ଫୋନିରେ ଅଧା ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ରି-ପ୍ଲାଣ୍ଟେସନ ମାଧ୍ୟମରେ ପୁଣି ଠିଆ କରିବାକୁ ଚେଷ୍ଟା କରୁଛି ସିଟି ଫରେଷ୍ଟ ଡିଭିଜନ୍

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ବାତ୍ୟା ​‌ଫୋନି ଉଜାଡ଼ି ଦେଇଛି ରାଜଧାନୀର ସବୁଜିମା । ରାସ୍ତା କଡ଼, ପାର୍କ କୋଉଠି ଆଉ ଗଛ ନାହିଁ । ଚନ୍ଦକା ଜଙ୍ଗଲଠୁ ଆରମ୍ଭ କରି ଖଣ୍ଡଗିରି, ଉଦୟଗିରି, ବରମୁଣ୍ଡା ଅର୍ଚ୍ଚାଡ୍‌, କେନ୍ଦ୍ରୀୟ ହଟିକଲଚର, ଔଷଧୀୟ ଉଦ୍ୟାନ, ଜୟଦେବ ବାଟିକା, କଳିଙ୍ଗ ନଗର, ଘାଟିକିଆ ଗ୍ରାମ୍ୟ ଜଙ୍ଗଲ ସବୁଠି ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ ଉଜୁଡ଼ି ଯାଇଥିବା ରାଜଧାନୀର ପରିବେଶକୁ ସଜାଡ଼ିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଅଧା ଉପୁଡ଼ି ପଡ଼ିଥିବା କିମ୍ବା ଅଧାଭଙ୍ଗା ଗଛଗୁଡ଼ିକୁ ରି-ପ୍ଲାଣ୍ଟେସନ ମାଧ୍ୟମରେ ପୁଣି ଠିଆ କରିବାକୁ ଚେଷ୍ଟା କରୁଛି ସିଟି ଫରେଷ୍ଟ ଡିଭିଜନ୍‌ ।

{"id":111836}

ତଥାପି ରାଜଧାନୀର ସବୁଜିମା ଫେରାଇ ଆଣିବାକୁ ହେଲେ ଏବେ ପ୍ରତ୍ୟେକ ରାଜଧାନୀବାସୀଙ୍କୁ ଉଦ୍ୟମ କରିବାକୁ ପଡ଼ିବ । କେବଳ ପ୍ରଶାସନ ଉପରେ ଭରସା ନକରି ପ୍ରତ୍ୟେକ ଏକାଧିକ ଗଛ ଲଗାଇବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି । 

{"id":111837}

ବାତ୍ୟା ଫୋନି ଉଜାଡ଼ି ଦେଇଛି ରାଜଧାନୀର ସବୁଜିମା । ବିଗିଡ଼ିଯାଇଛି ପରିବେଶ । ପୁଣି ଥରେ ଏହାକୁ ସଜାଡ଼ିବାକୁ ପଡ଼ିବ । ପୁଣି ଥରେ ହଜାର ହଜାର ସଂଖ୍ୟାରେ ଗଛ ଲଗାଇବାକୁ ପଡ଼ିବ । ଏହା କେବଳ ପ୍ରଶାସନର ପ୍ରଚେଷ୍ଟାରେ ନୁହେଁ ବରଂ ରାଜଧାନୀବାସୀ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଅଧା ଉପୁଡ଼ି ପଡ଼ି ପଡ଼ିଥିବା କିମ୍ବା ଅଧାଭଙ୍ଗା ଗଛଗୁଡ଼ିକୁ ରି-ପ୍ଲାଣ୍ଟେସନ ମାଧ୍ୟମରେ ପୁଣି ଠିଆ କରିବାକୁ ଚେଷ୍ଟା କରୁଛି ସିଟି ଫରେଷ୍ଟ ଡିଭିଜନ୍‌  ।

{"id":111838}

ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଜାନ ଜରିଆରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଏସବୁ ପରେ ମଧ୍ୟ ଯେତେବେଳେ ପରିବେଶକୁ ସଜାଡ଼ିବାର କଥା ଆସୁଛି ସେତେବେଳେ ପ୍ରତ୍ୟେକ ରାଜଧାନୀବାସୀ ବର୍ତ୍ତମାନ ସମୟରେ  ଗଛର ଆବଶ୍ୟକତାକୁ ନଜରରେ ରଖି ଏକାଧିକ ବୃକ୍ଷ ରୋପଣ କରିବାକୁ ସଂକଳ୍ପ ନେବା ଜରୁରୀ ହୋଇପଡ଼ିଛି ।

{"id":111839}

ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଆସୁଛି । ଏହା ପୂର୍ବରୁ ପ୍ରଶାସନିକସ୍ତରରେ ଏବଂ ବ୍ୟକ୍ତିଗତସ୍ତରରେ ସମସ୍ତେ ନିଜ ନିଜ ଅଂଚଳରେ ଥିବା ଖାଲି ସ୍ଥାନରେ ଚାରା ରୋପଣ କରନ୍ତୁ । ଯେଉଁସବୁ ସ୍ଥାନରେ ବଡ଼ ବଡ଼ ବରଗଡ଼ କି ଅଶ୍ବସ୍ତ ଗଛ ଥିଲା ମେସିନ୍‌ ସହାୟତାରେ ବଡ଼ ଗଛ ରୋପଣ କରାଯିବ । ସେପଟେ ରାଜଭବନ ପରିସରରେ ଭାଙ୍ଗିଯାଇଥିବା ୬ଟି ଚନ୍ଦନ ଗଛର କାଠକୁ ଶ୍ରୀମନ୍ଦିରକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

{"id":111841}

ବାତ୍ୟାରେ ଯେତେ ସଂଖ୍ୟାରେ ଗଛ କ୍ଷତି ହୋଇଛି ତା’ର ଭରଣା କରିବାକୁ ୨୦ବର୍ଷ ସମୟ ଲାଗିବ । ଏଥି ପାଇଁ ସମସ୍ତେ ଏକଜୁଟ୍‌ ହୋଇ ମାନସିକସ୍ତରରେ ପ୍ରସ୍ତୁତି କରିବା ଦରକାର । ପ୍ରତ୍ୟେକ ଲୋକଙ୍କ ପାଇଁ ବୃକ୍ଷ ରୋପଣ ବାଧ୍ୟତାମୂଳକ କରାଗଲେ ହୁଏତ ଆମ ପାଇଁ ଆମ ପରିବେଶକୁ ଆମେ ହିଁ ପୁଣି ଥରେ ସଜାଡ଼ି ପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.