TRPର ସବୁ ରେକର୍ଡ ଭାଙ୍ଗିଲା ରାମାୟଣ, ମାତ୍ର ୪ ଦିନରେ ଦେଖିଲେ ୧୭୦ ମିଲିୟନ ଦର୍ଶକ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୩।୦୪: ଦେଶରେ ଜାରି ଲକଡାଉନ୍ ମଧ୍ୟରେ ସଂପ୍ରତି ଦୂରଦର୍ଶନ ଚ୍ୟାନେଲରେ ରାମାନନ୍ଦ ସାଗରଙ୍କ ବହୁ ପ୍ରସିଦ୍ଧ ଓ ବହୁ ଚର୍ଚ୍ଚିତ ଧାରାବାହିକ ରାମାୟଣ ପୁଣି ଥରେ ପ୍ରସାରଣ ହେଉଛି। ୧୯୮୭ରେ ଟେଲିଭିଜନ ପରଦାକୁ ଆସିଥିବା ଏହି ଶୋ ଆଜି ମଧ୍ୟ ଲୋକଙ୍କର ପ୍ରମଥ ପସନ୍ଦ ହୋଇ ରହିଛି। ଏଥିରୁ ଆପଣ ଆକଳନ କରି ପାରିବେ ଯେ, ରାମାୟଣ ଟିଆରପିର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି।

ପ୍ରେସ୍ ଇନଫରମେସନ ବ୍ୟୁରୋ ଟୁଇଟ୍ କରି ଏହି ସୂଚନା ଦେଇଛି। ବାର୍କ ରେଟିଂରେ ରାମାୟଣ ଟିଆରପିରେ ବାଜି ମାରି ନେଇଛି। ମାତ୍ର ୪ଟି ସୋରେ ରାମାୟଣକୁ ୧୭୦ ମିଲିୟନ ଦର୍ଶକ ଦେଖିଛନ୍ତି। ପିଆଇଟି ଟୁଇଟ୍ କରିଛି ଯେ, ବାର୍କ ମୁତାବକ ୨୦୧୫ରୁ ଏ ପର୍ଯ୍ୟନ୍ତ ସମସ୍ତ ଧାରାବାହିକକୁ କେତେ ସଂଖ୍ୟକ ଦର୍ଶକ ଦେଖିଛନ୍ତି ତାର ତଥ୍ୟ ପ୍ରସ୍ତୁତ କଲୁ। ସେହି ସମୟରୁ ଆଜି ସୁଦ୍ଧା କୌଣସି ବି ହିନ୍ଦୀ ସୋକୁ ଏତେ ପରିମାଣରେ ରେଟିଂ ମିଳିନାହିଁ, ଯାହା ରାମାୟଣର ପୁନଃ ପ୍ରସାରଣକୁ  ମିଳିଛି। ରାମାୟଣ ଟିଆରପିର ସମସ୍ତ ରେକର୍ଡ ଭାଙ୍ଗି ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।

wp:core-embed/twitter {"url":"https://twitter.com/PIB_India/status/1245712878969077762?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Ftv%2Fnews%2Fre-telecast-of-ramayan-on-doordarshan-is-hit-as-it-garners-170-million-viewers-in-4-shows%2Farticleshow%2F74960695.cms","type":"rich","providerNameSlug":"twitter","className":""}
https://twitter.com/PIB_India/status/1245712878969077762?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Ftv%2Fnews%2Fre-telecast-of-ramayan-on-doordarshan-is-hit-as-it-garners-170-million-viewers-in-4-shows%2Farticleshow%2F74960695.cms
/wp:core-embed/twitter

ପ୍ରସାର ଭାରତୀର ସିଇଓ ଶଶି ଶେଖର ମଧ୍ୟ ଏହାର ସୂଚନା ଟୁଇଟ୍ ଜରିଆରେ ଦେଇଛନ୍ତି। ସେ କହିଛନ୍ତି ରାମାୟଣ କାରଣରୁ ଦୂରଦର୍ଶନ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ କରୋନା ସମୟରେ ଲୋକେ ଘରେ ରାମାୟଣ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.