ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୦ଟି ବୁଥ୍‌ରେ ହେବ ସାନି ମତଦାନ : ସିଇଓ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟରେ ମତଦାନ ବାକି ରହିଛି । ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପରିଚାଳନାଗତ ତ୍ରୃଟି ଯୋଗୁଁ ୧୦ଟି ବୁଥରେ ସାନି ମତଦାନ ପାଇଁ ସୁପାରଶି କରାଯାଇଛି । ଏଥିପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

କିଛି ସ୍ଥାନରେ କଂଟ୍ରୋଲ ୟୁନିଟ୍, ବାଲଟ୍ ୟୁନିଟ୍ ଓ ଭିଭିପ୍ୟାଟର ଗୋଟିଏ ୟୁନିଟ୍ ଖରାପ ଥିଲା । ଏଭଳି କ୍ଷେତ୍ରରେ ୩ଟି ଯାକ ୟୁନିଟ୍ ବଦଳିବା କଥା, କିନ୍ତୁ ତାହା କରାଯାଇନଥିବାରୁ ସାନି ନିର୍ବାଚନ କରାଯିବ ।

ଆଠଗଡର ୪ଟି, ବ୍ରହ୍ମଗିରିର ୨ଟି ଓ ବଡମ୍ବା, ଦେଓଗଡ, ସତ୍ୟବାଦୀ, ତାଳଚେର । ଏହି ସବୁ ବୁଥରୁ କିଛି ସ୍ଥାନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ।

ତେବେ ଅନ୍ୟ ୨ଟି ବୁଥ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ସେଠାରେ ବି ହୋଇପାରେ ସାନି ମତଦାନ । ସମ୍ବେଦନଶୀଳ ବୁଥ୍ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.