Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିରାଟଙ୍କ ଅପରାଜିତ ଅର୍ଦ୍ଧଶତକ, ୮ ଓ୍ୱିକେଟରେ ବାଙ୍ଗାଲୋରଠୁ ହାରିଲା ରାଜସ୍ଥାନ

3/10/2020 at 7:21 PM

ଦୁବାଇ, ୦୩ ।୧୦:   ଆଇପିଏଲ ୨୦୨୦ରେ ଶନିବାର ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ । ଏହି ମ୍ୟାଚରେ ୮ ଓ୍ୱିକେଟରେ ବିଜୟ ଲାଭ କରିଛି ବାଙ୍ଗାଲୋର । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୧୫୪ ରନ୍ କରିଥିଲେ । ଜବାବରେ ବାଙ୍ଗାଲୋର ବିରାଟ କୋହଲିଙ୍କ ଅପରାଜିତ ଅର୍ଧଶତକ ବଲରେ ମାତ୍ର ୨ ଓ୍ୱିକେଟ୍ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଜୋସ୍ ବଟଲର୍ ଓ ଷ୍ଟିଭ୍ ସ୍ମିଥ୍ କ୍ରିଜକୁ ଓହ୍ଲାଇଥିଲେ । ତେବେ ସ୍ମିଥ୍ ମାତ୍ର ୫ ରନ୍ କରି ପ୍ୟାଭିଲିୟମ ଫେରିଥିଲେ । ଏହାପରେ ବଟଲର୍ ମଧ୍ୟ ବଡ ସ୍କୋର କରି ନପାରି ୨୨ ରନରେ ଆଉଟ ହୋଇଥିଲେ । ସେହିପରି ସଞ୍ଜୁ ସାମସନ ମଧ୍ୟ ୪ ଓ ରବିନ ଉଥାପ୍ପା ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଦଳ ସଙ୍କଟରେ ପଡି ଯାଇଥିଲା । ତେବେ ମହିପାଲ ଲୋମୋର ଓ ରିୟାନ ପ୍ରୟାଗ ଦଳକୁ ସମ୍ମାନଜନକ ସ୍ଥିତିକୁ ନେଇ ଆଉଟ ହୋଇଥିଲେ । ଲୋମୋର ୪୭ ରନ୍ କରିଥିବା ବେଳେ ରିୟାନ ୧୬ ରନ୍ କରି ଆଉଟ ହୋଇଥିଲେ ।  ତେବେ ଶେଷଆଡକୁ ରାହୁଲ ତେଓ୍ୱାତିଆ ଓ ଜୋଫ୍ରା ଆର୍ଚର ଦ୍ରୁତ ୨୪ ଓ ୧୬ ରନ୍ କରିଥିଲେ ।  ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ତେବେ ବାଙ୍ଗାଲୋର ବୋଲର ଆରମ୍ଭରୁ ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ହାତଖୋଲି ଖେଳିବାକୁ ସୁଯୋଗ ଦେଇ ନଥିଲେ । ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଇସୁରୁ ଉଦାନା ୨ଟି ଓ ନବଦୀପ ସାଇନି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ତେବେ ୧୫୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଙ୍ଗାଲୋର ସହଜରେ ଏହି ମ୍ୟାଚ୍ ଜିତି ନେଇଥିଲା । ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିବା ସହ ଦ୍ରୁତ ଅର୍ଧଶତକ ହାସଲ କରିଥିଲେ । ସେ ୫୩ ବଲରୁ ୭୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଦତ ପାଡିକଲ ୬୩ ଓ ଏବି ଡିଭିଲର୍ସ ୧୨ ରନ୍ କରିଥିଲେ ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ଶ୍ରେୟସ ଆୟର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts