୯ଟି ବୁଥ୍‌ରେ ସାନି ମତଦାନ ଆରମ୍ଭ, ବିଭିନ୍ନ କାରଣରୁ ଦ୍ବିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିଲା ଭୋଟିଂ

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ମତଦାନ ହୋଇନଥିବା କିମ୍ବା ବାଧା ଉପୁଜିବାରୁ ୯ଟି ବୁଥ୍ ରେ ଆଜି ସାନି ମତଦାନ ହେଉଛି । ସକାଳ ୭ ଟାରୁ ଭୋଟଗ୍ରହଣ ଚାଲିଛି । ଭୋଟିଂ ହେଉଥିବା ବୁଥ୍  ଗୁଡିକ ହେଲା ସୁନ୍ଦରଗଡ ବଣାଇର ୧୨୯ ନମ୍ବର କିନ୍ଦ୍ରିକେଲା ବୁଥ୍, ୨୧୩ ନମ୍ବର ରଙ୍ଗଢିପା ବୁଥ୍ । କନ୍ଧମାଳ ଦଶପଲ୍ଲାର ୨୧୦ ନମ୍ବର ବାହାଡଝୋଲା ବୁଥ୍, ବେତନଟିର ୨୨୨ ନମ୍ବର ବୁଥ୍ ।

{"id":106959}

ବରଗଡ ୬୮ ନମ୍ବର ଶକ୍ତିନଗର ବୁଥ୍, ଅତାବିରା ଅରେଇଗୁଡିର ୨୩୫ ନମ୍ବର ବୁଥ, ପଦ୍ମପୁରର ୧୬ ନମ୍ବର ଡାଭା ବୁଥ୍, ବ୍ରଜରାଜନଗରର ୨୫୪ ନମ୍ବର ଚାରମାଳ ବୁଥ୍ ଏବଂ ଆସ୍କା ସୋରଡାର ୧୮୨ ନମ୍ବର ରେଣ୍ଟି ବୁଥ୍ ।  ସୋରଡାର ଏହି ବୁଥରେ ୧୮ତାରିଖ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ବେଳେ  ବିଜେପି ପ୍ରାର୍ଥୀ ଇଭିଏମ୍ ଭାଙ୍ଗିଦେବାରୁ ସେଠାରେ ମତଦାନ ହୋଇପାରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.