ବାରବାଟୀରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି

Published By : Prameya-News7 Bureau | November 26, 2019 IST

କଟକ ୨୬।୧୧ : ଆସନ୍ତା ୨୨ରେ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି । ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ଆସନ୍ତା ମ୍ୟାଚରେ ୭ ନଂ ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ  ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦେଇଛନ୍ତି ଓସିଏ ସଂପାଦକ । ସେହିଭଳି କଟକ ମହାନଗର ନିଗମ ପକ୍ଷରୁ କିଭଳି ଷ୍ଟାଡିୟମ ବାହାର ଓ ଭିତରେ କିଭଳି ସଫେଇ କାର୍ଯ୍ୟ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

{"id":190206,"sizeSlug":"large"}

ଆସନ୍ତା ୨୨ରେ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ପାଇଁ ପ୍ରଶାସନିକ ସ୍ତରରେ ବୈଠକ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ମ୍ୟାଚ୍ ପରେ ଓ ପୂର୍ବରୁ ଦର୍ଶକ ଷ୍ଟାଡିୟମ ପାଖକୁ ଯିବା ପାଇଁ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଅଧିକ ବସ ଓ ଅଟୋର ବ୍ୟବସ୍ଥା କରାଯିବ ।

{"id":190207,"sizeSlug":"large"}

ଏହାଛଡା ମ୍ୟାଚ୍ ସମୟରେ ମେଡିକାଲ ଟିମ୍ ଉଭୟ ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ସଜାଗ ରହିବେ । ତାସହ ଅଗ୍ନିନିର୍ବାପକ ଉପରେ ମଧ୍ୟ ଦିଆଯଇଛି ଗୁରୁତ୍ବ । ସେହିଭଳି ମ୍ୟାଚ ସମୟରେ ଓ ଖେଳାଳି ଯିବା ଆସିବା ରାସ୍ତାର ସଫେଇ ସହ ଷ୍ଟାଡିୟମର ସଫେଇ ଦାୟିତ୍ବ ସିଏମସି ଅଧିନରେ ରହିବ ବୋଲି କହିଛନ୍ତି ସିଏମସି କମିଶନର ।

{"id":190208,"sizeSlug":"large"}

ମ୍ୟାଚ ପାଇଁ ଓସିଏ ପକ୍ଷରୁ କରାଯାଇଥିବା ଆୟୋଜନ ନେଇ ଆରଡିସିଙ୍କୁ ସମସ୍ତ ତଥ୍ୟ ଦେଇଛି ଓସିଏ । ପୂର୍ବରୁ ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଦର ଅଧିକ ରହୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟାଡିୟମ ଭିତରେ ରେଟ୍ ଚାଟ୍ ମରାଯିବ । ତା ଛଡା ଆସନ୍ତା ମ୍ୟାଚରେ ଅସୁରକ୍ଷିତ ଦୃଷ୍ଟିରୁ ୭ ନମ୍ବର ଗ୍ୟାଲେରୀକୁ ସମ୍ପର୍ଣ୍ଣ ବନ୍ଦ ରଖାଯିବ ଯାହା ଫଳରେ ପ୍ରାୟ ୩୨୦୦ ଦର୍ଶକ କମିବେ ବୋଲି କହିଛନ୍ତି ଓସିଏ ସଂପାଦକ ।

{"id":190209,"sizeSlug":"large"}

୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଆସନ୍ତା ୧୯ରେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିବା ପରେ ୨୦ ଓ ୨୧ରେ ବାରବାଟୀରେ ନେଟ୍ ପ୍ରାକ୍ଟିସ କରିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.