ରେଲୱେରୁ ସମାପ୍ତ ହେବ ରି-ଏନଗେଜ୍ କର୍ମଚାରୀଙ୍କ ଚାକିରୀ, କାମ ହରାଇବେ ୩୨ ହଜାରରୁ ଅଧିକ କର୍ମଚାରୀ

Published By : Prameya-News7 Bureau | November 09, 2019 IST

ବିଳାଶପୁର :  ରେଳବାଇରେ ପୁନଃ ନିଯୁକ୍ତ ହୋଇଥିବା ପ୍ରାୟ ୩୨ ହଜାର ଅବସର ପ୍ରାପ୍ତ କର୍ମଚାରୀଙ୍କ ଚାକିରୀ ନଭେମ୍ବର ୩୦ରେ ସମାପ୍ତ ହୋଇଯିବ। ତେବେ ସେମାନଙ୍କୁ ପୁନଃ ନିଯୁକ୍ତି  ବଦଳେ ନୂତନ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତ ହେବେ ବୋଲି ଜଣାପଡିଛି। ଏ ନେଇ ରେଲୱେ ବୋର୍ଡ ଆଦେଶ ଜାରୀ କରିଥିବା ବେଳେ ସେତିକି ସଂଖ୍ୟ ଯୁବ ବେକାର ଚାକିରୀ  ପାଇବେ ବୋଲି ବୋର୍ଡ ଘୋଷଣା କରିଛନ୍ତି।  

{"id":181570}

କେନ୍ଦ୍ର ରେଳବାଇ ମନ୍ତ୍ରୀ ପିୟୁଷ ଗୋୟଲ ଗତ ୨୧ ତାରିଖରେ ରେଳବାଇ ଅଧିକାରୀଙ୍କ ସହ ଭିଡିଓ କନଫରେନସିଂରେ ଏ ନେଇ ଆଲୋଚନା କରିଥିଲେ। ଏଥିରେ ରି ଏନଗେଜ୍ ଥିବା କର୍ମଚାରୀଙ୍କ ଚାକିରୀ  ନବିକରଣ ନ କରି ସେହି ସବୁ ପଦରେ ଯୁବ ବର୍ଗଙ୍କୁ ନିଯୁକ୍ତ କରିବା ଲାଗି ମନ୍ତ୍ରୀ କହିଥିଲେ। ସେହି ଅନୁସାରେ ନଭେମ୍ବର ୩୦ ତାରିଖରେ ଚୁକ୍ତି ପୁରଣ ହେଉଥିବା ରିଏନଗେଜ୍ କର୍ମଚାରୀଙ୍କ ଚାକିରୀ ଚୁକ୍ତି ଆଉ ନବିକରଣ ହେବ ନାହିଁ।

{"id":181571}

ରେଳବାଇରେ ଏଭଳି ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସେମାନଙ୍କ ଶେଷ ବେତନ ବେସିକ ପେର ୫୦ ପ୍ରତିଶତ ଦରମା ସାଙ୍ଗକୁ ଡେଲି ଆଲାଉନ୍ସ ବି ଦିଆଯାଉଥିଲା। ଏଣୁ ଏଭଳି କର୍ମଚାରୀଙ୍କ ନିଯୁକ୍ତି ବ୍ୟୟ ବହୁଳ ହେଉଥବା ରେଳବାଇ କହିଛନ୍ତି। ୨୦୦୬ ମସିହାରେ ଷଷ୍ଠ ବେତନ କମିଶନଙ୍କ ସୁପାରିଶ ଲାଗୁ ବେଳେ ଅବସର ପରେ କର୍ମଚାରୀଙ୍କୁ  ରେଳବାଇରେ ରି-ଏନଗେଜ୍ ଲାଗି ଆଦେଶ ଜାରୀ ହୋଇଥଲା। ସେହି ଅନୁସାରେ ଅବସର ପରେ ସେହି ପଦବୀରେ କର୍ମଚାରୀଙ୍କୁ ପୁଣି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉଥିଲା।

{"id":181572,"width":578,"height":331}

ବେତନ କମିଶନଙ୍କ ଆଦେଶ ଅନୁସାରେ  ଦକ୍ଷିଣ-ପୂର୍ବ ଓ ମଧ୍ୟ ରେଳବାଇ ଅନ୍ତର୍ଗତ ବିଳାସପୁର, ନାଗପୁର ଓ ରାୟପୁର ମଣ୍ଡଳ ସମେତ ଦେଶର ବିଭିନ୍ନ ଜୋନାଲ ରେଳବାଇରେ ହଜାର ହଜାର ଅବସର ପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କ ପୂର୍ବ ପଦବୀରେ ରି-ଏନଗେଜ୍ କରାଯାଇଥିଲା। ନିଯୁକ୍ତି ସର୍ତ୍ତାବଳୀ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ କର୍ମଚାରୀଙ୍କ ନିଯୁକ୍ତି ଗୋଟିଏ ବର୍ଷଲାଗି ହେଥିଲା। ତେବେ ତା ପର ବର୍ଷ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଆନୁଷଙ୍ଗିକ ପରିସ୍ଥିତି ତଦାରଖ କରି ନିଯୁକ୍ତି ନବିକରଣ କରାଯାଉଥିଲା ଅଥବା ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.