ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍ ପୂର୍ବରୁ ଚଢିବାକୁ ପଡିବ ଟ୍ରେନ୍‌ରେ

Published By : Prameya-News7 Bureau | January 07, 2019 IST

ହୁବଲୀ ୭|୧: ଟ୍ରେନରେ ହୋଇପାରେ ବିମାନ ଭଳି ବ୍ୟବସ୍ଥା । ମାନେ ଆପଣଙ୍କୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଟ୍ରେନରେ ଚଢ଼ିବାକୁ ପଡ଼ିବ। ନହେଲେ ଆପଣଙ୍କୁ ଆଉ ଯିବାକୁ ଦିଆଯିବ ନାହିଁ। ଟ୍ରେନ ଛାଡ଼ିବାର ୨୦ ମିନିଟ୍  ପୂର୍ବରୁ ଟ୍ରେନରେ ନ ଚଢ଼ିଲେ ଆପଣଙ୍କୁ ଆଉ ଏଥିପାଇଁ ଅନୁମତି ମିଳିନପାରେ।

କୁମ୍ଭମେଳା ପୂର୍ବରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଷ୍ଟେସନରେ ଏହାକୁ ଲାଗୁ କରାଯାଇଛି । କର୍ଣ୍ଣାଟକର ହୁବଲୀ ଷ୍ଟେସନରେ ମଧ୍ୟ ଏହାକୁ ଲାଗୁ କରାଯାଇଛି । ଦେଶର ଅନ୍ୟ ୨୦୨ଟି ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଆରପିଏଫ୍ ଡିଜି ଅରୁଣ କୁମାର କହିଛନ୍ତି । ଯାତ୍ରୀ ମାନେ ଟ୍ରେନ ଛାଡ଼ିବାର ୨୦ ମିନିଟ୍ ପୂର୍ବରୁ ପହଞ୍ଚିଲେ ତାଙ୍କର ସିକ୍ୟୁରିଟି ଯାଞ୍ଚ କରାଯିବ । ଏପରି ବ୍ୟବସ୍ଥା ପାଇଁ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.