Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୮ ତାରିଖରେ ପ୍ରଥମ ପର୍ଯ୍ୟାୟର ୨ଟି ବୁଥରେ ହେବ ସାନି ମତଗ୍ରହଣ

16/04/2019 at 7:06 PM

ଭୁବନେଶ୍ବର୧୬|୪: ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବଚନ ବେଳେ ମତଦାନରେ ଅନିୟମିତତା କାରଣରୁ ୨ଟି ବୁଥରେ ଆସନ୍ତା ୧୮ ତାରିଖ ଦିନ ସାନି ମତଗ୍ରହଣ ହେବ । ଏହି ଦୁଇଟି ବୁଥ ହେଲା ବ୍ରହ୍ମପୁର ସିଟି ହାଇସ୍କୁଲ ପରିସରରେ ଥିବା ବୁଥ ନମ୍ବର-୨ ଏବଂ ମାଲକାନଗିରି ଜିଲ୍ଲା ଏମପିଭି-୬୫ର ଗୋଟିଏ ବୁଥରେ ମତଗ୍ରହଣ ହେବ ଭୋଲି ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୯ ତାରିଖରେ ଏହିସବୁ ବୁଥରେ ମତଗ୍ରହଣ ହୋଇଥିଲା ।ମତ ଗ୍ରହଣ ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରି  ନିର୍ବାଚନ କମିଶନ ସାନିମତଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts