ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡିଲେ ନୀତିଶ କୁମାର, ଆରସିପି ସିଂ ନେଲେ ଦାୟିତ୍ୱ

Published By : Prameya-News7 Bureau | December 27, 2020 IST

ପାଟନା, ୨୭/୧୨: ଜେଡିୟୁର ବରିଷ୍ଠ ନେତା ଆରସିପି ସିଂଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ କୁମାର ଏନେଇ ସୂଚନା ଦେଇଛନ୍ତି । ଏକ ସମୟରେ ଦୁଇଟି ପଦବୀ ସମ୍ଭାଳିବା ସହଜ ନୁହେଁ ବୋଲି ସେ କହିଛନ୍ତି ।

ନୀତିଶ କହିଛନ୍ତି ଯେ, ବିହାରର ମୁଖ୍ୟମନ୍ତ୍ରୀ ଓ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ସହଜ କଥା ନୁହେଁ । ସେ ଆରସିପି ସିଂଙ୍କ ନାମକୁ ପ୍ରସ୍ତାବ ରଖିଥିଲେ ପରେ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ ।

ଆରସିପି ସିଂ ନୀତିଶଙ୍କ ଘନିଷ୍ଠ ଭାବେ ଜଣାଶୁଣା । ବିହାର ନିର୍ବାଚନରେ ଅନେକ ପ୍ରସଙ୍ଗକୁ ନେଇ ନୀତିଶ ଆରସିପି ସିଂଙ୍କ ପରାମର୍ଶ ନେଇଥିଲେ । ନୀତିଶ ପୂର୍ବରୁ ଅନେକ ଥର ଆରସିପି ସିଂଙ୍କୁ ଦଳର ନେତୃତ୍ୱ ନେବା କଥା କହିସାରିଛନ୍ତି ।

୬୨ ବର୍ଷୀୟ ଆରସିପି ସିଂଙ୍କ ପୁରା ନାଁ ହେଉଛି ରାମଚନ୍ଦ୍ର ପ୍ରସାଦ ସିଂ । ସେ ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ସେ ଆଇଏଏସ ଅଫିସର ଓ ନୀତିଶଙ୍କ କ୍ୟାବିନେଟରେ ମୁଖ୍ୟ ସଚିବ ମଧ୍ୟ ରହିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.