କ ବିରୋଧରେ ଖେ।ଲାଖେ।ଲି ଚେତାବନୀ ଦେଇଛନ୍ତି ମଙ୍ଗଳ ବିଭାଗର ଶିକ୍ଷକ ମାନେ । ୨୨ ତାରିଖ ସୁଦ୍ଧା ଯଦି ବିଧାୟକ ଅପମାନିତ କରିଥିବା ଶିକ୍ଷକଙ୍କୁ କ୍ଷମା ନ ମାଗିବେ ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର ନହୁଏ ତାହେଲେ ନଭେମ୍ବର ୧ ତାରିଖରୁ ଜିଲ୍ଲାବ୍ୟାପୀ ମଙ୍ଗଳ ବିଭାଗ ଶିକ୍ଷକ ମାନେ ହଷ୍ଟେଲ ଦାୟିତ୍ବରୁ ନିଜକୁ ନିବୃତ ରଖିବେ ବୋଲି କହିଛନ୍ତି  । ଅପରପକ୍ଷରେ ଶିକ୍ଷକ ମାନଙ୍କୁ କ୍ଷମା ମାଗିବାର ନାହିଁ । ଭଲ କାମ କଲେ ପୁରସ୍କାର ସଦୃଶ ସେମାନଙ୍କ ପାଦ ଧୋଇବି ବୋଲି  କହିଛନ୍ତି ବିଧାୟକ ।

ବିଧାୟକ ଏବଂ ମଙ୍ଗଳ ବିଭାଗ ଶିକ୍ଷକ ଙ୍କ ବିବାଦ ବଢି ବଢି ଚାଲିଛି । ଏହା ଭିତରେ  ପ୍ରଶାସନ କଣ ପଦକ୍ଷେପ ନେଉଛି ତା ଉପରେ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.