୧୯ରେ ରାଜ୍ୟର ୩୪ଟି ବୁଥ୍‌ରେ ପୁନଃ ମତଦାନ, ଭୋଟ୍ ହାତେଇବା ପାଇଁ ଶେଷ ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ

Published By : Prameya-News7 Bureau | May 17, 2019 IST

ଭୁବନେଶ୍ୱର (କିଶନ ବାରାଇ) ୧୭|୫: ମେ' ୧୯ରେ ରାଜ୍ୟର ୩୪ଟି ବୁଥରେ ହେବ ମତଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟରେ ତ୍ରୁଟି ଦେଖା ଦେଇଥିବା ବୁଥ୍ ଗୁଡ଼ିକରେ ସାନି ମତଦାନ ହେବ । ଏଥି ଲାଗି ପୋଲିଂ ପାର୍ଟି ପ୍ରସ୍ତୁତ ହେଉଥିବା ବେଳେ ନେତା ବି ବେଶ୍ ଝାଳ ବୁହାଉଛନ୍ତି ।

{"id":112900}

ସାନି ମତଦାନ ଲାଗି ଚାଲିଛି ପ୍ରସ୍ତୁତି । ବୁଥ୍ ଗୁଡ଼ିକ ପ୍ରସ୍ତୁତ ହେଉଥିବା ବେଳେ ନେତା ବି ଭୋଟ୍ ଗୋଟେଇବାର ଆଉ ଏକ ସୁଯୋଗକୁ ଛାଡ଼ିବାକୁ ଚାହୁଁ ନାହାନ୍ତି । ୧୯ରେ ସାରା ଦେଶରେ ୧୯ ଲଢେଇର ଶେଷ ଭୋଟ୍ । ଓଡ଼ିଶାରେ ଏପ୍ରିଲ ୨୯ରୁ ମତଦାନ ସରିଥିଲେ ମଧ୍ୟ ଏଠି ବି ୧୯ରେ ପଡ଼ିବ ଭୋଟ୍ । ମେ' ୧୯ରେ ରାଜ୍ୟର ୩୪ଟି ବୁଥରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ସାନି ନିର୍ବାଚନ ହେବ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟରେ ତ୍ରୁଟି ଦେଖା ଦେଇଥିବା ବୁଥ୍ ଗୁଡ଼ିକରେ ସାନି ମତଦାନ ଲାଗି ପୂର୍ବରୁ ନିର୍ବାଚନ କମିସନ ଘୋଷଣା କରିଥିଲେ ।

{"id":112901}

ଏଥିରେ କଟକ ଲୋକସଭା ଅଧୀନ ବଡ଼ମ୍ବାର ଗୋଟିଏ ବୁଥ୍, ଆଠଗଡ଼ର ୪ଟି, ସମ୍ବଲପୁର ଲୋକସଭାର ଦେଓଗଡ଼ରେ ଗୋଟିଏ, ପୁରୀ ଲୋକସଭାର ବ୍ରହ୍ମଗିରିରେ ୨ଟି, ସତ୍ୟବାଦୀରେ ଗୋଟିଏ, ଢେଙ୍କାନାଳ ଲୋକସଭାର ତାଳଚେରରେ ଗୋଟିଏ, କେନ୍ଦୁଝର ଲୋକସଭାର ଘସିପୁରାରେ ଗୋଟିଏ, ଭୁବନେଶ୍ୱର ଲୋକସଭାର ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଯାଜପୁର ଲୋକସଭାର ବିଂଝାରପୁରରେ ୨ଟି, ବରୀରେ ୫ଟି, ଧର୍ମଶାଳାରେ ଗୋଟିଏ, ସୁକିନ୍ଦାରେ ଗୋଟିଏ, ବାଲେଶ୍ୱର ଲୋକସଭାର ଜଳେଶ୍ୱରରେ ୨ଟି, ମୟୂରଭଞ୍ଜ ଲୋକସଭାର ବାଙ୍ଗିରିପୋଷିରେ ଗୋଟିଏ, ବାରିପଦାର ୪ଟି, କେନ୍ଦ୍ରାପଡ଼ା ଲୋକସଭାର ମାହାଙ୍ଗାରେ ୪ଟି, ସାଲେପୁରରେ ଗୋଟିଏ ଓ ଜଗତସିଂହପୁର ଲୋକସଭାର ପାରାଦୀପ ଆସନରେ ସାନି ମତଦାନ ହେବ ।

{"id":112902}

ମେ ୧୯ରେ ରାଜ୍ୟରେ ୧୧ଟି ଲୋକସଭା ଓ ୧୮ଟି ବିଧାନସଭାର ୨୦ ହଜାରରୁ ଅଧିକ ମତଦାତା ନିଜର ମତାଧିକାର ପୁଣି ଥରେ ସାବ୍ୟସ୍ତ କରିବେ ।  ଭୋଟ୍ ସଂଖ୍ୟା ଦୃଷ୍ଟିରୁ ଏହା ଖୁବ୍ କମ ହେଇଥିଲେ ବି ନେତା କିନ୍ତୁ ଇଞ୍ଚେ ବି ଛାଡ଼ିବାକୁ ଚାହୁଁ ନାହାନ୍ତି । ବିଶେଷକରି, ବିଭିନ୍ନ ଆସନରେ ଯେଉଁଭଳି କାଣ୍ଟେ କା ଟକ୍କର ହେଉଛି, ବିଜୟ ବ୍ୟବଧାନ ଖୁବ୍ କମ୍ ରହିବାର ସମ୍ଭାବନା ଦେଖା ଦେଇଛି । ଏଭଳି ସ୍ଥିତିରେ ପ୍ରତିଟି ଭୋଟ୍ ପ୍ରାର୍ଥୀ ଲାଗି ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ, ଅଧିକାଂଶ ଆସନ ଉପକୂଳ ଓଡ଼ିଶାର ହୋଇଥିବାରୁ ବାତ୍ୟା ପରେ ଭୋଟରଙ୍କ ମୁଡ୍ କୁଆଡ଼େ ତାକୁ ନେଇ ବି ନେତାଙ୍କ ହାର୍ଟବିଟ୍ ତେଜ୍ ହୋଇଛି । ତେବେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଦାବି, ଆମେ ଆଗରେ ।

{"id":112903}

ଆସନ୍ତାକାଲି ସୁଦ୍ଧା ସମସ୍ତ ବୁଥରେ ପୋଲିଂ ପାର୍ଟି  ମୁଖ୍ୟ ନିର୍ବାଚନ ଭଳି ଏଥିରେ ମଧ୍ୟ ସକାଳ ୭ଟାରୁ ସଂଧ୍ୟା ୬ ଯାଏଁ ମତଦାନ ହେବ । ମତଦାନର ଯଥେଷ୍ଟ ପୂର୍ବରୁ ମକ୍ ପୋଲ୍ ସହ, ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ତ୍ରୁଟି ଦେଖା ଦେଇଥିବା ବୁଥ୍ ଗୁଡ଼ିକରେ ସାନି ମତଦାନ ସରିଛି ।

{"id":112912}
{"id":112913}
{"id":112914}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.