Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଦେଉଛନ୍ତି ସବୁଠୁ କମ୍ ଟ୍ୟାକ୍ସ : Report

9/06/2021 at 4:19 PM

ୱାସିଂଟନ : ସାଧାରଣ ଲୋକେ ଓ ଧନିକଙ୍କ ମଧ୍ୟରେ ପାର୍ଥକ୍ୟ ଅନେକ। ଯେତେବେଳେ ସାଧାରଣ ଲୋକେ ନିୟମିତ ସମୟରେ ସରକାରଙ୍କୁ ସେମାନଙ୍କ ଶୁଳ୍କ ପୈଠ କରି ଦିଅନ୍ତି ଧନିମାନଙ୍କ ଉପରେ ସରକାରଙ୍କର ସେପରି କୌଣସି ଜୋର ଜବରଦସ୍ତି ନଥାଅ। ନା ସେମାନଙ୍କୁ କୌଣସି କର ବାବଦେ କେବେ ନୋଟିସ ପଠାଯାଏ। ଆଉ କଥା ଯଦି ଆମେରିକାର ତେବେ ଏଠାରେ ଏପରି ଲୋକଙ୍କୁ ଶୁଳ୍କ ବିଭାଗ କେବେ ପ୍ରଶ୍ନ ବି କରନ୍ତିନି। ସ୍ୱେଚ୍ଛାସେବୀ ଅନୁସନ୍ଧାନ ସାମ୍ବାଦିକ ସଙ୍ଗଠନ ପ୍ରୋପବ୍ଲିକା ଆମେରିକୀୟ କର ବ୍ୟବସ୍ଥା ନେଇ ଜାରି କରିଥିବା ଏକ ରିପୋର୍ଟରୁ ଏହା ପ୍ରଥମ ଥର ଜଣାପଡିଛି।

ଆମେରିକୀୟ ଧନିକମାନେ କାଁଭା ସେମାନଙ୍କ କର ପୈଠ କରିଥିବାର ଏହି ରିପୋର୍ଟରୁ ଜଣାପଡିଛି। ତେବେ କର ପୈଠ କରିବାରେ  ଅନିୟମିତତା ଯୋଗୁ କେବେବି ସେମାନଙ୍କୁ ନୋଟିସ କରାଯାଇ ନାହିଁ। ନିୟମିତ କର ଦେଉନଥିବା ଏପରି ଲୋକଙ୍କ ଏକ ବିସ୍ତୃତ ସୂଚୀ ଏହି ରିପୋର୍ଟରେ ରହିଛି, ଯେଉଁମାନଙ୍କ ମଧ୍ୟରେ ୱାରେନ ବଫେଟଙ୍କଠାରୁ ଆରମ୍ଭ କରି ଆମାଜନ ସଂସ୍ଥାପକ ଜେଫ ବେଜୋସ ଏପରିକି ସ୍ପେସ୍-ଏକ୍ସ ମାଲିକ ଏଲନ ମସ୍କ ମଧ୍ୟ ଅଛନ୍ତି।

ରିପୋର୍ଟରୁ ବେଜୋସ ୨୦୦୭-୧୧ ମସିହା ପର୍ଯ୍ୟନ୍ତ ଟଙ୍କାଟେ ବି ଆୟକର ଦେଇ ନଥିବା ବେଳେ  ୨୦୧୮ ମସିହାରେ ଏଲନ ମସ୍କ କର ହିଁ ପୈଠ କରିନାହାନ୍ତି। ସେହିପରି ଅର୍ଥଲଗାଣକାରୀ ଜର୍ଜ ସୋରୋସ ଲଗାତାର ୩ ବର୍ଷ ହେଲା ଫେଡେରାଲ ଟ୍ୟାକ୍ସ ଦେଉ ନାହାନ୍ତି। ରିପୋର୍ଟରୁ ୨୫ ଧନି ଆମେରିକୀୟ  ଶୁଳ୍କ ଆକାରରେ ଯାହା ବି ପୈଠ କରନ୍ତି ତାହା ବହୁତ ସ୍ୱଳ୍ପ। ଏ ନେଇ ପ୍ରୋ ପବ୍ଲିକାର ରିପୋର୍ଟ ପରେ କର ଆଦାୟରେ ଏପରି ପାତର ଅନ୍ତରକୁ ନେଇ ଏବେ ଦେଶରେ ବିତର୍କ ଦେଖା ଦେଇଛି।

ତେବେ ପ୍ରୋ ପବ୍ଲିକାକୁ ସୋରୋସଙ୍କ ଜନୈକ ମୁଖପାତ୍ର ଦେଇଥିବା ବୟାନରେ ୨୦୧୬-୧୮ ମଧ୍ୟରେ ହୋଇଥିବା ଅନେକ ନିବେଶ ବୁଡି ଯାଇଥିଲା। ଏଣୁ ସେହି ସମୟରେ ସଂସ୍ଥା ଶୁଳ୍କ ପୈଠ କରିବାକୁ ଅକ୍ଷମ ହୋଇଥିବା କହିଛନ୍ତି। ଏ ନେଇ ଏଲନ ମସ୍କଙ୍କୁ ବି ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କଠାରୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା। ତେବେ ରିପୋର୍ଟ ପ୍ରସ୍ତୁତି ଲାଗି ପ୍ରୋ ପବ୍ଲିକା କରିଥିବା ସର୍ଭେକ୍ଷଣରେ ବାର୍ଷିକ ୨ରୁ ୫ ନିୟୁତ ଡଲାର ଆୟ କରୁଥିବା ଲୋକେ ୨୭.୫ ପ୍ରତିଶତ ଶୁଳ୍କ ପୈଠ କରିଥିବା ଜଣାପଡିଛି। ଯାହା ଅନ୍ୟ ଆୟକାରୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ।

ସେହିପରି ବାର୍ଷିକ ୬୯ ନିୟୁତ ଡଲାର ଆୟ କରିଥିବା ୧୪ଶହ ଲୋକେ ୨୩ ପ୍ରତିଶତ ଶୁଳ୍କ ପୈଠ କରିଥିବା ବେଳେ ୨୫ ଧନୀ ଆମେରିକୀୟଙ୍କ ଶୁଳ୍କ ଏପର୍ଯ୍ୟନ୍ତ ଏହି ହାରକୁ ଛୁଇଁ ମଧ୍ୟ ପାରିନାହିଁ। ତେବେ ଧନିକଲୋକେ ସେମାନଙ୍କ ଶୁଳ୍କ ବାବଦ ବେୟ ଚାରିଟେବଲ ଡୋନେସନ ବାବଦେ ସମତୁଲ କରିବାକୁ ପ୍ରାୟ ଉଦ୍ୟମ କରୁଥିବା ଦେଖା ଯାଇଛି। ଏବେ ଜୋ ବିଡେନ ସରକାର ଆମେରିକାର ରାଜସ୍ୱ ଆୟ ବୃଦ୍ଧି ଲାଗି ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ଶୁଳ୍କ ହାରରେ ୨ ଗୁଣ ବୃଦ୍ଧି ଲକ୍ଷ ରଖା ଯାଇଥିବା ବେଳେ ଧନିକ ବର୍ଗଙ୍କ ଉପରେ ଏହାର ପ୍ରଭାବ କିପରି ରହିବ ତା ଉପରେଏବେ ସମସ୍ତଙ୍କ ନଜର।

   Related Posts